Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Romance Tragedy

3  

Kamal Kumar Dash

Romance Tragedy

ଉପର ଘର ର ଝିଅ

ଉପର ଘର ର ଝିଅ

2 mins
582


ମହାନ୍ତି ବାବୁ ଓ ଦାସ ବାବୁ ଭାରି ସାଙ୍ଗ | ଭୁବନେଶ୍ୱର ଆସିଲା ଦିନୁ ଦିହେଁ ମିଳିମିଶି ଚଳି ଆସିଛନ୍ତି | ଯେତେବେଳେ ଘର କରିବା କଥା ପଡିଲା ଦିହେଁ ମିଶି ଗୋଟେ ଜାଗା ମିଣିଲେ ଓ ତଳ ଉପର ହୋଇ ଘର କଲେ | ଉପର ଘର ଦାସ ବାବୁଙ୍କର ଓ ତଳ ଘର ମହାନ୍ତି ବାବୁଙ୍କର | ଏକାଠି ପ୍ରତିଷ୍ଠା ହେଲା ଓ ସାଙ୍ଗ ହୋଇ ରହିଲ | ସବୁ ଖୁସି ଖୁସି ଚାଲିଥିଲା | କିନ୍ତୁ ସେମାନେ ଜାଣିନଥିଲେ କି ମହାନ୍ତି ବାବୁଙ୍କ ପୁଅ ରାକେଶ ,ଦାସ ବାବୁକଂ ଝିଅ ରିମାକୁ ଭଲ ପାଉଛି | ଏ କଥା ଜାଣିବା ପରେ ଦାସ ବାବୁ ଓ ମହାନ୍ତି ବାବୁ ବହୁତ ଖୁସି ହେଲେ | ରିମା ରାକେଶ ଠାରୁ ୨ ବର୍ଷ ସାନ | ଦିହେଁ ଇଂଜିନିୟରିଂ ପଢ଼ନ୍ତି | ରାକେଶ ଚାକିରୀ ପାଇ ବାଙ୍ଗାଲୋର ଚାଲିଗଲା | ରିମା ମୁଁହଟା ଶୁଖି ଗଲା | ଦି ମା ତା ଦୁଃଖ ବୁଝି ପାରିଲେ | ଦି ପରିବାର କିଛି ଦିନ ପାଇଁ ବାଙ୍ଗାଲୋର ଯାଇ ବୁଲି ଆସିଲେ |

ରିମାର ଇଂଜିନିୟରିଂ ପଢା ସରିଲା ପରେ ତାକୁ ବି ଚାକିରୀ ମିଳିଲା ଭୁବନେଶ୍ୱରରେ | ରାକେଶ ଚେଷ୍ଟା କରି ଭୁବନେଶ୍ୱର ଚାଲି ଆସିଲା | ଦୁହେଁ ସବୁ ବେଳେ ଏକାଠି ବସି ଗପୁଥିଲେ | ଦାସ ବାବୁ ଓ ମହାନ୍ତି ବାବୁ ଦି ଜଣ ଙ୍କର ବିବାହ କରିଦେଲେ | କିଛି ଦିନ ଠିକ ଚାଲିଲା ହେଲର ତାପରେ ଦି ଜଣ ସବୁବେଳେ ଝଗଡା କରିବା ଆରଂଭ କଲେ | ଟିକେ ଟିକେ କଥାରେ ଝଗଡା କରୀ ରିମା ତାଙ୍କ ଘରକୁ ପଳାଉଥିଲା | ତା ପରେ ସମସ୍ତେ ତାକୁ ବୁଝାଉଥିଲେ | ବଡ଼ କଷ୍ଟରେ ସେ ଓହ୍ଲାଇ ତଳକୁ ଆସୁଥିଲା |

ଦାସ ବାବୁ ଓ ମହାନ୍ତି ବାବୁ ତାଙ୍କ ସ୍ତ୍ରୀ ମାନଙ୍କ ସହ ମିଶି ଗୋଟେ ଯୋଜନା ତିଆରି କଲେ | ରିମା ଓ ରାକେଶ କୁ କିଛି ନ କହି ,ପାଖ ଘରେ ,ଘର ଚାବି ଦେଇ ବୁଲିବାକୁ ପଳାଇଲେ | ହେଲେ ଦାସ ବାବୁ ତାଙ୍କ ଘର ଚାବି ଦେଇ ନଥିଲେ | ସମସ୍ତେ ମୋବାଇଲ ବନ୍ଦ କରିଦେଇଥିଲେ |

ରିମା ଓ ରାକେଶ ସବୁ ଦିନ ପରି ଅଫିସରୁ ଆସି ଘରେ ପହଁଚିଲେ ଓ ଆଗ ଭଳି କଳି କଲେ | ରିମା ତଳ ଘରୁ ବାହାରି ଉପରକୁ ଗଲା ହେଲେ ଘରେ ଚାବି ପଡ଼ିଥିବାରୁ ସିଡିରେ ବସି କାନ୍ଦିଲା | ରାତି ୧୦ଟାରେ ମହାନ୍ତି ବାବୁ ରାକେଶକୁ ଫୋନ କଲେ ଓ ରିମା କ'ଣ କରୁଚି ବୋଲି ପଚାରିଲେ | ସେ ସବୁ କହିଲା | ତାକୁ ମହାନ୍ତି ବାବୁ ଗଲି ଦେଲେ ଓ ରିମାକୁ ଡାକି ଆଣିବାକୁ କହିଲେ | ରିମା ରାଗରେ ତା ଫୋନ ବନ୍ଦ କରି ଦେଇଥିଲା | ଏତିକି ବେଳେ ଝଡ଼ ବର୍ଷା ଆସିଲା ଜୋର ରେ ବିଜୁଳି ମାରିଲା ଓ ଲଇନ କଟିଗଲା |

ରିମା ଡର ରେ ଥରି ଥରି ତଳ ଘରକୁ ଦୌଡ଼ି ଆସିଲା | ରାକେଶ ତାକୁ ନଧରିଥିଲେ ସେ ସିଡିରୁ ପଡି ଯାଇଥାନ୍ତା | ରାକେଶ ତାକୁ ହାତରେ ଟେକି ଘର ଭିତରକୁ ଆଣିଲା ଓ ବହୁତ ବୁଝାଇଲା | ରିମାକୁ ତା ମା ବି ବୁଝାଇଲେ ଓ କହିଲେ ତୁମେ ଦିଜଣ ଏମିତି କଲି ଲଗାଇଲେ ଆମେ ଆଉ ଘରକୁ ଫେରିବୁନାହିଁ | ରିମା ଟିକେ ଡରିଗଲା ,କହିଲା ମାମା ତମେ ଚାଲିଆସ ମୁଁ ଆଉ ରାକେଶ ଶୀତ କଲି କରିବି ନାହିଁ | ତା ମାମା କହିଲେ ଆମେ ସାତଦିନ ପରେ ଆସିବୁ ଘର କଥା ସବୁ ତୁମେ ମାନେ ବୁଝ | ଗଛରେ ପାଣି ଦେବ | ଠାକୁର ପୂଜା କରିବ ଓ ଘରେ ରୋଷେଇକରି ଖାଇବ | ରାକେଶକୁ ତା ମାମା ବି,ରିମାକୁ ସବୁ କାମରେ ସାହାଯ୍ୟ କରିବାକୁ କହିଲେ |


Rate this content
Log in

Similar oriya story from Romance