STORYMIRROR

Aishwarya Mishra

Tragedy Inspirational

4  

Aishwarya Mishra

Tragedy Inspirational

ଅଭାଗା ମଣିଷ

ଅଭାଗା ମଣିଷ

1 min
331

ଜ୍ଞାନ, ବୁଦ୍ଧି ଓ ବିବେକର ସମନ୍ୱୟରେ

ଗଢା ହୋଇଥିଲା ମନୁଷ୍ୟ ଜାତି ,

ପ୍ରକୃତିର ଶ୍ରେଷ୍ଠତମ ସର୍ଜନା ରୂପରେ 

ପୂରି ଉଠୁଥିଲା ତାହାରି ଛାତି,


ଈର୍ଷା, ଦ୍ଵେଷ ଭାବେ ହୋଇଣ ଅନ୍ଧ

ହସୁଥିଲା ସଦା ସେ ମୃଦୁମନ୍ଦ ,

ପ୍ରକୃତିକୁ ଦଳି ନିଜ ପାଦରେ

ଗର୍ବେ ଚାଲୁଥିଲା ଉନ୍ନତ ଶିରେ ,


ଗଛ କାଟି ସଫା କରି ଅରଣ୍ୟ 

ବିଗାଡ଼ି ଚାଲିଲା ସବୁ ସନ୍ତୁଳନ ,

ପଶୁ-ପକ୍ଷୀଙ୍କର ଉଜାଡ଼ି ଘର

ନିର୍ମାଣ କରିଲା ନିଜ ସଂସାର ,


ମାନବର ଅମାନବୀୟ କାର୍ଯ୍ୟକ୍ରମରେ

କାନ୍ଦଇ ଧରଣୀ ଅତି କାତରେ,

କେତେ ରମଣୀୟ ଥିଲା ତା'ର କଳେବର

ନଷ୍ଟ ହେଲା ତାହା ଦୁଷ୍ଟ ହାତରେ,


ସବୁଜ ସୁନ୍ଦର ଶ୍ୟାମଳ ଆଭା

ଫଳ-ପୁଷ୍ପେ ପାଉଥିଲା ତ ଶୋଭା

କ୍ରୂର ମଣିଷର ହାତ ସ୍ପର୍ଶରେ

ସୌନ୍ଦର୍ଯ୍ୟ ହଜିଲା ଧରା ଧାମରେ,


ପ୍ଲାଷ୍ଟିକ୍ ମୁଣିରେ ମୁହଁ ହୋଇଣ ବାନ୍ଧି

ଧରଣୀ ରାଣୀ ଦୁଃଖେ ହୋଇଛି ଛନ୍ଦି

ମାଆ ଧରିତ୍ରୀର ବିଳାପ ଦେଖି

ବିଚାର କରିଲେ କମଳା ପତି ,


ଉଚିତ୍ ଦୋଷ ପାଇଁ ଦଣ୍ଡ ବିଧାନ

କରିବେ ଭାବିଲେ ପ୍ରଭୁ ନାରାୟଣ 

ବଦଳିଗଲା ଋତୁଚକ୍ର ପ୍ରକାର 

ବର୍ଷା ବିହୁନେ ହୋଇଲା ହାହାକାର ,


ବନ୍ୟା ,ବାତ୍ୟା ଆଉ ଝଡ଼ି-ମରୁଡ଼ି 

ମହାସମୁଦ୍ର ଯେ, ଆସଇ ମାଡ଼ି

ବରଫ ତରଳେ ଦୁଇ ମେରୁରେ

ଅଜଣା ଆଶଙ୍କେ ମନୁଷ୍ୟ ଡ଼ରେ,


କେତେ ଭୂତାଣୁ ଦେଖାନ୍ତି ପ୍ରକୋପ

ମୃତ୍ୟୁ କବଳେ ଜୀବନ କବଳିତ 

ନିତି କରେ ଏଠି ମୃତ୍ୟୁ ରାଜୁତି

ମନୁଷ୍ୟ ମନରେ ସଞ୍ଚରି ଭୀତି,


ଗୃହବନ୍ଦୀ କାଳ କାଟଇ ନର

ଭୁଲି ପିତା-ମାତା ବନ୍ଧୁ ସଂସାର 

ପ୍ରକୃତିକୁ ତେଜି ଦୁର୍ଦ୍ଦଶା ଭୋଗେ

କଷ୍ଟ ପାଏ ପଡ଼ି ଅଜଣା ରୋଗେ,


ତେଣୁ ହେ ମନୁଷ୍ୟ ହୁଅ ସାବଧାନ 

ପ୍ରକୃତିକୁ ଦିଅ ତୁମେ ସନମାନ 

ଟଳିଯିବ ତେବେ ଘୋର ବିପତ୍ତି

ଜୀବନେ ଫେରିବ ସୁଖ ଓ ଶାନ୍ତି ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy