STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଆଶା

ଆଶା

1 min
170


ଜୀବନେ ଅନେକ ଆଶା କରିଛି କେତେ ଭରସା

ତୁମେ ଦୟାମୟ ବୋଲି ଯାଇ କାନି ପତାଇଲି

ଜାଣି ମୁଁ ନଥିଲି ପ୍ରଭୁ କରିବ ବୋଲି ନିରାଶା

ନିରାଶ୍ରୟ ଭାବି ତୁମେ ମୋତେ ଦୂରେ ଦେଲ ଠେଲି ।।


ବଞ୍ଚିବାର ରହା ମୋର ସାରି ଦେଲ ହେ ଠାକୁର

ଯାହା ବି ତ ଦେଇଥିଲ ତାକୁ ବି ଛଡ଼ାଇ ନେଲ

ତୁଟାଇଣ ସବୁ ଆଶା କରି ଦେଲ ହେ ପଥର

ଆଶାର ତୋଳା ସଉଧ ଭାଙ୍ଗି ଚୁନା କରିଦେଲ ।।


ଅଭାଗା ମୁଁ ନିରାଶ୍ରୟ କିଏ ଦେବ ବା ଆଶ୍ରୟ

ଏଡେବଡ ପ୍ରଭୁ ମୋର ଯଦି କରିଦେଲେ ପର

କାହାଗେ ପାତିବି କାନି କିଏ ଦେବ ବା ଅଭୟ

ତଥାପି ଆଶା କରିଛି ତାର ପଙ୍କଜ ପୟର ।।


ସେଯେ ତେଜସ୍କ୍ରିୟ ସୂର୍ଯ୍ୟ ତାଆଗେ ମୁଁ ହୀନବୀର୍ଯ୍ୟ

ସେ ଯେ ଅନନ୍ତ ଅପାର (ମୁଁ) କ୍ଷୁଦ୍ର କଣା ପରକାର

ସେଯେ ବେଗବାନ ନଦୀ କାହିଁ ବା ମୋହର ଧୌର୍ଯ୍ୟ

ତଥାପି କରିଛି ଆଶା ତାର ପଙ୍କଜ ପୟର ।।


ଆଶା ନଦୀ ବୌତରଣୀ ମୋର ଶୁଖିତ ଗଲାଣି

ଆଶା ଦୀପ କ୍ଷୀଣ ପ୍ରଭ ହୋଇ ଯାଉଛି ନିଷ୍ପ୍ରଭ

ପ୍ରାଣ ରୂପକ ତଇଳ ସରି ମରି ଯାଏ ପ୍ରାଣୀ

ଏବେଳେ ପ୍ରଭୁ ଆଶ୍ରୟ ଦେଇ କର ସର୍ବ ଶୁଭ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller