STORYMIRROR

Kalyani Nanda

Fantasy

4  

Kalyani Nanda

Fantasy

ଆସ ପ୍ରଭୁ ଚକ୍ରଧର

ଆସ ପ୍ରଭୁ ଚକ୍ରଧର

1 min
268

   ଲୀଳାମୟ ଆହେ ଠାକୁର,

   ନେଇଥାଅ ତୁମେ ଅବତାର,

   ଧର୍ମ ସ୍ଥାପନା ର ଯେ କାରଣ,

   ସାଧୁ,ସନ୍ଥଙ୍କ କରିଥାଅ ପାଳନ,

   ଆସ ଥରେ ମର୍ତ୍ତ୍ୟଭୂବନ,ହେ ଜଗମୋହନ।।


   କଳିଯୁଗରେ ଏ ସଂସାର,

   ଅନ୍ୟାୟ, ଅଧର୍ମର ଭାର,

   ଈର୍ଷ୍ୟା,ଲୋଭ, ଅହଙ୍କାର,

   ଦୁର୍ବଳ ସହେ ଅତ୍ୟାଚାର,

   ରକ୍ଷା କର ଆହେ ପ୍ରଭୁ ପୀତାମ୍ବର।।


   ଶୁଭୁନି ଆଉ ତୁମ ବଂଶୀ ସୁର,

   ଶୁଭୁନି ଯେ ତୁମ ନିକ୍ବଣର ସୁର,

   ଝୁରୁଛି ଆଜି ଯେ ଯମୁନା କୂଳ,

   ଝୁରେ ତୁମକୁ ଆଜି ଗୋପପୁର,

   ଆଉ ଥରେ ଆସ ଆହେ ପ୍ରଭୁ ଚକ୍ରଧର।।


   କଂସ ମାମୁଁ ର ଅତ୍ୟାଚାର,

   ସହି ନ ପାରି ହେ ନୀଳାମ୍ବର,

   ଅଷ୍ଟମ ଗର୍ଭରେ ଦେବକୀଙ୍କର,

   ଜନ୍ମିଲ ନେଇ ଶ୍ରୀକୃଷ୍ଣ ଅବତାର,

   ବାଲ୍ୟ କାଳ ବିତାଇ ଗୋପପୁର,

   କଂସ ହସ୍ତୁ ଧରଣୀ କଲ ଉଦ୍ଧାର,ହେ ଗିରିଧର।।


    ଆହେ ପ୍ରଭୁ ଯଶୋଦା ନନ୍ଦନ,

    ଝୁରେ ତୁମକୁ ଆଜି କଦମ୍ବ ବନ, 

    ଝୁରୁଛି ରାଧିକା,ଝୁରେ କୁଞ୍ଜ ବନ,

‌    ଆଉଥରେ ଆସ ଆହେ ନବଘନ,

    ବଂଶୀ ସୁରେ ମୋହିବ ସଭିଙ୍କ ମନ,

    ଅଧର୍ମ ନାଶି ଧର୍ମ, କର ସ୍ଥାପନ,ହେ ଶ୍ୟାମଘନ।।

    

    

  


Rate this content
Log in

Similar oriya poem from Fantasy