STORYMIRROR

Lunar Das

Tragedy Inspirational

4  

Lunar Das

Tragedy Inspirational

ଆଲେଖ୍ୟ

ଆଲେଖ୍ୟ

1 min
23.8K


ମୁଁ ଆଉ ମୋ ପୃଥିବୀ

ମୋ ପାଇଁ ଏକ ଅଭିନ୍ନ ଭାବାନ୍ତର

ଅପହତ ଅସମ୍ଭାଳ ତାଣ୍ଡବଲୀଳାର

ଅବଲୋକନ ପରେ

ହୃଦୟର ଉଦ୍ ବେଳନ ମୋର

ଏକ କ୍ଷରିତ ଅଶ୍ରୁର

ଧାରଟିଏ ପରି,

ଆଲୋଡ଼ିତ ମୋ ହୃଦୟ ମନ୍ଦିରେ।


ମୁଁ ବି ତ ଏ ଧରାଧାମର ଆଗନ୍ତୁକ

ହସ କାନ୍ଦ ମୋ ଜନ୍ମ ଜାତ

ଆଲେଖ୍ୟ ପ୍ରସଙ୍ଗ ।

ଏ ମୃତ୍ୟୁ ବିଭୀଷିକାର

ଅନ୍ତ କେଉଁଠି?


ଶୂନ୍ୟତାର ପ୍ରବାହରେ

ଶୁଭୁଛି ଯେଉଁ ଆର୍ତ୍ତନାଦ

ମୃତ୍ୟୁ ପଥିକର ତ ନୁହେଁ,

ତା'ର ଅତି ଅନୁରକ୍ତ

ଆତ୍ମୀୟଙ୍କ ସ୍ୱର ।


ସ୍ୱାର୍ଥାନ୍ୱେଷୀ ମଣିଷ କେବଳ

ଭାବେ ନିଜ କଥା

ଛଦ୍ରମରୂପରେ କହେ

ବହେ ସୁମଧୁର କଥା ।


ସାଥି ହେ !

ଯାଅ ଦେଖିବ ସ୍ୱର୍ଗ ଦ୍ୱାରରେ

ଜୀବନର ପ୍ରକୃତ ମୂଲ୍ୟବୋଧତାକୁ

ଶରୀର ଜଳୁଛି ଆଜି

ଆଲାତରୂପରେ ।


ଯେଉଁଠି ବିମଣ୍ଡିତ ଥିଲା ଦିନେ

ଅଳଙ୍କାର ବସନ ଭୂଷଣ

ପରସ୍ତ ପରସ୍ତ ହୋଇ 

ଖୋଲି ଦିଆଯାଉଥିବା ଉତ୍ତରୀୟ ସବୁ।


ସତ୍ୟ କହେ,

ଯେମିତି ନିଃସ୍ବତ୍ବରେ ଆସିଥିଲ

ସେମିତି ନିଃସ୍ବତ୍ବ ହୋଇ ଫେରିଯିବ

ଖାଲିରହିଯିବ ତୁମପାଇଁ କିଛି

ସ୍ମୃତିର ଆଲେଖ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy