ଆକୁଳ ଅନ୍ତରେ ଭଜେ
ଆକୁଳ ଅନ୍ତରେ ଭଜେ
ଦୁଃଖ ଶୁଣ ଗିରିଧାରୀ
କରି ଦିଅ ଭବୁ ପାରି ।।
କେମିତି ଅଛ ହେ ପ୍ରଭୁ
ମନରୁ ପାଶୋରି ସବୁ ।।
ନିଷ୍ଠୁର ହେଲ କିପାଇଁ
ଗୁହାରି କି ଶୁଭୁ ନାହିଁ ।।
ଘଡିକେ ବଦଳେ ସ୍ଥିତି
ସହି ହେଉନି ଦୁର୍ଗତି ।।
ସମ୍ପର୍କର ଡୋର ଛିଡେ
ରୋଗର ଆତଙ୍କ ବଢେ ।।
କି କରିବି କୁହ ନାଥ
ଦୁଃଖ ବଢେ ଅପ୍ରମିତ ।।
ସଖା ସହୋଦର ଭାଇ
କେହି ପାଶେ ନ ଆସଇ ।।
ଏ କି କରମର ଦୋଷ
ମନରେ ଏ ଅବଶୋଶ ।।
