STORYMIRROR

ମିତା ପଟନାୟକ

Tragedy Others

3  

ମିତା ପଟନାୟକ

Tragedy Others

ଆକାଶ କୁ ମୁଠେଇବା ଅଫରୁ

ଆକାଶ କୁ ମୁଠେଇବା ଅଫରୁ

1 min
11.5K

ମୁଁ ଡାକୁଥିଲି ଦୂର ତାଳବଣ 

ଆଉ ପାହାଡ଼ ଆରପଟ ଜହ୍ନ ରାତି  

ଆଉ ଦୂର ଦିଗବଳୟ ପର୍ଯନ୍ତ 

ଲମ୍ବିଥିବା ସମୁଦ୍ରକୁ l

 

ତାପରେ ହାତ ବଢ଼େଇ ଧରିବାକୁ ଚେଷ୍ଟା କଲି 

ଫୁଲରେ ବସିଥିବା ପ୍ରଜାପତି 

ଦଳ ଦଳ ଦେଇ ବୁଲୁଥିବା ପଙ୍ଗପାଳ 

ତଥାପି ହାତ ଖାଲି l


ରାହା ଧରି କାନ୍ଦୁଥିବା ଅବୋଧ ଶିଶୁ 

କଂକ୍ରିଟ ପକ୍କା ଘରେ ନିର୍ବାସିତର 

ବିଳାପ କରୁଥିବା ବୟସ୍କ ମହିଳା 

ଉଭୟେ ଲାଗୁଥିଲେ ଏକା ପରି 

ଜଣେ  କାନ୍ଦୁ ଥିଲା ଚକଲେଟ ପାଇଁ 

ଆର ଜଣକ ବିଳାପ କରୁଥିଲା 

ଚକଲେଟ ଦେଇ ବଢ଼େଇଥିବା ପିଲାଙ୍କ ପାଇଁ 

ଉଭୟଙ୍କ ଭିତରେ କେବଳ ତଫାତ 

କେବଳ ବୟସ ଆଉ ସମୟର l


ଦୂର ତଳ ବଣ ଗାଉଥାଏ 

ନୀରବତାର ଶ୍ଳୋକ 

ସମୁଦ୍ର ଇସାରା କରୁଥାଏ 

ନିଜ ଭିତରେ ଯାବତୀୟ ଦୁଃଖକୁ 

ମାଡିବସି ଶୋଇ ଦେବାର ହତାଶା 

ସବୁ ଥାଇ କାଙ୍ଗାଳ ହେବାର ନିରାଶା 

ସବୁ ହଜେଇ ମଧ୍ୟ ନିଜକୁ ସମ୍ରାଟ 

ହେବାର ଦୁର୍ବାର ଉଦଘୋଷଣା 

ଜୀବନର ସେ ଦୁର୍ଘଟଣା 

ଅବ୍ୟକ୍ତ ଏକ ପ୍ରତାରଣା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy