(୦୭)# ମରୁଭୂମି #
(୦୭)# ମରୁଭୂମି #
ସକାଳର ପ୍ରଖର ସୂର୍ଯ୍ୟ ଯେଉଁଠି
ଦିଶେ ବାଲିର ପାହାଡ଼ କୋଳେ
ତଥାପି ଅସୁମାରୀ ଅମଳିନ ଶୋଭାରାଜି
ସଂଜ ଆକାଶର ଛାତି ତଳେ ,
ସବୁକିଛି ମନେହୁଏ ନିର୍ଜୀବ ପରିକା
ସେଇ ଅପହଞ୍ଚ ଶୁଷ୍କ ପୃଥିବୀରେ
ତା ସତ୍ତ୍ୱେ ବାରିହୁଏ ଜୀବନର ରଙ୍ଗ
ନୀଡଫେରା ପକ୍ଷୀର କାକଳି ରେ ,
ମାନୁଛି ସେଠି ନୀରବି ଯାଇଛି ସ୍ପନ୍ଦନ
ପ୍ରକୃତିର ନିଦୁଆ ପଲକ ତଳେ
ଭରି ଭରି ରଖିଛି ଦୁଃଖ କଷ୍ଟ ନିୟତି
ବେଦନା ଭରା ପ୍ରତିଟି ସକାଳେ ,
ସବୁ ଯେମିତି ବାକି ଖାତାରେ ପଡ଼ିଛି
ଆଶା ଅତୃପ୍ତିର ଅଧାଗଢା ମରୁଦ୍ଯାନ ମଧ୍ୟେ
କେଉଁ ଏକ ଅପନ୍ତରା ରେ ଯାଇ
ଅନାବିଷ୍କୃତ ଅପ୍ରକାଶିତ ଭୂଖଣ୍ଡ ପରି
ଯେଉଁଠି ବେଳାଭୂଇଁ ନଈପଠା କାଶତଣ୍ତି
କିଛି ବୋଲି କିଛି ସୃଷ୍ଟିରେ ହିଁ ନାହିଁ ,
ସଭିଏଁ ସେଠି ତୃଷାତୁର ଚାତକ ପରି
ପଡ଼ିଥାନ୍ତି ନିହତ ସ୍ବପ୍ନର କବର ଧରି,
ଆକାଶ ଖସେଇ ଦେବ କେବେ ମେଘର ପଣତ
ରଖିବେ ତାକୁ ଛାତି ତଳେ ସଂଜୀବନୀ କରି ।