Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Comedy

3  

Niranjan Sahu

Comedy

ଆମେ ହୋଇଗଲେ ବୋଦା

ଆମେ ହୋଇଗଲେ ବୋଦା

1 min
431


ଦୂରକୁ ସୁନ୍ଦର ପାହାଡ଼ ପର୍ବତ       

     ପାଖେ ଗଲେ କଣ୍ଟାବୁଦା

ସରକାରୀ ଯୋଜନା ବାହାରେ ଚିକଣ

       ଭିତରେ ଅଳିଆ ଗଦା ।


ଯୋଜନା ସବୁ ହଡ଼ପ ହେଉଛି

     ଯୋଜନା ଗଦା ଗଦା

ଗରିବ ବାପୁଡା ବଲ ବଲ ଚାହେଁ

      ଯୋଜନା ହେଲାଣି ପଦା ।


ପାଞ୍ଚ ଟଙ୍କିଆ ଭାତ ଡାଲମା ରେ

       ଭୋଟର ହୋଇଲା ଫିଦା

ମନ୍ତ୍ରୀ,ଯନ୍ତ୍ରୀ,ତନ୍ତ୍ରୀ ସବୁ ଖାଇଗଲେ

        ଦେଶ ହୋଇଗଲା ପଦା ।


ଆମ ଯୁବଗୋଷ୍ଟି ପାଠ ପଢା ସାରି

         ଆଜି ଭୋଗୁଛନ୍ତି ବାଧା

ଚାକିରୀ ନପାଇଁ ଏଣେ ତେଣେ ବୁଲି

           କରୁଛନ୍ତି ଅସୁବିଧା ।


କାହାକୁ କହିବା କିଏବା ଶୁଣିବ

        ସମସ୍ତେ ଏଠାରେ ଦାଦା

ଭୋଟ ଗୋଟାକ ଦେଇକରି ଆମେ

        ହୋଇଗଲେ ସବୁ ବୋଦା, ।


Rate this content
Log in

Similar oriya poem from Comedy