STORYMIRROR

Debadatta Jena

Abstract Romance Thriller

3  

Debadatta Jena

Abstract Romance Thriller

ଆସ୍ତରଣ...

ଆସ୍ତରଣ...

1 min
271


ତୁମ ମନଟା ତ ଏବେ 


ନିବୁଜ ଶୀତର ନୀରବ ଆସ୍ତର, 


ତୁମ ଶ୍ରାବଣର ଝର ଅଛି କାହିଁ, 


ତୁମ ଭାବନା ତ ବୋଧେ 


ଅଶାର ଆକାଶ,ଇନ୍ଦ୍ରଜାଲ ମୟ 


ତମ ଖିଆଲି ଫଗୁଣ ଲୁଚେ କାହିଁ, 


ତୁମେ କ'ଣ ଭାବୁଛ, 


ସେ ଶୀତଳ ସବୁଜ ମାୟାର 


ବନ୍ଧନେ ରଂଗର ଲହର 


ଏ ହୃଦୟକୁ କେବେ ଛୁଉଁ ନାହିଁ, 


ନାଁ ତୁମ ସେ ସୁନେଲି ନୀଳିମା 


ବଳୟ ମୋ ଆଖିରେ କେବେ 


ଇନ୍ଦ୍ରଧନୁ ହୋଇ ନାଚୁ ନାହିଁ, 


ନାଁ ତୁମେ କି ଭାବୁଛ, 


କେଉଁ ଗହଳ ବୋଉଦ ବହଳ 


ନୀଳୟେ ଆକାଶ କୁସୁମ 


ତୋଳ କାହିଁ, ଅବା ସବୁଜିମା 


ଭରା ବିଭୋରତା ଗୁଣେ 


ରଂଗ ଫଗୁଣ କି ଆଙ୍କ କାହିଁ..? 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract