STORYMIRROR

Gangotri Priyadarshini

Tragedy

3  

Gangotri Priyadarshini

Tragedy

ଆକୁଳ ଅନ୍ତରେ ଭଜେ

ଆକୁଳ ଅନ୍ତରେ ଭଜେ

1 min
231


ଦୁଃଖ ଶୁଣ ଗିରିଧାରୀ

କରି ଦିଅ ଭବୁ ପାରି ।।

କେମିତି ଅଛ ହେ ପ୍ରଭୁ

ମନରୁ ପାଶୋରି ସବୁ ।।

ନିଷ୍ଠୁର ହେଲ କିପାଇଁ

ଗୁହାରି କି ଶୁଭୁ ନାହିଁ ।।

ଘଡିକେ ବଦଳେ ସ୍ଥିତି

ସହି ହେଉନି ଦୁର୍ଗତି ।।

ସମ୍ପର୍କର ଡୋର ଛିଡେ

ରୋଗର ଆତଙ୍କ ବଢେ ।।

କି କରିବି କୁହ ନାଥ

ଦୁଃଖ ବଢେ ଅପ୍ରମିତ ।।

ସଖା ସହୋଦର ଭାଇ

କେହି ପାଶେ ନ ଆସଇ ।।

ଏ କି କରମର ଦୋଷ

ମନରେ ଏ ଅବଶୋଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy