STORYMIRROR

Kartik chandra panda

Classics

3  

Kartik chandra panda

Classics

ଆରେ ବାବୁ ନୀଳମଣି

ଆରେ ବାବୁ ନୀଳମଣି

1 min
119


ଆରେ ବାବୁ ନୀଳ ମଣୀ ତୁ ମୋର ନୟନ ମଣୀ 

   ଦୁଃଖ ପାଶୋରା ମୋ ଗଳାମାଳୀ

ମଧୁପୁ୍ର ଯିବା ପାଇଁ ଜିଦ୍ଧି କରୁ କାହିଁ ପାଇଁ

    ତୁ ପରା ମୋ ଜୀବନ ସଙ୍ଖାଳି 

       ରେ ଦୁଃଖୀଧନ

    ତୋର ବିନୁ ଯିବ ଏ ଜୀବନ

   ନିଶ୍ଚେ ମୁହିଁ ତେଜିବି ପରାଣ ରେ ଦୁଃଖୀଧନ|

ଲବଣି, ଅଧାମ ସର କାହା ମୁଖରେ ଆହାର 

     କାହାକୁ ମୁଁ ଛେନା ଦଧି ଦେବି

କାହାର ଚନ୍ଦ୍ର ବଦନ ଚାହିଁ ରଖିବି ଜୀବନ

     ନିଶି ଦିବସରେ ଝୁରୁଥିବି

       ରେ ଜୀବଧନ

    ଜୀବ ଯିବ ତୋର ଗୁଣ ସ୍ମରି

    ଯେବେ ଯିବୁ ତୁହି ମଧୁପୁରୀ ରେ ଜୀବ ଧନ |

 କରିବ କିଏ ସେ ଅଳି ପଣତ କାନିରେ ଦୋଳି

     ଗୋଡ଼ ଧରି ମାଗିବ ଲବଣି

 ଚୋରାଇ ଖାଇବ ସର ଲୁଚି ଲୁଚି ମନେ ଡର

     ଗୋଟିକା, ଅଧାମ, ଦଧି ପୁଣି 

        ରେ ଶ୍ୟାମ ଘନ 

     ତୁହି ମୋର ନୟନର ତାରା

    ବିସିକେଶନ ବାବୁରେ ଦରିଦ୍ର ପସରା ରେ ଶ୍ୟାମ ଘନ |

 ଯେବେ ଯାଉ ଗୋ ଗୋଷ୍ଟକୁ ଚାହିଁ ଥାଏ ତୋ ବାଟକୁ

     ଦଣ୍ଡେ ନ ଦେଖିଲେ ତୋର ମୁଖ

   ଚଉ ଦିଗ ଅନ୍ଧକାର ମନ ହୁଅଇ ଅସ୍ଥିର 

      ବେଳୁ ବେଳ ବଢ଼ି ଯାଏ ଦୁଃଖ 

        ରେ ଦୁଃଖ ହାରୀ 

      ତୁହି ମୋର ଏକୋଇର ବଳା 

 ଦୁଃଖିନୀ ଯଶୋଦା ମାତା ହୃଦ ରତ୍ନ ମାଳା ରେ ଦୁଃଖହାରୀ |

ମଥୁରା ନରେଶ କଂସ ମହା ଦୁଃଷ୍ଟ ସେ ରାକ୍ଷସ

   ଦେବତାଙ୍କ ବରେ ସେ ଅମର 

ତା ଠାରେ ବିଶ୍ୱାସ ନାହିଁ ଅନର୍ଥ ଥାଏ ଘଟାଇ

    ମନ୍ଦ ବୁଦ୍ଧି ଦର୍ପି ସେ ଅସୁର

      ରେ ବାପ ଧନ

   ମନୁ ତେଜ ମଧୁପୁ୍ର ଆଶା

 ବୃଦ୍ଧକାଳେ ତୁ ମୋର ଭରସା ରେ ବାପ ଧନ |


 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics