ଆଶାଲିପି
ଆଶାଲିପି
ହେ ଗୁରୁ ପ୍ରତିମ ...!
ହେ ଗୁରୁ ପ୍ରତିମ ..!
ଦିଅ ମୋତେ ବର
ଚରଣେ ତୁମରି ବନ୍ଦନା
ଜନ୍ମ "ଆଶାଲିପି"
ହେଉ ପ୍ରସ୍ଫୁଟିତ
ପୁଷ୍ପର ପାଇ ବାସନା l
ହେ ଗୁରୁ ପ୍ରତିମ ...!
କୃପାକର ବାରେ
ପାଦରେ ଏତିକି ପ୍ରାର୍ଥନା
ସୃଷ୍ଟ "ଆଶାଲିପି"
ଜୀବଦାନ ପାଉ
ରୁଧିମନ୍ତ ହୋଇ ରଚନା ...Il
ଶ୍ରୀଗୁରୁ ପାଦପଦ୍ମରେ ....
ପ୍ରଣାମ
ଆଶା ଆକାଶ
ଆକାଶ ଆସିଛି ଓଲ୍ହେଇ ଏଦେଶେ
ପ୍ରିୟା ପ୍ରେମ ପଣପାଇଁ
ପ୍ରେୟସୀ ପ୍ରେମିକl ପାଗଳ କରିବ
ସୁନ୍ଦର ଶିରରେ ଥୋଇ l
ରଚିବ ପୃଥିବୀ
ବିସ୍ଫୋଟକ ବିଷ
ରୁନ୍ଧିକି ରଜନୀ
ଆଶାର ବିନାଶ
ପୂର୍ଣ୍ଣ ପ୍ରିୟବତୀ ଫଗୁଣ ପାହାନ୍ତି
ପୁଣ୍ୟଫଗୁ ପଞ୍ଚାମୃତ
ଆଶାରେ ଆକାଶ ନିର୍ମଳ ଆଲୋକ
ସୂର୍ଯ୍ୟଦୋୟ ଶୋଭା ସତ ll
ବିଜ୍ଞାନ ମିଶ୍ରଣ
ଆକାଶକୁ ଛୁଇଁ -ଛୁଇଁ ରଚିଯିବି
ନୂଆ ପୃଥିବୀର ସ୍ୱର
ଧବଳବାଦଲ ଟାଣି ଚୁମିଯିବି
ନୀଳଆକାଶ ସୁନ୍ଦର l
ମାଟି ହସୁଥିବ
ଶସ୍ୟ ବାସୁଥିବ
ବରଷା ଛାଡିବ
ଆକାଶ ହସିବ
ମନ୍ଦମନ୍ଦ ପବନର ସ୍ପର୍ଶ ପାଇ
ଦୋହଲିବ ମନ ପ୍ରାଣ
ଭୂମି ଭୂମା ସୁନୀଳବାଦଲ ସାଥେ
ରଚୁଥିବେ ସୁ ବିଜ୍ଞାନ ll
ରହସ୍ୟ ରଚନା
ତାଳବଣ ତାତି ଅମୃତର ଛାତି
ପଢ଼ିଛି ପାପୁଲି ପାଠ
ଜନ୍ମରୁ ମରଣ ସମାଜ ସଂସ୍କlରେ
ଆଙ୍କିଛି ଅନେକ ଅଙ୍କ I
ବଢ଼ିଛି ବାଢ଼ିଛି
ରଚନା ରଚିଛି
ହସି ହସାଇଛି
ରଙ୍ଗ ହରାଇଛି
ବେରଙ୍ଗ ବେଳର ବିଷାକ୍ତ ବେଳାରେ
ବାଧିଛି ଜୀବନ ଯୂଈ
ସମାପ୍ତ ସମୟେ ପରିଧି ପାଇବା
ବୃଥା ଖାଲି ଧଇଁସଇଁ l
ଅଭାବ ଅଭିଶାପ
କମ୍ପନ କାଟେ କର୍ଣ୍ଣ ପଟହ କୋଣେ
କଇଁ କଇଁ ସ୍ୱର ସୁଧା
ଲମ୍ପଟ ଲୋଭି ଲଲୁପ ଲlଳସେ
ନିତି ନିତି ମାରେ କ୍ଷୁଧl I
ଆଶାର ଆଲୋକ
ଅଜ୍ଞାନ ଅଜଣା
ଭାଷାର ଭାବନା
ହୁଏ ବାଟବଣା
