ଅଭାବରେ ତୁମେ
ଅଭାବରେ ତୁମେ
ଅଭାବରେ ତୁମେ ବେଶୀ ମନେ ପଡ
ଚକାଡୋଳା ଚକା ଆଖି
ରତ୍ନ ସିଂହାସନ ବାଇଶି ପାହାଚ
ଆନନ୍ଦ ବଜାର ସାକ୍ଷୀ।
ପତିତ ପାବନ ନେତ ଉଡ଼ାଉଛ
ପତିତ ତାରଣ ପାଇଁ
ସଂସାର ଜଞ୍ଜାଳ ଦୂରୀଭୂତ ହୁଏ
ଶ୍ରୀକ୍ଷେତ୍ରକୁ ଗଲେ ଧାଇଁ।
ମହୋଦଧି କୂଳେ ବସିଗଲେ କ୍ଷଣେ
ସଂକୀର୍ଣ୍ଣତା ହୁଏ ଦୂର
ମଉଳିବା ଆଶା ଚରିତାର୍ଥ ହୁଏ
ତୁମେ କରୁଣା ସାଗର।
ଚାଲିବାକୁ ନାଥ ସାହସ ଦେଇଛ
ଏତେ ବଡ଼ ଦୁନିଆରେ
ସର୍ବେ ନିଜ ନିଜ ସ୍ବାର୍ଥରେ ଜଡିତ
ତୁମେ ଏକା ଭରସାରେ।
ଜଗତ ଉଦ୍ଧାର ତୁମ କର୍ମ ପ୍ରଭୁ
ମଣିଷ ଅଟେ ନିମିତ୍ତ
ସବୁରି ଉପରେ ତୁମରି ପରଶ
ବଞ୍ଚିବାର ରାହା ସତ।
ତୁମ ଚିନ୍ତନରେ ତୁମ କରମରେ
ବିତି ଯାଉ ଏ ଜୀବନ
ଏତିକି ପ୍ରାର୍ଥନା ହେ ଚକା ନୟନ
ନ କରିବ ହିନି ମାନ ।।
