STORYMIRROR

Bijay Prusty

Fantasy

4  

Bijay Prusty

Fantasy

ଆରତ ତାରଣ ଶ୍ରୀ ଜଗନ୍ନାଥ

ଆରତ ତାରଣ ଶ୍ରୀ ଜଗନ୍ନାଥ

1 min
283


ଦିନ ସରିଗଲା ମାସ ସରିଗଲା

ବରଷ ହୋଇଲା ଅନ୍ତ

ଦୁଃଖୀଜନ କିଆଁ ଦୁଃଖେ ରହିଗଲେ

କୁହ ଥରେ ଜଗନ୍ନାଥ I


ତୁମ ଭକ୍ତଜନ ଚାହିଁ ରହିଥିଲେ

ଶ୍ରୀମୁଖ ଦର୍ଶନ ପାଇଁ

ଏମିତି ତାଣ୍ଡବ ରଚିଲା ପ୍ରକୃତି

ଅସହାୟ ଗଲେ ହୋଇ I


ଦୁର୍ଲ୍ଲଭ ହୋଇଲା ଶ୍ରୀ ମହାପ୍ରସାଦ

ଶ୍ରୀମନ୍ଦିର ଖୋଲୁ ନାହିଁ

ତୁମ ଛଡାଫୁଲ ତୁଳସୀର ଜଳ

ଟିକିଏ ବି ମିଳୁ ନାହିଁ I


କେମିତି ସହୁଛି ତୁମ ଦେହ ପ୍ରଭୁ

ଏତେ କଥା ଦେଖି ଦେଖି

ଇଏ କି ବିଚିତ୍ର ଲୀଳା ରଚିଅଛ

କୁହ ଥରେ ଚକାଆଖି I


କଳିର ଠାକୁର କାଳିଆ ସାଆନ୍ତ

ଉଠ ବାରେ ନିଦ୍ରା ତେଜି 

ନହେଲେ ତୁମର ସଂସାରରୁ ଯିବ

ମଣିଷର ନାମ ହଜି I


ଜୀବନ ଜିଇଁବା ଅସହ୍ୟ ହେଲାଣି

ବଳି ପଡିଲାଣି ଦୁଃଖ

ଦୟାମୟ ତୁମେ ସଂକଟ ତାରଣ

ନିଜ ଟେକ ନିଜେ ରଖ I

   


Rate this content
Log in

Similar oriya poem from Fantasy