ସୁନୀଳ ଆକାଶ ମେଘଖଣ୍ଡ ପାଖ
ତନଖିଛି ବହୁ ତଥ୍ୟ
ପ୍ରମାଣ ପ୍ରବାହ ପରଖି ପାରିଲେ
ଜୀବନ ଜଳନ୍ତା ବାକ୍ୟ Il
ତାଣ୍ଡବ ତାଳବଣ
ତାଳବଣ ତାଣ୍ଡବ କରୁଛି ଦେଖ
ରୌଦ୍ରଗ୍ରୀଷ୍ମ ଦିବସରେ
ନାଗଗଣ ନଭଦେଖି ନାଚୁଥାନ୍ତି
ନାଭି ଓ ମସ୍ତକୋପରେ l
ନଜର ନଛାଡେ
ନିର୍ଜନ ବଣରେ
ନଗ୍ନ ପାଦମାଡ଼େ
ବିକଳ ବିଷରେ
ଖେଳୁଛନ୍ତି ଖେଳ ଖର ଖରାବେଳ
ଛିଣ୍ଡେ ଛାଇ ଛଇ ଛାଡ଼ି
ନିର୍ଧୁମ ନିର୍ବାଣ ନଗ୍ନ ବିକଟାଳ
ରାନ୍ଧି ରଟେ ସଜ ରଡ଼ି ll
କଞ୍ଚା କବିତା
କବି କୂଳେ କମ୍ପାଏ କଞ୍ଚା କବିତା
ଭେଦି ଭ୍ରମ ଭଣ୍ଡାର
ଶବ୍ଦ ସୁଧେ ଶୋଭାମଣ୍ଡପରେ ସଦା
ଶୋଭା ଶୁଭେ ଶୁଦ୍ଧ ସ୍ୱର l
ରଚନା କଳନା
ଶୁଭ୍ର ଶଙ୍ଖ ସ୍ୱର
କବିର କଳ୍ପନା
ଲିପି ଲୋଭ ଭାର
କବି କାଢ଼ି ଗଢେ ନୂତନ ଭଣ୍ଡାର
ସାହିତ୍ୟ ସମାଜ ପାଇଁ
ସୃଷ୍ଟି ସ୍ରଷ୍ଟା ସଢ଼େ ସତେଜ ସାଉଣ୍ଟି
ସଞ୍ଜ ସକାଳ ସାଇଁ ll
ଚାନ୍ଦ ଚାହାଣି
ଚନ୍ଦ୍ରବଦନୀ ଚାନ୍ଦପରି ଚାଁହୁଚି
ଚମ୍ପା ଚଉତି ଚଉତି
ମନତଳ ନିଆଁ ମଉନରେ ମାରି
ମହମେ ମରେ ମନଟି I
କଥା ତା' କମ୍ପାଏ
ବ୍ରହ୍ମାଣ୍ଡ ଥରାଏ
ଓଠ ବଦଳାଏ
ଭୂଗୋଳ ଭୁଲାଏ
ବହୁତ ଦିନରୁ ବେହସ କରିଛି
ବେହାରାମି ତା' ଚାହାଣି
ଆଖିରେ ଆସିକି ଆଙ୍କୁଛି ଇସାରା
ମନକୁ ନିଏସେ ଟାଣି ll
ପାଚିଲା ପ୍ରେମ
ଆସ ପ୍ରିୟତମା ଆନନ୍ଦ ଆଣିବା
ଆଶାର ଆଲୋକ ବୁଣି
ଖୋଲା ଆକାଶରେ ଶୀତଳ ପବନେ
ପକ୍ଷୀ ଯାଉଥିବେ ଉଡ଼ି l
ମେଘ ମାଗୁଥିବା
ସବୁଜିମା ସାଜ
ରଚନା ରଚିବା
ଧରିତ୍ରୀ ମଉଜ
ଅପରୂପ ଦୃଶ୍ୟ ଜୀବନେ ଆଣିବା
ନୂଆ ଦୁନିଆରେ ହଜି
ସାକ୍ଷୀଥିବେ ସଦା ତିନୋଟି ଠାକୁର
ପୁଷ୍ପବର୍ଷା ନଭୁ ତେଜି ll
ଜହର ଯାଦୁ
ଯାହାପାଇଁ ଯାଦୁଘର ଏ ଜୀବନ
ଜଳୁଥାଏ ଜନ୍ମ ଜନ୍ମ
ଜହର ଜଞ୍ଜାଳେ ଜଳୁଥାଏ ମିଶି
