STORYMIRROR

Judhisthir Majhi

Action Classics Fantasy

3  

Judhisthir Majhi

Action Classics Fantasy

ଅଭିମାନ ଭକ୍ତ

ଅଭିମାନ ଭକ୍ତ

1 min
432

ଅଭିମାନ ଭକ୍ତର ଶୁଣ ଡାକ

ହେ ଅନ୍ତର୍ଯ୍ୟାମୀ ଦିବ୍ୟ ପୁରୁଷ

ଆଉ କେତେ ଦିନ ଲୁହ ଢାଳିବି

  ସାଜି ପକ୍ଷାଘାତ ମଣିଷ


ତମକୁ ଡାକି ଡାକି

ପାଟି ଗଲାଣି ଶୁଖି

ମୋ ଉପରେ ହୋଇଛ କି ନିରାଶ । 


କି ଜନମେ କରିଛି କି ପାପ

ଏ ଜନମେ ତା'ର ଫଳାଫଳ

ଦିନରାତି ସବୁବେଳେ ଅସ୍ତବ୍ୟସ୍ତ

  ଏ ଜୀବନ ଡହଲ ବିକଳ


ତଥାପି ତମକୁ ଡାକୁଛି

ଥରେ ଶୁଣ ହେ ଚକା ଆଖି

ଦୁଃଖ ହେବ ଦୂର ରଖିଛି ବିଶ୍ୱାସ ।


ପାଦ ଥାଇ ଆଜି ପାଦ ହୀନ

ଚାରୁ ଭବ ଲାଗେ ମୂଲ୍ୟହୀନ

ନୀଳାଚଳ ଯାଇ ଏ ଜୀବନେ

ଥରେ କରିପାରି ନାହିଁ ତୁମ ଦରଶନ


ସାଜିଛି ମୁଁ ଅଭିମାନ ଭକ୍ତ

ନେତ୍ରୃ ଲୁହ ନୁହେଁ ଝରେ ରକ୍ତ

ମେଣ୍ଟୁ ନାହିଁ ତମ ଦରଶନ ଶୋଷ ।


ଦୟାମୟ ତୁମେ ଦୟାସାଗର

ମତେ କିମ୍ପା କରୁନାହଁ ଉଦ୍ଧାର

ଆଜିବି ମୋ ହୃଦୟେ ଶୁଭୁଛି

ତମ ଜୟଯଶର ଛନ୍ଦ ଝଙ୍କାର


ଜାଳିଦିଅ ନିଜ ହସ୍ତେ

ପାପ କ୍ଷୟ ହେବ ସତେ

କରି ଦିଅ ମତେ ବିନାଶ।


ଅଭିମାନ ଭକ୍ତର ଶୁଣ ଡାକ

ହେ ଅନ୍ତର୍ଯ୍ୟାମୀ ଦିବ୍ୟ ପୁରୁଷ

ଆଉ କେତେ ଦିନ ଲୁହ ଢାଳିବି

  ସାଜି ପକ୍ଷାଘାତ ମଣିଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action