STORYMIRROR

Debabrata Mishra

Abstract Tragedy Inspirational

3  

Debabrata Mishra

Abstract Tragedy Inspirational

ଆତ୍ମବନ୍ଦୀ

ଆତ୍ମବନ୍ଦୀ

1 min
147


ବିରାଟ ତାର ମନର ଗିରି

ଗିରି ମଧ୍ଯେ ସମୟ କରିଛି ବିଶାଳ ସୁଡ଼ଙ୍ଗ

ଇଛା, ଅନିଛା, ଆଶା, ନିରାଶା, 

ବିଶ୍ୱାସ, ଅବିଶ୍ବାସ, ଭୟ, ସାହସ, 

ଲୁହ, ହସ, ପିୟୁଷ, ବିଷ 

ଧାଡ଼ିରେ ଧାବମାନ ସନ୍ଧାନ ପ୍ରୟାସେ

ଦର୍ଶନ କରିବେ ସୁଡ଼ଙ୍ଗ ଅନ୍ତରେ ନିଜକୁ ।


କାଳର ଗତି ପବନର ଶକ୍ତି ବୟସ ଯାଏ ବିତି

ଦେହର ଆକାଶ ଆକାଶରେ କେବଳ ରାତି

ସୁଖ ଦୀପ ଧପ୍ ଧପ୍ କରୁଛି

ସୁଡ଼ଙ୍ଗ ଭିତର କଳା ବହଳ ଅନ୍ଧାର

ସୁଖ ଦୀପର ଆଲୋକ ଲିଭିବା ସମ୍ଭାବନା

"ମୁଁ" କହେ ଭାଗ୍ୟର ବିଡ଼ମ୍ବନା

ଭାଗ୍ୟ କବେ "ମୁଁ" ର ବିଡ଼ମ୍ବନା

ଆତ୍ମାର ପାତାଳ ହସୁଛି ପାଗଳ ଭଳି 

ଏ ମଣିଷଟା ବିଚିତ୍ର ହୋଇସାରିଛି

ନିଜକୁ କରୁଛି ପ୍ରତି ମୁହୁର୍ତ୍ତରେ ବନ୍ଦୀ ।


କିଏ ତାକୁ ମୁକୁଳାଇବ ତା ନିଜ ଭିତରୁ

ସେ ନିଜକୁ ନିଜେ ବାନ୍ଧିଛି

କର୍ତ୍ତବ୍ଯର ଅଜବ ଶକ୍ତିଶାଳୀ ରଜ୍ଜୁରେ 

ହସିହସି କାନ୍ଦୁଛି କାନ୍ଦିକାନ୍ଦି ହସୁଛି

ସକାଳକୁ ରାତି କହି ଆକାଶରେ

ଜହ୍ନତାରା ଖୋଜୁଛି ଆଲୁଅକୁ ଭୁଲୁଛି

ମୁକ୍ତ ହୋଇ ବି ବନ୍ଧନେ ସେ 

ବନ୍ଧନରେ ମଧ୍ଯ ମୁକ୍ତି ଖୋଜୁଛି

ନିଜସହ ଆଳାପ କେବେ କରେ ବିଳାପ

ଆତ୍ମବନ୍ଦୀ ଅନ୍ତ କାରାଗାରରେ 

ଈଶ୍ବର ତାକୁ ଦେଖି ହସୁଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract