STORYMIRROR

Devipriya Das

Drama Tragedy Action

3  

Devipriya Das

Drama Tragedy Action

ଵାହାଘର

ଵାହାଘର

1 min
206

ବୋଉ ଲୋ କି ଦୋଷ

ମୁଁ ତୋହର କରିଥିଲି।

ବାହାଘର କରି ମୋତେ

ପଠେଇ ଦେଲୁ ତୋ

ନିଜଠାରୁ ମୋତେ ଅଲଗା କରି।

ଅନ୍ତ ଚିରି ଜନ୍ମ  ଦେଇ

କେମିତି ଏତେ ନିଷ୍ଠୁର ତୁ

ହେଲୁ ଲୋ ମୋ ବୋଉ।

ବାପା କହୁଥିଲେ ମୁଁ

କୁଆଡେ ତାଙ୍କ ଘରର

ଥିଲି ଲକ୍ଷ୍ମୀ ପ୍ରତିମା।

ତ କେମିତି ବାପା ଙ୍କ

ହାତ ଗଲା ମୋତେ ଏକ

ଅଚିହ୍ନା ଓ ଅଜଣା ଲୋକ

ହାତରେ ଟେକି ବାକୁ।

ଓହୋ କନ୍ୟା ଦାନ କରି

ଅର୍ଜିତ କରିିବେ ବୋଲି

ପୂଣ୍ୟ ତାଙ୍କ ନୟନର ତାରା

କୁ ପର କୁ ଦାନ  ଦେଲେ କରି।

ଛୋଟ ବେଳୁ ମୋତେ

ଦୁଇଜଣ ଜାକ ଏତେ

ସେନେହ ଓ ଶ୍ରଦ୍ଧାରେ

ବଢେଇଛ ଯେ ତମେ

ତମ ଙ୍କୁ ଝାଡି କେମିତି

କାଟିବି ଜୀବନ ମୋର

ଏକ ଅଜଣା ରାଇଜେ

ଅଜଣା ଲୋକ ଙ୍କ ସହ

ଭାବି ଲାଗୁଛି ଛାନିଆ।

ଶାଶୁଘର କୁ ତୋ ଝିଅ କୁ

ତୁହି ହେଲୁ ସିନା ମୁକ୍ତ

ହେଲେ ତୋ ଝିଅ ତା  

ଖୁସି ଆଜିିଠୁ ସରିିଲା।

ବାହାଘର ନୁହେଁ ତ 

ଏ ବନ୍ଦୀ ଜୀବନ ଲୋ ବୋଉ।

ଶାଶୁଘର ପୁଣି ନୁହେଁ

ସେ ଯମପୁର।

କେମିତି ତୁ ତୋ ନିଜ

ହାତେ ତୋ ସୁନାନାକ

ନୟନତାରାକୁ ତୋ ଠାରୁ

କରିଲୁ ପର କରି ତା ଵାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama