STORYMIRROR

Amit Bal

Romance Tragedy

3  

Amit Bal

Romance Tragedy

(୬ )# ବିବାହ - ହୃଦୟର ବନ୍ଧନ #

(୬ )# ବିବାହ - ହୃଦୟର ବନ୍ଧନ #

1 min
250

ଦେବକାନ୍ତ ହୃଦୟର ଅକୁହା ଭାଷାକୁ

  ଶତରୂପା ପରିଖି ସାରିଥିଲା

       ସମୟର କଷଟି ପଥରରେ,

ପ୍ରେମ ହିଁ ଚିରନ୍ତନ, ଆତ୍ମାର ସ୍ଫୁରଣ 

   ଏକଥା ବି ସେ ବୁଝି ଥିଲା

   ଦେବକାନ୍ତର ତା' ପ୍ରତି ଥିବା ଅନାବିଳ ଶ୍ରଦ୍ଧାରେ ...


ହେଲେ ବିବାହ !

ବିବାହ କ'ଣ ଜୀବନର

   ଅମୀମାଂସିତ ପ୍ରଶ୍ନବାଚୀର ସମ୍ପୂର୍ଣ୍ଣ ସମାଧାନ,

ସହଜରେ ଗ୍ରହଣ କରି ପାରିନଥିଲା ଏକଥା

        ଶତରୂପାର ବିଚଳିତ ମନ .......

ସେ ଦେଖିଛି ସମୟର ଚକତଳେ

   ତଥା କଥିତ ପବିତ୍ର ବିବାହର ପରିଣତି

ନିର୍ବାକ ନିସ୍ପନ୍ଦ କ୍ଷଣରେ

     କିପରି କଟିଛି ତା'ର ଦିନ ରାତି,


ପାରିବାରିକ ଜୀବନର, ଅନ୍ଧାର ଭିତରେ

କେବେ ନିଜ ଘରେ, କେବେ ପାଖ ପଡୋଶୀ ରେ .....


ଦେବକାନ୍ତ ମନରେ ରହି ରହି

      ଉଠୁଛି ତାଣ୍ତବ ଝଡର,

ଭାବୁଛି କେମିତି ବୁଝାଇବା ଶତରୂପାକୁ

 ବିବାହ ହିଁ ଅନ୍ତିମ ସୋପାନ,

      ନିବିଡ ଭଲ ପାଇବାର .....


ପ୍ରାପ୍ତି ଅପ୍ରାପ୍ତିର ଆଶଙ୍କାକୁ ନେଇ

ସେ ପହଞ୍ଚିଲା ଶତରୂପା ପାଶେ ଯାଇ,

କହିଲା ପ୍ରିୟେ ! ବିବାହ ଯେ ଈଶ୍ଵରଙ୍କ ଅନନ୍ୟ ଆଶୀର୍ବାଦ

      ଏକଥା ତମେ ମିଥ୍ୟା ମନେ କରି ପାର,

ହେଲେ ଆମେ ଯେଉଁ ଜନ୍ମ ହୋଇଛେ ସଂସାରେ

    ଏଥିରେ କ'ଣ ଆବଶ୍ୟକତା ଅଛି ପ୍ରମାଣର ...!


ଭାଙ୍ଗି ପଡୁଥିବା ସ୍ୱପ୍ନ ସବୁକୁ

  ପୁଣି ଥରେ ଏକାଠି ଯୋଡିବାରେ ଲାଗିଥିଲା ଦେବକାନ୍ତ,

ପାଖରେ ନୀରବତାକୁ କୋଳେଇ

      ଛିଡ଼ା ହୋଇଥିଲା ଶତରୂପା ଏପର୍ଯ୍ୟନ୍ତ,


କହିଲା, କଥା ଦିଅ ଭାଙ୍ଗିବନି କଦାପି

          ବିଶ୍ୱାସକୁ ମୋର

ନ ହେଲେ ଆଜୀବନ ଦୋଷୀ ହେବ

     କେତେ କେତେ ଶତରୂପା ହତ୍ୟାର .......


      




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance