ଶ୍ରେଷ୍ଠ କବିତା
ଶ୍ରେଷ୍ଠ କବିତା


ମୁଁ ଆଜି ଯାଏ ପଢିଥିବା କବିତା ମଧ୍ୟରୁ
ତୁମେ ମୋର ଶ୍ରେଷ୍ଠ କବିତା ।
ତୁମକୁ ଦେଖିଲା ମାତ୍ରେ
ଫିଟି ଯାଏ ସବୁ ଗଣ୍ଠି, ମୁକୁଳି ଯାଏ ସମସ୍ତ ଗୁମର
ସବୁ ଶବ୍ଦ, ସବୁ ଶୃଙ୍ଗାର ସାବଲୀଳ ଲାଗେ
ଜମାରୁ ଦୁର୍ବୋଧ୍ଯ ଲାଗ ନାହିଁ,
ସବୁ ଭାବ ସଞ୍ଚରି ଯାଏ ହୃଦରୁ ହୃଦକୁ ।
କିଏ ସେହି ସ୍ରଷ୍ଟା,
କାହାର ଗୋ ତୁମେ ଦିବ୍ୟ ସଂରଚନା ।
ତୁମକୁ ପଢିବା ଆରମ୍ଭିଲା ମାତ୍ରେ
ପଞ୍ଚଭୂତ, ପଞ୍ଚନ୍ଦ୍ରୀୟ ମୋର
ଆବେଗର ବେଗକୁ ପାରନ୍ତିନି ରୋକି
ନଈ ହୋଇ ବହିଯାନ୍ତି ସମୁଦ୍ରେ ମିଶିବା ପାଇଁ ।
ତୁମେ ମୋର ପାଖ ଦେଇ ଚାଲି ଗଲେ,
ଚିହିଁକି ଉଠେ ମୋ କାଵ୍ଯ ପୁରୁଷ
ଭୃଣେଇ ଯାଏ ଶବ୍ଦର କଳିକା ।
ତୁମ ପାଇଁ ମୋର ସବୁ ଉଚ୍ଚାରଣ
ଅନ୍ୟମାନଙ୍କୁ ଲାଗେ କବିତା କବିତା ।
ବର୍ଷାଭିଜା ସବୁ ଝିଅ ମୋତେ ଲାଗନ୍ତି ପ୍ରେମିକା ।
ହେଲେ ଏ ବର୍ଷାରେ
ତୁମେ ମୋର ଶ୍ରେଷ୍ଠ ଉପଲବ୍ଧି,
ମୋ ଶ୍ରେଷ୍ଠ କବିତା ।।