ଆତ୍ମନେପଦୀ
ଆତ୍ମନେପଦୀ
ମୁଁ ଭଲ ଭ।ବରେ ବୁଝିଛି
ଜୀବନର ଅନ୍ୟ ନାମ
ଯନ୍ତ୍ରଣାର ନୀରବ ସ୍ବାକ୍ଷର,
ଆଉ ଏ କଥା ବି ଜାଣିଛି
ଏଠି ବଞ୍ଚିବାକୁ ହୁଏ
ସମୟର କଳରୋଳେ
ପିଇ ପିଇ ମୃତ୍ୟୁର ଗରଳ ସବୁକୁ !
ତଥାପି କାହିଁକି ଜାବୁଡି ଧରିଛି
ଯେତେ ମିଛ ସ୍ବାଭିମାନକୁ
ସ୍ବାର୍ଥର ସମୀରଣେ
ଆଙ୍କି ଦେଇ ଲଲାଟରେ
ପ୍ରୀତି ପ୍ରଣୟର ରକ୍ତିମ ଆଭା
ସ୍ନେହାସ୍ପଦ ସ୍ପର୍ଶ ସହ
ପୂର୍ଣ୍ଣତାର ବିଜୟ ଝଲକ ଭିତରେ !
ମୁଁ ପରା ପୁରୁଷ
ମତେ କାନ୍ଦିବା ମନା
ଅଟହାସ୍ୟର ଜହର ପିଇ ପାରେ
ସ୍ବାଭିମାନର ଚାଦର ତଳେ
ସବଳ ଶରୀରେ ଦୁର୍ବଳ ମନରେ
ତଥାପି ଜିତିବାର ଅଭିମାନ
କରିବାକୁ ହେବ ଆଉ
ନିଜ ଆତ୍ମ ସମ୍ମାନରେ
ସ୍ବିକୃତିକୁ ଆପଣେବାକୁ ପଡିବ !
ଲାଞ୍ଛିତ, ବାଞ୍ଛିତ, ନିଷ୍ପେଶିତ
ଅବିଶ୍ବସ୍ତ ପୃଥିବୀରେ
ଠିଆ ହୋଇ ଜାଳିବାକୁ ହେବ
ତ୍ୟାଗ ତିତିକ୍ଷାର ଅନଳ,
ବିଶ୍ୱାସର ସମ୍ପର୍କ ପ୍ରତିଷ୍ଠାପାଇଁ,
ନୀତି ଓ ନିଷ୍ଠାର ପାଇଁ ,
ହେଉ ପଛେ ପାଗଳାମୀ
ରହିବାକୁ ହେବ ଦୂନିଆ ଯାକର
ଜଟିଳତା ଭିତରେ ,
ଏ ମୋ ଅନ୍ତରର କଥା ନୁହେଁ
ଏହା ପ୍ରତିଟି ପ୍ରାଣର ଛଳ ଛଳ
ସ୍ବପ୍ନହୀନ ରୁଦ୍ଧ ପରିକଳ୍ପନା !