ଭ୍ରମି ବ୍ରହ୍ମାଣ୍ଡ ସୃଜନ l
ଜହରକୁ ଜାଳି
ନଭ ମଣ୍ଡଳରେ
ଜୀବନକୁ ପାଳି
ନକସା ବଳରେ
ହୁତୁ ହୁତୁ ଜଳି ଖୋଳତାଡ କରି
ସୃଷ୍ଟି ସୃଜଇ ସଳଖି
ଭୂଗୋଳ ବିଦାରି ବିଦୀର୍ଣ୍ଣ ହୁଅଇ
ଯାଦୁ ନପାରେ ପରଖି Il
ଆଦେଶ ଆହୁତି
ଜହ୍ନ ଖୋଜୁଥିଲି ଟାଣଖରI ଟାଣି
ପ୍ରେମିକାର ପ୍ରେମ ପାଇଁ
କୋହଲା ଆକାଶ କାନ୍ଦୁଥିଲା କୁଟି
ସୂର୍ଯ୍ୟ ସାଜିଗଲି ଡେଇଁ I
ପ୍ରେମିକା ପାହାଡ଼
ପ୍ରଳାପ ପାହୁଚ
ସମୁଦ୍ର ସୁଅରେ
ଜୀବ ଜର୍ଜରିତ
ସବୁଜ ବନାନୀ ଶଙ୍କାରେ ସମୟ
ପବନ -ଅଗ୍ନିର ମେଳେ
ସମାପ୍ତ ସବୁରି ସଞ୍ଜୁଆ- ସକାଳ
ଚିତ୍ରପଟ୍ଟ ଚିତl କୋଳେ l
ପରିଣାମ ପଥ
ଆଶା ଓ ଆକାଂକ୍ଷା ଆଇନ ଆଖିରେ
ଧୂଳିଧୂସରିତ ବର୍ଣ୍ଣ
ସଫା ସଇତାନ ସଫେଇ ସଜାଏ
ସଫେଦକୁ କରି ଚୂର୍ଣ୍ଣ l
ଆଖିଥାଇ ଅନ୍ଧ
ନିଇତି ନିୟମ
ଆସନ ଆବଦ୍ଧ
ବନ୍ଧା ନଥି ସମ
ପାପ ପୁଣ୍ୟ ପ୍ରାୟଶ୍ଚିତର ପାଉଣା
ପରଖିଛି ଭୂମି-ଭୂମା
ପତନ ପ୍ରଳୟେ ପଚାରିବେ ପ୍ରଭୁ
ଫିଙ୍ଗି ମୃତ୍ୟୁଫାସ ଜାମା I
ଜାଣିଲା ଯାଦୁ
ଜୀବନଟି ଖୋଜେ ଅଜବ ଜିନିଷ
ସମୟ ଖେଳାଏ ଖେଳ
ସଂସାର ଶିଖାଏ ବଂଚିବା ଶୈଳୀ
ନାହିଁ କାହା ତାଳମେଳ l
ମୃତ୍ୟୁବି ଏଠି ଆଶାରଖେ କିଛି
ଶିଖାଏ ଫୋପାଡ଼ି ଡୋରି
ସମ୍ପୁର୍ଣ୍ଣ ସଂସାର ମାୟା ଖାଲି ମାୟା
କାଳହାତେ ଯାଏ ସରି ll
କଢ଼ଦ୍ୱୟ
ନୁଆ ଆଲୋକ
ତୋର ଗୋରା ଦେହତଳେ
ଜଳୁଥିବା ବୟସ ନିଆଁରୁ
ବୟସ ରଡ଼ଟେ ଦେ
ମୋର ଶୀତଳ ରକ୍ତକୁ ଫୁଟାଇ
ଧୂଆଁ ବାହାର କରିବି ,
ତୋର ବିଶାଳ ଦରିଆରୁ
ବୁନ୍ଦାଏ ଜଳର ଜାଗା ଦେ
ଏକ ନୁଆ ଦୁନିଆର
ସାଧନା କରିବି ll
ସମ୍ଭାବନା
ଚିତ୍ରାଙ୍କନ କରୁ କରୁ
ନୁଆ ଦୁନିଆର
ତୁମ ଡ୍ରଇଁ ସିଟରେ
ଜୀବନ ବଂଚି ବଂଚି ମରେ ,
ପେନସିଲର ଗ୍ରାଫlଇଟ
ମାଡିଯାଏ ଏଣେ ତେଣେ
ଦୀପରୁ ଘିଅ
