STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Romance

3  

ଆର୍ତ୍ତତ୍ରାଣ ଖୁର୍ଡିଆ

Romance

କେବେ ତୁମେ

କେବେ ତୁମେ

1 min
64

     

କେବେ ତୁମେ ପ୍ରିୟା ମଳୟର ବାଆ

କେବେ ନିଦାଘର ଝାଞ୍ଜି,

କେବେ ତୁମେ ପ୍ରିୟା ଅମ୍ରୁତ ଚନ୍ଦନ

କେବେ ବିଷଧର ମଞ୍ଜି.

କେବେ ତୁମେ ପ୍ରିୟା ଗୋଲାପ କୁସୁମ

କେବେ ରାଜୀବର ରୀତି,

କେବେ ତୁମେ ପ୍ରିୟା ପୁନେଁଇର ଚାନ୍ଦ

କେବେ ଅମାଁବାସ୍ୟା ରାତି.

କେବେ ତୁମେ ପ୍ରିୟା ଉଜ୍ୱଳ ବର୍ତ୍ତୀକା

କେବେ ସାଜ ଅରୁନ୍ଧତୀ,

କେବେ ତୁମେ ପ୍ରିୟା ଅଳସୀ କୁଆଁରୀ

କେବେ ଢାଳ ମଧୁ ପ୍ରୀତି.

କେବେ ତୁମେ ପ୍ରିୟା ସୁନୀଳ ଝରଣା

କେବେ ପୁଣି ବଢି ପାଣି,

କେବେ ତୁମେ ପ୍ରିୟା କୋଇଲିର କୁହୁ

କେବେ ସୁମଧୁର ବାଣୀ.

କେବେ ତୁମେ ପ୍ରିୟା ଅଗଣା ତୁଳସୀ

କେବେ ପୁଣି ବିଛୁଆତି,

କେବେ ତୁମେ ପ୍ରିୟା ଶାନ୍ତିଠୁ ପ୍ରଶାନ୍ତି

କେବେ ଇର୍ଷା ଅନୁଭୂତି.

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance