ଆକର୍ଷଣ ନା ପ୍ରେମ
ଆକର୍ଷଣ ନା ପ୍ରେମ
ଦେଖି ନାହିଁ କେବେ ଜାଣେନା ତୁମକୁ
ତୁମେ ଖାଲି ଯାହା କଳ୍ପନା ମୋର
ତୁମ ପ୍ରତିଛବି ହୃଦୟେ ଆଙ୍କିଛି
ତୁଳି ଟିଏ ଧରି ଶାଶ୍ୱତ ପ୍ରେମର ।
ଅବୁଝା ମନ ମୋ ଥୟ ନୁହେଁ ଆଜି
ଏକ ପ୍ରଶ୍ନ ଖାଲି କରେ ବରାବର
କହିଦିଅ ଥରେ ମୁଁ ଯାହା ଚିନ୍ତୁଛି
ପ୍ରେମ ନା ଏ ଆକର୍ଷଣ ମୋର ।

