Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆସ ଲଗାଇବା ଗଛଟିଏ

ଆସ ଲଗାଇବା ଗଛଟିଏ

1 min
422



ତରୁ ଗଛ ବୃକ୍ଷ ଉଦ୍ଭିଦ ପାଦପ 

ଅଛି ଶବ୍ଦ ନାମ ତାର ବହୁତ

ଜୈବ ବିବିଧତା ସୃଷ୍ଟିର ବୈଚିତ୍ର 

ବନସ୍ପତି ପ୍ରାଣୀ ପରିପୂରକ । 


ଉଦ୍ଭିଦର ଅଛି ହରିତ କଣିକା

ପ୍ରାଥମିକ ସ୍ତରେ ସେ ସ୍ୱୟଂପୁଷ୍ଟ 

ଏ ମନୁଷ୍ୟ କିନ୍ତୁ ଅଟେ ସର୍ବଗ୍ରାସୀ

ପରଭୋଜୀ ଜୀବ ବୃକ୍ଷ ଓଲଟ ।


ଶସ୍ୟ ଫଳ ମୂଳ ଛାୟା ସୁଶୀତଳ

ନାନାବିଧ ଜାତି ପନିପରିବା

ଯୋଗାଏ ଆହାର ବାସୋପକରଣ

ଅମ୍ଳଜାନେ ତା ଆମ ଶ୍ୱାସକ୍ରିୟା ।


ତଇଳ ଔଷଧୀ ରଙ୍ଗ ଓ ସୁଗନ୍ଧି

ଉଦ୍ଭିଦରୁ ହୁଏ ଆମକୁ ପ୍ରାପ୍ତ

ସୂରୁଜ କିରଣେ ଆଲୋକ ଶ୍ଳେଷଣ

ରସାୟନେ ସୃଜେ ଫଳ ଅମୃତ ।


ଜୈବ ମଣ୍ଡଳରେ ମହୀରୁଦ ଅଟେ

ସୁଦୃଢ ସୁରକ୍ଷ ଅଟଳ ସ୍ତମ୍ଭ

ବନ ସବୁଜିମା ରହିଲେ ଅକ୍ଷତ

ନିୟମିତ ରୂପେ ବରଷେ ମେଘ ।


ବୃକ୍ଷ ହିଁ ଦେବତା ସର୍ବ ସୁଖଦାତା

ସୃଷ୍ଟି ସ°ରଚନା ମୈ।ଳିକ ଭିତ୍ତି

ତା ଆଶ୍ରୟ ଯୋଗୁଁ ସମ୍ଭବେ ଜୀବନ

କୂଜନ୍ତି ମଧୁରେ ସକଳ ପକ୍ଷୀ ।


ସବୁଜ ବନାନୀ କରିବା ସୁରକ୍ଷା

ଗଛ ଲଗାଇବା ଆମ କର୍ତ୍ତବ୍ୟ

ଗ୍ରାମରୁ ସହର ପୁରପଲ୍ଲୀ ଜନ

ଜାଗିଲେ ଚେତନା ପୃଥ୍ୱୀ ହସିବ ।


Rate this content
Log in

Similar oriya poem from Inspirational