ସରିବାର ତାଳେ ତାଳେ
ସଳିତା ଲିଭିବାର ସୁରେ ସୁରେ ..ll
ମନମିତଣୀ
ସୁନ୍ଦର ତୁମ ମୁଖଚନ୍ଦ୍ରମା
ଆଖି କାଚକେନ୍ଦୁ ପାଣି
କେଶ ତୁମର ଅମାବାସ୍ୟା ରାତ୍ରୀ
ଓଠ ଗୋଲାପ ପରି ନାଲି l
ଚାହାଣି ତୁମର ଖଣ୍ଡାର ଧାର
ଦେଖି ,ହୃଦୟକୁ ଦିଅ ଚିରି
ମୁକ୍ତ ଆକାଶର ଚଢ଼େଇ ମୁଁଯେ
ତୁମପାଶେ ଅଟକିଲି ll
ଦିଶୁଛ ସଭିଙ୍କୁ ସଫେଦ ଗୋରାଦେହ
ମୋ' ମନର ଦେବି ତୁମେ
ଆଶୀର୍ବାଦ ଖାଲି ଅଛି ଦରକାର
ପୂଜିବି ବଡ଼ ଆନନ୍ଦେ lll
କଢ଼ କବିତା
ଜହର ଜଳୁଛି (ଏକ )
ଜହର ଜଞ୍ଜାଳେ
ଜୀବନ ଯାହାର
ଜନମ ଜନମ ଜଳେ ,
ଅମୃତର ଆଶା
ଆଉକି ଆସିବ
ସ୍ୱର୍ଗ ଥିଲେ ପାଦତଳେ ll
ଯାଯାବର (ଦୁଇ )
ଜୀବନ ଯାହାର
ଯାଯାବରେ ଜାଏ
ସୂର୍ଯ୍ୟାସ୍ତ ସମୟ ସାର ,
ସୂର୍ଯ୍ୟଦୋୟ ସଂଖ୍ୟା
ସରଳ ସମସ୍ୟା
ସୁନ୍ଦର ସ୍ୱର ସମ୍ଭାର ll
ଈତିଲିପି
ପଠନ ପାଳନ ପଳାତକ ପ୍ରାଣ
ପ୍ରାୟଶ୍ଚିତ ପ୍ରିୟା ପ୍ରାୟ
ମନର ମିଳନ ମଉଳା ମଳୟ
ମ୍ରିୟମାଣ ସୁ-ହୃଦୟ l
ମନ୍ଦିର ମହକ
ସରଗର ସରି
ମହୁଆ ମାଦକ
ମରିଚିକା ପରି
ଖୋଲା ଭୂଗୋଳ ଖିଲିଖିଲି ହସେ
ଡାକି ପଞ୍ଚଭୂତ ପାଶେ
ନପାରିବାପଣ ନାଚେ ନକ୍ସା ନଭେ
ଈତି ଆଦ୍ୟ ଈତିହାସେ ll
ଲୁହ-କୋହ-ମୋହ
ଓଠକୁ ମାଗିଲି ହସ ଟିକିଏ
ଆଖିରୁ ଖସିଲା ଲୁହ
ମନକୁ ପଚାରି ବୁଝିଲି କାରଣ
ଉତ୍ତରରେ ଖାଲି କୋହ l
ଯେଉଁଠି ଶୁଣିଲି ସେଇଠି ଶୁଭିଲା
ସଂସାରଟା ଖାଲି ମୋହ
ସମାଜ ଦେଖିକି ଟୁପୁରୁ ଟାପୁରୁ
କାହାକୁ କହିବା କୁହ ll
ବରଷା ଭାବ
ବର୍ଷା ବର୍ଷା ନୁଁହ
ଝରେ ଅମୃତର ବାରି
ଆକାଶୁ ମର୍ତ୍ତ୍ୟକୁ
ଶୋଷିନିଏ ବିଦଗ୍ଧ ରୌଦ୍ରତାପ
ଶବକୁ କରି ଜୀବିତ
ସବୁଜିମା ବର୍ଣ୍ଣାଳୀ ବାଢି ଧରିତ୍ରିକୁl
ଜୀବଦାନ ଦେଇ
ତୁଷାର୍ତ୍ତ ନଦୀ ନାଳ ଗାଡ଼ିଆକୁ
ସ୍ୱାଧୀନତା ସାଧବ ବୋହୂକୁ
