STORYMIRROR

Dr Arati Pattajoshi

Romance Others

3  

Dr Arati Pattajoshi

Romance Others

ମନେ ନାହିଁ

ମନେ ନାହିଁ

1 min
37


ମନେନାହିଁ କେଵେ ଦେଖା ହୋଇଥିଲା

ଶୁଷ୍କ ପୁଷ୍ପ ରାଜି ପଲ୍ଲବିତ ହେଲା ।।

   ମନେନାହିଁ କେଵେ ବସନ୍ତ ବହିଲା

   ଚ୍ୟୁତ ପୁଷ୍ପ କୁଂଜେ କୋଇଲି ଗାଇଲା ।।


ମଧୁଛନ୍ଦା ମନ ମଧୁମାଳତିରେ

ମନେ ନାହିଁ କେଵେ ସଜେଇ ହୋଇଲା ।।

    ମନେନାହିଁ କେଵେ ଅଜଣା ଅଚିହ୍ନା 

     କେଉଁ ଇଲାକା ରୁ ପତ୍ରଟେ ଆସିଲା ।।


ହୃଦୟେଶ୍ଵରୀଗୋ ! ହୃଦେ ମୋର ଆସ

ମନେନାହିଁ କିଏ ନିମନ୍ତ୍ରଣ ଦେଲା ।।

   ରାଜହଂସୀ ଛନ୍ଦେ ମୋର ସମର୍ପଣ  

    ମନେନାହିଁ କେଵେ ନିଡ଼ ଟେ ବାନ୍ଧିଲା ।।


ଶୁଷ୍କ ତନୁମନ ସିକ୍ତ ହୋଇଗଲା

ଅଦିନ ବାରିଧି ଓଠ କୁ ଛୁଇଁଲା ।।

     ମନେନାହିଁ ତୁମ ପ୍ରୀତି ବାହୁପାଶ

     ଆଲିଙ୍ଗନ କରି ସବୁ ଦୁଃଖ ନେଲା ।।


ମନେନାହିଁ ଦୂର ନିକଟ ହୋଇଲା

ଅଧୁରା କାହାଣୀ ସମ୍ପୂର୍ଣ ହୋଇଲା ।।

    ମନେଅଛି ଖାଲି ସାଧା କାଗଜ ରେ

    କେବେଦିନେ ଗୋଟେ ନାଁ ଲେଖା ହେଲା ।।


ମନେ ଅଛି ଖାଲି ସେଇଦିନଠାରୁ 

ସବୁ ୠତୁ ମୋତେ ଫଗୁଣ ଲାଗିଲା ।।

    ମନେନାହିଁ କେବେ ଦେଖା ହୋଇଥିଲା 

    ଶୁଷ୍କ ପୁଷ୍ପ ରାଜି ପଲ୍ଲବିତ ହେଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance