STORYMIRROR

Debadatta Jena

Abstract Romance Inspirational

3  

Debadatta Jena

Abstract Romance Inspirational

ବର୍ଷା

ବର୍ଷା

1 min
179


ଏ ଅଭିମାନୀ ବର୍ଷା

କେବେ ଗରଜେ, କେବେ ବରଷେ,

କେବେ ନିର୍ଧୁମ ଝରେ ସେ

କେବେ ଗୁମସୁମ,କେବେ ରୁମଝୁମ,

କେବେ ନିର୍ଝରିଣୀ ପ୍ରୀତି ପରଶେ

କେବେ ଜଳେ ଆଉ

କେବେ ସେ ଜଳାଏ,

କେବେ ଅମାନିଆଁ ନିଆଁ ସେ !

କେବେ ମଉନେ, କେବେ ଗୋପନେ,

କେବେ ନିରିମାଖି ଜ୍ୱାଳା ସେ,

କେବେ ସେ ହସାଏ, କେବେ ସେ

କନ୍ଦାଏ, କେବେ ସେ ମନକୁ

ମୋହେ ସେ

କେବେ ହରଷେ, କେବେ ସରସେ,

କେବେ ଅଭିମାନୀ, କେବେ

ବିରହୀଣୀ, କେବେ ସ୍ରୋତସ୍ୱିନୀ

ପ୍ରିୟା ସେ,ଏ ବର୍ଷା

ଏ ମନରେ ପ୍ରେରଣା ଵି ଦିଏ ସେ,

ଏ ଅମାନିଆ ବର୍ଷା

ପରାଣକୁ କେତେ ମୋହେ ସେ

ଶୟନେ,ସ୍ୱପ୍ନେ ଅବା ଜାଗରଣେ,

ଜୀବନ ସଂଚାର କରେ ସେ,

ଏ ବର୍ଷା,ଏ ଜୀବନେ ବରଷେ ।


Rate this content
Log in

Similar oriya poem from Abstract