STORYMIRROR

kamal kumar dash

Romance

3  

kamal kumar dash

Romance

ଇଚ୍ଛା ହୁଏ ଥରେ

ଇଚ୍ଛା ହୁଏ ଥରେ

1 min
52


ଇଚ୍ଛା ହୁଏ ଥରେ ତୁମରି ସାଥିରେ

   ବସିବାକୁ ନିରୋଳାରେ

ହାତେ ହାତ ରଖି  ଚାଲିବାକୁ ଥରେ 

   ସେଇ ବେଳାଭୂମି ପରେ (1)

ଓଦା ବାଲି ପରେ ବାଲିଘର କରି

    କହିବାକୁ ମନ କଥା

ଝାଉଁ ବଣ ତଳେ    ତୁମରି ଓଠରୁ

    ଶୁଣିବାକୁ ମୋ କବିତା (2)

 ଇଚ୍ଛା ହୁଏ କେବେ ଘନ ଜଙ୍ଗଲରେ

    ଜଙ୍ଗଲୀ ଝରଣା କୂଳେ

ହାତ ହାତ ରଖି   ବସିବାକୁ ସାଥି  

    ବଡ଼ ଏକ ଗଛ ମୂଳେ (3)

ଶାନ୍ତ ସବୁଜ     ସୁନ୍ଦର ନିଥର

    ଘନ ବନାନୀର କୋଳେ

ଆମ ଜୀବନର   ଆଗାମୀ ଅଧ୍ୟାୟ

     ଦେଖି ବାକୁ ତୁମ ଡୋଳେ (4)

 ଇଚ୍ଛା ହୁଏ କେବେ  ଜହ୍ନ ଜୋଛନାରେ

    ବସି ସେଇ ନଦୀଧାରେ

ନିଜ ଛବି ଦେଖି   ମନେ ହସୁଥାନ୍ତେ

    ନଦୀର ନିରବ ନୀରେ (5) 

ଭାଵେତ ଅନେକ  କବିତା ବି ଲେଖେ

     ହଜିଯାଏ ଭାବନାରେ

ଜାଣେନା ସେଦିନ  ଫେରିବକି ନାହିଁ

     ସତ ଅବା ସପନରେ (6)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance