Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Comedy

3  

Kamal Kumar Dash

Comedy

ବାଳ ମ୍ୟାନେଜର

ବାଳ ମ୍ୟାନେଜର

2 mins
394


ଅନେକ ଦିନ ତଳର କଥା | ଜଣେ ଉଚ୍ଚ ଅଫିସର ତାଙ୍କ ଚାକିରୀ ଜୀବନର ଶେଷ ଭାଗରେ ବଦଳି ହୋଇ ହେଡ଼ କ୍ଵାଟର କୁ ଆସିଲେ |

ପ୍ରଥମ ଦିନ ତାଙ୍କ ଜୁନିଅର ମାନେ ତାଙ୍କୁ ଭେଟି ବାକୁ ଆସିଲେ | ଅଫିସର ବଡ଼ ବାବୁ( ଅଫିସ ସେକ୍ରେଟାରୀ ) ଉକ୍ତ ଆଫିସରକଂ ସହ ଅନ୍ୟ ମାନକଂ ପରିଚୟ କରାଉଥାନ୍ତି ଓ ଜଣେ ଜଣେ ଆସି ସାର ଙ୍କ ସାଥିରେ ହାତ ମିସାଉ ଥାନ୍ତି | ଅଫିସର କ୍ଲର୍କ , ଟାଇପିଷ୍ଟ ଓ ଶେଷରେ ଜୁନିଅର ମ୍ୟାନେଜର ମାନେ ଆସିଲେ | ବଡ଼ ବାବୁ ପାଖରେ ଠିଆ ହୋଇ କହୁ ଥାନ୍ତି , ସାର ଏ ହେଲେ ନେଟୱର୍କ ମ୍ୟାନେଜର , ଏ ହେଲେ ଫଣ୍ଡ ମ୍ୟାନେଜର ,ଏ ହେଲେ ପ୍ରଡକ୍ସନ ମ୍ୟାନେଜର ,ଏ ହେଲେ ସେଲସ ମ୍ୟାନେଜର ଓ ଶେଷରେ ଆସିଲେ ଆସେଟ ମ୍ୟାନେଜର ତାକଂ ସାଥିରେ ହାତ ମିଶଇଲା ପରେ ସାରଙ୍କ ପାଟିରୁ ବାହାରି ପଡିଲା ବାଳ ମ୍ୟାନେଜର , ସେ ଟିକେ ଇୟଙ୍ଗ ଥିଲେ ଓ ତାଙ୍କୁ ସାରଙ୍କର ଏ କଥା ବହୁତ ବାଧିଲା | ହେଲେ ସେ କିଛି ନକହି ସାରଙ୍କୁ ଧନ୍ୟବାଦ ଦେଇ ଚାଲିଗଲେ | ଅଫିସରେ ଏ ବିଷୟରେ କିଛି ଦିନ ଆଲୋଚନା ହେଲା ତା ପରେ ସବୁ ଭୁଲିଗଲେ |

ପ୍ରାୟ ବର୍ଷେ ପରେ ସାର ଙ୍କର କାର୍ଯ୍ୟ କାଳ ପୁରିଗଲା ଓ ସେ ସେବା ନିବୃତ ହେଲେ | ଶେଷ ଦିନ ଅଫିସ ତରଫରୁ ଗୋଟେ ପାର୍ଟିର ଆୟୋଜନ ହୋଇଥିଲା |ପାର୍ଟିରେ ସମସ୍ତେ କିଛି କିଛି କହିଲେ ଶେଷରେ ଆସେଟ ମ୍ୟାନେଜର ଉଠି କହିଲେ ଅନେକ ଦିନ ତଳେ , ଜଣେ ମତେ ବାଳ ମ୍ୟାନେଜର କହିଥିଲେ ,ସତରେ ବୟସ ବଢିଲେ ସମସ୍ତେ ଛାଡି ଚାଲି ଯାଇଥାନ୍ତି ଦାନ୍ତ ଝଡି ପଡେ ,ଆଖିକୁ ଠିକ ଦେଖାଯାଏନି , ମୁହଁ ଶୁଖି ଆସେ ଓ ବାଳ ଝଡି ମୁଣ୍ଡଟା ଚନ୍ଦା ହୋଇଯାଏ ହେଲେ ଯିଏ ତା ବାଳକୁ ମ୍ୟାନେଜ କରି ପାରେ ସେ କିଛିଦିନ ତା ବାର୍ଦ୍ଧକ୍ୟକୁ ଏଡାଇ ଦେଇ ପାରେ | ଯୁବକ ଅବସ୍ତାରେ ବାଳ ଝଡିଗଲେ ତାକୁ ସମସ୍ତେ ଅଜା କହି ଥଟା କରନ୍ତି | ତେଣୁ ଆମ ଜୀବନ ଉପରେ ବାଳର ବହୁତ ବଡ଼ ପ୍ରଭାବ ରହିଛି ଓ ତାକୁ ମ୍ୟନେଜ କରିବା ବହୁତ କଷ୍ଟ କର | ସବୁ ଶୁଣି ବଡ଼ ଅଫିସର ଜଣଙ୍କ ବାମ ହାତରେ ତାଙ୍କ ଚନ୍ଦା ମୁଣ୍ଡକୁ ଆଉଁସୁ ଥିଲେ ଓ ମନେ ମନେ ହସୁଥିଲେ |


Rate this content
Log in

Similar oriya story from Comedy