ପ୍ରକୃତିର ଦାନ
ମୁଠା ମୁଠା ବିଂଚି ପୂର୍ଣ୍ଣଛେଦ ଦିଏ
ଅପେକ୍ଷାରତ କୃଷକ ପ୍ରାଣକୁ ll
ପାପ ପରାଣ
ପ୍ରିୟା ପାଦଚିହ୍ନ ପଡିଛି ପଙ୍କରେ
ପାଣିନାହିଁ ହାହାକାର
ଛାତିରେ ଛାତିଏ ଛି-ଛାପ ଛାଉଣି
ମରିଚିକା ପ୍ରାଣସ୍ୱର l
ଭୂମି -ଭୂମା ଭାଷା
ବାନ୍ଧବ ବାସେନା
କଳାର ବେଉସା
ବଞ୍ଚେ ଭାବବିନା
ଗୁଞ୍ଜରି ଉଠଇ ଗୁମସୁମ ଗାଥା
ଝାପ୍ସା ଆଲୁଅର କାଳେ
ପଶୁପାପୀ ପାଶେ ପଣକୁ ପାସୋରି
ପହିଲି କିରଣ ଭାଳେ ll
ମାଆ
ମାତା ,
ତୁମେ ଗଢିଦିଏ
ନୁଆ ଏକ ଜୀବନ
ପୁରୁଣାକୁ ,
କରିଦେଇ ଧୂଆଁ
ତୁମପାଦେ ମଥାନତ
କାନ୍ଦେ ନିତି କୁଆଁ କୁଆଁ l
ମାତା ,
ତୁମେ ଶକ୍ତି ,ଭକ୍ତି
ଆଲୋକମୟ ମୁକ୍ତି
ଭୂଗୋଳକୁ ,
ଦେଇଥାଅ ପ୍ରାଣ
ସମର୍ପଣ ଘେନମାତା
ତୁମପାଦେ ଦେଲି ଏ ଜୀବନ ll
ଜନ୍ମଦାତ୍ରୀଙ୍କ ପାଦତଳେ ସଦା
......ପ୍ରଣାମ .
ଜଳନ୍ତା ଯୂଈ
ଯେବେ ,
ଫଗୁଣକୁ ଫାସିଦେଇ ଫାନ୍ଦେ
ଫଡଫଡ଼ ହେଉଥାଏ ମନପକ୍ଷୀ
ତୁମେ କହୁଛ
ପ୍ରେମ ଗୀତ ଗାଇବାକୁ
ନୀଳ ଆକାଶରେ ଉଡ଼ିଯାଇ
ତୁମେ ପ୍ରେମିକା !
ନା ଜ୍ଜଳନ୍ତ ଯୂଈ l
ଯେବେ ,
ବସନ୍ତର ବାଟବଣା
ହାଡ଼ଭଙ୍ଗା ହିମ
ରୁଦ୍ରରୂପି ଗ୍ରୀଷ୍ମରେ ଜଳୁଥାଏ ଜୀବନ
ତୁମେ କହୁଛ
ଯିବାକୁ ଯମୁନା କଦମ
ରାଧା କୃଷ୍ଣ ହୋଇ
ତୁମେ ପ୍ରେମିକା !
ନା ଜ୍ଜଳନ୍ତl ଯୂଈ ll
ପିତା
ବାପା ବର୍ଷାପ୍ରେମ ଶୀତ ଶିହରଣ
ଗ୍ରୀଷ୍ମ ମରୁଭୂମି ଦୁଃଖ
ବସନ୍ତ ମାଦକ ହେମନ୍ତ ହେମାଳ
ଶରତ ସୁନୀଳ ସୁଖ ll
ଜନ୍ମରୁ ଜନ୍ମାନ୍ତ
ଜହର ଅମୃତ
ଜୀବନ ଜଞ୍ଜାଳେ
ପିତା ପଞ୍ଚlମୃତ
ପିତା ସ୍ୱର୍ଗ ଶମ୍ଭୁ ପିତା ସୃଷ୍ଟି କର୍ତ୍ତା
ଜୀବନ ତାରଣ କର୍ତ୍ତା
ପୁଣ୍ୟ ଆଦ୍ୟପ୍ରାନ୍ତ ପଥଦ୍ରଷ୍ଟା ପ୍ରାଣ
ଜୀବନ ଭାଗ୍ୟବିଧାତା Il
ଜନ୍ମଦାତାଙ୍କ ପାଦପଦ୍ମରେ ....
ପ୍ରଣାମ .

