Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Romance

4.0  

Kiranbala Rath

Romance

ଆ ବର୍ଷା ଆ..

ଆ ବର୍ଷା ଆ..

1 min
143


ଆଷାଢ଼ ବାହୁଡ଼ି ଶ୍ରାବଣ ଆସିବ

ଝୁମିଯିବ ଧରାଧାମ ,

ପ୍ରକୃତି ସାଜିବ ଅପରୂପା ରାଣୀ

ନାଚିଯିବ ମୋର ପ୍ରିୟା ମନ ।


ବର୍ଷା ଛିଟା ଦେହରେ ବାଜିଗଲେ ଟୋପେ

ଖୋଜିବ ମୋତେ ତା'ର ପାଖେ

ଆକାଶେ ବିଜୁଳି ଘଡ଼ଘଡ଼ି ହେଲେ

ଭିଡ଼ି ନେବାକୁ ତା'ର ବକ୍ଷେ ।


ପ୍ରିୟା ଅଛି ମୋର ଅନେକ ଦୂରରେ

କାହିଁ ନାହିଁ କାହିଁ ବାଟ ,

ଆଖି ପାଏ ନାହିଁ ଦେଖିବାକୁ ତାକୁ

ପାଏନା ଛୁଇଁବା ପାଇଁ ହାତ ।


ମନେ ଥିବ ନା ଭୁଲି ଯାଇଥିବ

ପାଶେ ନାହିଁ ବୋଲି ତା'ର

ତୁ ଦେଲେ ବରଷି ଖୋଜିବ କାଳେ ସେ

ଭାବି ମୋତେ ଆପଣାର ।


ଆ ବର୍ଷା ଆ ପ୍ରିୟାକୁ ମୋର ଭିଜେଇ ଦେଇ ଯା'

ଇନ୍ଦ୍ରଧନୁ ଦେହରେ ବୁଣି

ସପ୍ତରଙ୍ଗେ ରଙ୍ଗୀ ଦିଶୁ ସେ ସୁନ୍ଦରୀ

ମୁହଁ ଟି ଦିଶୁ ଚାନ୍ଦିନୀ ।


ବରଷି ଯାଆରେ ହୋଇ ଗଦଗଦ

ଗର୍ଜି ଯାଇ କଳାମେଘ ,

ମୟୂର ସାଥିରେ ମୋ ପ୍ରିୟା ନାଚିବ 

ବଜାଇ ଢୋଲ ମୃଦଙ୍ଗ ।



Rate this content
Log in

Similar oriya poem from Romance