ଆତ୍ମବିମ୍ବ
ଆତ୍ମବିମ୍ବ
ଏକ ଯୁଗାନ୍ତର ପରେ
ଆଇନାରେ କାହାର ୟେ ପ୍ରତିବିମ୍ବ ?
ମୁଁ ସିଏ ! ନା ସିଏ ମୁଁ !
କିଏ କାହାର ପ୍ରତ୍ୟୟ ?
ମୁଁ ମୂଳ ନା ସିଏ ?
ଅନେକ ପ୍ରଶ୍ନବାଚୀ ?
ନିଃସନ୍ଦେହ ତୁମେ ମାତ୍ରାଧିକ ଅନନ୍ୟ ଉଜ୍ଜ୍ୱଳମୟୀ
ହେଲେ ରୂପରେ ମୋର ଅବିକଳ ନକଲ
ତୁମେ ମୋ ଭିତରେ ସମାହିତ? ନା ମୁଁ ତୁମ ଭିତରେ?
ତା ହେଲେ କ'ଣ ?
ମୁଁ ଆଜୀବନ ଛଳନାରେ ବଞ୍ଚିଛି !
ମଞ୍ଚସ୍ଥ ନାଟକର ପ୍ରକୃତ ନାୟିକା କିଏ ?
ୟେ ଯାବତ୍ ଭାବୁଥିଲି
ସାଉଁଟି ଥିବା ପ୍ରେମ ଆଉ ଘୃଣାର ଅଧିକାରିଣୀ ମୁଁ ।
ଏଇ ଦେଖ ! ମୋ ମୁହଁରେ ପଡ଼ିଥିବା
ବୁଢିଆଣୀ ସୂତାପରି ସୂକ୍ଷ୍ମ ରେଖା ସବୁ
ମୋର ଜୀବନ ସଂଘର୍ଷର ପ୍ରତିଛବି ।
ଶ୍ରେୟ ନେବାର ଅପଚେଷ୍ଟା କରନା !
କ'ଣ କହିଲ ?? ତୁମେ ସାମାନ୍ୟ ଏକ ଦ୍ରଷ୍ଟା ।
ମୋ ପ୍ରତିଟି ଉତଥାନ ଆଉ ପତନର.....
ଆଉ ! ଆଉ ! ସୂତ୍ରଧର ଅଗଣ୍ୟ ଯବନିକା ପାତର ।।