STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ପ୍ରେମ ଗୀତ

ପ୍ରେମ ଗୀତ

1 min
316

 

ସାଥିମାନେ ମୋର ପଚାରନ୍ତି ହସି

ବଳେଇ ଗଲାଣି ବୟସ

କେମିତି ଲେଖୁଛ ପ୍ରେମ ଗୀତ ଏତେ

 ପାଇ କହା ମିଠା ପରସ ?


 ଲାଜ ଲାଗୁଅଛି ପ୍ରେମ କାହାଣୀ ମୋ

କାଆଗେ କହିବି କେମିତି

କାହାକଥା ଭାବି ନୂଆନୂଆ ଗୀତ

ଲେଖୁଛି ନିଇତି ଏମିତି ।


 କେମିତି ବୁଲୁଛି ଭାବନା ରାଇଜେ

  କାହା କଥା ଭାବିଭାବି

  କିଏସେ ରୂପସୀ ସପନରେ ଆସେ,

  ଆଖିରେ ନାଚେତା ଛବି !


ଆଦ୍ୟ ଯଉବନ ପୁଲକ ସିଏ ମୋ

ପ୍ରିୟା ମୋର ପ୍ରାଣ ସଖୀ                                  ଜୀବନସାଥିମୋ ପାଇଛି ଯାହାକୁ

ସାତଦୀପ ସାକ୍ଷୀ ରଖି।


ଦେହ ସିନା ଏବେ ଅବସ ହେଲାଣି

ମନତ ରଙ୍ଗିଆ ଘୋଡା

ପ୍ରିୟା କଥା ଭାବି ସପନରେ ହଜେ

ବୟସ ହେଲେବି ବୁଢା ।


ପାଖେ ଥିଲେ ନିତି କଥା କଟାକଟି

ଦୂରେ ଗଲେ ମନ ଝୁରେ

ଏକା ରହିବାକୁ ସାହସ ପାଉନି

 ଚେଇଁଚେଇଁ ରାତି ସରେ ।


ମାନ ଅଭିମାନ ମୁହଁ ଫୁଲାଫୁଲି

ତଥାପି ଉଛୁଳେ ପ୍ରେମ

ସେଇ ପ୍ରେମ କଥା ଗୀତ ହୋଇଯାଏ

ଇଏତ କବି ର ଧର୍ମ ।



Rate this content
Log in

Similar oriya poem from Romance