STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ଅଭିମାନ କିବା ପ୍ରୀତି ପଦ ପଥେ

ଅଭିମାନ କିବା ପ୍ରୀତି ପଦ ପଥେ

1 min
241


ଅଭିମାନ ସିନା ଅଭିସାରିକାର

ପ୍ରତୀକ୍ଷାରେ ଥାଏ ମତି

ପ୍ରେମ ଥିଲେ ତାର ବିରହ ବିରାଜେ

ବିରହରେ ଢାଳେ ପ୍ରୀତି।


ପ୍ରିୟା ପାରେନାହିଁ ହୃଦୟୁ ପାଶୋରି

ପାରେନାହିଁ କେବେ ଭୁଲି

କରେନାହିଁ କେବେ କଲବଲ ସେଯେ

ପ୍ରୀତି ତାର ବାସ ମଲ୍ଲୀ।


ପ୍ରିୟା ଚନ୍ଦ୍ର ମୁଖ ଦେଖିବାକୁ ସୁଖ

ସ୍ମିତ ହାସ୍ୟ ଟିକେ ପାଇଁ

ଶୀତଳ ସମୀର ପ୍ରୀତିର ଚାଦର

ପ୍ରୀତି ରସ ସିଞ୍ଚୁ ଥାଇ।


ମଧୁ ଉପବନେ ମଧୁର କଳିକା

ମଧୁର ଆଳାପେ ଆସେ

ପ୍ରୀତି ପୁଷ୍ପ ବାଣୀ ଛଟକ ଚାହାଣି

ମଧୁର ମଧୁର ବାସେ


ପ୍ରଣୟ ପ୍ରୀତିର ପରଶ ପାଇଲେ

ସୁରଭି ସୁରମା ବହେ

ପ୍ରେମ ଅଭିସାର ଅଭିସାରିକାର

ତନୁମନ କିଣି ନିଏ ।


ବିରହୀ କଷଣ ବିରହ ରୋଦନ

ନୟନରୁ ତାର ଦିଶେ

ହୃଦୟ ବେଦନା ଲୁଚି ଲୁଚି ଥାଏ

ଅକାରଣେ ଅପ୍ରକାଶେ


ନୟନର ପ୍ରୀତି ବିରହେ ବିଦିତି

ବିରହରେ ପ୍ରୀତି ବଳ

ଅନ୍ତର ବେଦନା ଥାଉ ପଛେ

ଆଶା ନୁହେଁ ଅସ୍ତାଚଳ


ଅଗମ୍ୟ ଅକଥ୍ୟ ଦୁର୍ଗମ ଦୂରସ୍ଥ

ପ୍ରୀତି ପଥ ଚାଲିବାର

ମେଣ୍ଟେ ନାହିଁ ତୃଷ୍ଣା ଆଶା ମରୀଚିକା

ଚେଷ୍ଟା ଥାଏ ବାରମ୍ବାର ।


ମରୁଦ୍ଯାନ ଦୃଷ୍ଟି ଦିଏ ପ୍ରୀତି ପୁଷ୍ଟି

ପ୍ରୀତି ପଥେ ନେଉଥାଏ

ପଥିକ ପରାୟ ପଥହୁଡା ହେଲେ

ପଥ ମାର୍ଗ ପାଉଥାଏ ।


ବନ୍ଧୁରତା ସତ୍ଵେ ପ୍ରିତୀ ପଥ ପଥେ

ସବୁଜ ସ୍ବପ୍ନକୁ ଦେଖେ

ବେଦନା ବୋଝକୁ ବୋଧରେ ନେବାକୁ

ଜୀବନ ପଥରେ ଶିଖେ


କେତେ ଅଙ୍କାବଙ୍କା ପୀରତି ପ୍ରିୟଙ୍କା

ସମର୍ପିତ ହେବାପାଇଁ

ଲକ୍ଷ୍ୟ ହୀନ ହେଲେ ଜୀବନ ଲକ୍ଷ୍ୟରେ

ଲକ୍ଷ୍ୟ ବା ମିଳିବ କାହିଁ


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Romance