ଅଭିମାନ ଭକ୍ତ
ଅଭିମାନ ଭକ୍ତ
ଅଭିମାନ ଭକ୍ତର ଶୁଣ ଡାକ
ହେ ଅନ୍ତର୍ଯ୍ୟାମୀ ଦିବ୍ୟ ପୁରୁଷ
ଆଉ କେତେ ଦିନ ଲୁହ ଢାଳିବି
ସାଜି ପକ୍ଷାଘାତ ମଣିଷ
ତମକୁ ଡାକି ଡାକି
ପାଟି ଗଲାଣି ଶୁଖି
ମୋ ଉପରେ ହୋଇଛ କି ନିରାଶ ।
କି ଜନମେ କରିଛି କି ପାପ
ଏ ଜନମେ ତା'ର ଫଳାଫଳ
ଦିନରାତି ସବୁବେଳେ ଅସ୍ତବ୍ୟସ୍ତ
ଏ ଜୀବନ ଡହଲ ବିକଳ
ତଥାପି ତମକୁ ଡାକୁଛି
ଥରେ ଶୁଣ ହେ ଚକା ଆଖି
ଦୁଃଖ ହେବ ଦୂର ରଖିଛି ବିଶ୍ୱାସ ।
ପାଦ ଥାଇ ଆଜି ପାଦ ହୀନ
ଚାରୁ ଭବ ଲାଗେ ମୂଲ୍ୟହୀନ
ନୀଳାଚଳ ଯାଇ ଏ ଜୀବନେ
ଥରେ କରିପାରି ନାହିଁ ତୁମ ଦରଶନ
ସାଜିଛି ମୁଁ ଅଭିମାନ ଭକ୍ତ
ନେତ୍ରୃ ଲୁହ ନୁହେଁ ଝରେ ରକ୍ତ
ମେଣ୍ଟୁ ନାହିଁ ତମ ଦରଶନ ଶୋଷ ।
ଦୟାମୟ ତୁମେ ଦୟାସାଗର
ମତେ କିମ୍ପା କରୁନାହଁ ଉଦ୍ଧାର
ଆଜିବି ମୋ ହୃଦୟେ ଶୁଭୁଛି
ତମ ଜୟଯଶର ଛନ୍ଦ ଝଙ୍କାର
ଜାଳିଦିଅ ନିଜ ହସ୍ତେ
ପାପ କ୍ଷୟ ହେବ ସତେ
କରି ଦିଅ ମତେ ବିନାଶ।
ଅଭିମାନ ଭକ୍ତର ଶୁଣ ଡାକ
ହେ ଅନ୍ତର୍ଯ୍ୟାମୀ ଦିବ୍ୟ ପୁରୁଷ
ଆଉ କେତେ ଦିନ ଲୁହ ଢାଳିବି
ସାଜି ପକ୍ଷାଘାତ ମଣିଷ ।