ଆରୋଗ୍ୟ ଦାତା ସୂର୍ଯ୍ୟ ଦେବ
ଆରୋଗ୍ୟ ଦାତା ସୂର୍ଯ୍ୟ ଦେବ
ଆହେ ଅଦିତି ପୁତ୍ର ଘେନ ମୋର ପ୍ରଣାମ
ତୁମରି କୃପା ରେ ମିଳେ ଜୀବନ କୁ ବିଶ୍ରାମ
ତୁମେ ଆରୋଗ୍ୟ ଦାତା ଆହେ ବିରଞ୍ଚି ନାରାୟଣ
ତୁମେ ଛାୟା କାନ୍ତ ହେଲ ସାରା ସଂସାର ରେ କରିଲ ବିଚରଣ
ତୁମେ ଅର୍କ କ୍ଷେତ୍ର ରେ ରହି ପୂଜା ପାଇଲ
ତୁମେ ଶାମ୍ବ ଙ୍କ ଅସାଧ୍ୟ ରୋଗ ରୁ ମୁକ୍ତ ଯେ କରିଲ
ତୁମ ପାଇଁ ସାମ୍ବ ଅର୍କ କ୍ଷେତ୍ର ରେ ସୂର୍ଯ୍ୟ ପୂଜା କଲେ
ଚନ୍ଦ୍ର ଭାଗା କୂଳ ରେ ତୁମରି ମୂରତି କୁ ପ୍ରାପ୍ତ କରିଲେ
ଶ୍ରୀ ରାମ ତୁମ ପାଇଁ ଆଦିତ୍ୟ ହୃଦୟ ଶ୍ରୋତ୍ର ପାଠ କରିଥିଲେ
ରାବଣ କୁ ବିନାଶ କରିଲେ ତୁମ ଶକ୍ତି ବଳେ ଅବଧ ଫେରିଲେ
ପ୍ରାତଃ କାଳ ରେ ଯିଏ କରେ ନୀତି ସୂର୍ଯ୍ୟ ନମସ୍କାର
ଆୟୁ ବଳ ତେଜ ବୃଦ୍ଧି ହୁଏ ଆରୋଗ୍ୟ ହୁଏ ଶରୀର
ତୁମେ ସବିତା ହୋଇଲ ଆହେ ଭାସ୍କର ରଥେ ବସିଲ
ତୁମ ରଥ ରେ ଅରୁଣ ଙ୍କୁ ସାରଥୀ କରି ସାତ ଅଶ୍ଵ ରଖିଲ
ତିଳ ସପ୍ତମି ରେ ତୁମ ଜନ୍ମ ଉତ୍ସବ ପାଳନ ହୁଏ
ତୁମ ରଥ ଦର୍ଶନ କରି ଜୀବନ ର ସକଳ ପାପ ଯାଏ
ଆହେ ରବି ନାରାୟଣ ରବିବାର ହେଲା ତୁମ ଜନ୍ମ ବାର
ଶାମ୍ବ ଦଶମୀ ରେ ପୂଜା କଲେ ମନସ୍କାମନା ପୁର୍ଣ ହୁଏ ଭକ୍ତର
ତୁମେ ସବୁ ରୋଗ ଦୂର କର ସବୁ ଭକ୍ତ ଜନ ଙ୍କର
ତୁମରି ଦର୍ଶନ କରି ଶାନ୍ତି ମିଳେ ଆରୋଗ୍ୟ କରି ଦିଅ ଶରୀର ।।
