ମୋ ବପା ଅନ୍ଧ ନୁହେଁ
ମୋ ବପା ଅନ୍ଧ ନୁହେଁ
ସମୟ ସ୍ରୋତରେ ଭାସିଯାଇ ଥିବା ଅଲିଭା ସ୍ମୃତିଟି ଆଜିବି ମୋ ମନ ଆକାଶରେ ଉଙ୍କି ମରୁଛି ବାରମ୍ବାର !! କହିବାର ବାହୁଲ୍ୟ ଏହିକି ଯେ ମୁଁ ଯେତେ ବେଳେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲି ; ମୋର ଜଣେ ଅନ୍ତରଙ୍ଗ ସହପାଠି ଭଗବାନ ମୋ ସହିତ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇ ଯାଇଥିଲା !! ଭଗବାନର ବପା ସଉରି ଅନ୍ଧବୋଲି ମୁଁ ଅବଗତ ଥିଲି !! ସଉରି ମାଉସା ଆମ ଗାଁର ବାସିନ୍ଦା ଥିଲେ ! ମୁଁ ଯେହେତୁ ଭଗବାନର ଅନ୍ତରଙ୍ଗ ସାଙ୍ଗ ଥିଲି ; ପ୍ରାୟ ତାଙ୍କ ଘରକୁ ଯାଆ ଆସ କରୁଥିଲି !! ମାଉସା ମାଉସୀ ମୋତେ ଖୂବ ସ୍ନେହଁ ଶ୍ରଦ୍ଧା କରୁଥିଲେ !! ଦିନକର କଥା ଭଗବାନର ଜ୍ୱର ହେଉ ଥିବାରୁ ସେ ଚାରି ପାଞ୍ଚ ଦିନ ବିଦ୍ୟାଳୟକୁ ଆସିଲା ନାହିଁ !!
ଭଗବାନ କାହିଁକି ବିଦ୍ୟାଳୟକୁ ଆସୁନାହିଁ ଏ ବିଷୟରେ ବୁଝିବା ପାଇଁ ମୁଁ ତାଙ୍କ ଘର ଆଡ଼େ ବୁଲିବାକୁ ଗଲି !! ଗଲାବେଳକୁ ସଉରି ମାଉସା ଭଗବାନକୁ ଔଷଧ ଖୁଆଇ ଦେଉଥିଲେ !! ମୁଁ ଯେହେତୁ ଚପଳ ମତି ଶିଶୁ ଥିଲି ସ୍ଥାନ କାଳ ପାତ୍ର ଭୁଲି ଯାଇ କହିଲି ଆରେ ଭଗିଆ ତୋ ବାପାଙ୍କୁ ପା ଦେଖାଯାଉନି ; ସେ ଅନ୍ଧଲୋକ ଯଦି ଭୁଲ୍ ଭାଲ ଔଷଧ ଦେଇଦେବେ ତାହାଲେ ସବୁ ଅସୁବିଧା ହୋଇ ଯିବ !! ଭଗିଆ ତତ୍ କ୍ଷଣାତ ରାଗି ଯାଇ କହିଲା ମୋ ବପା ଅନ୍ଧ ନୁହେଁ ତୁ ଅନ୍ଧ !! କିଛି ସମୟ ପାଇଁ ମୁଁ ସ୍ତବ୍ଧ ହୋଇଗଲି !! ମୁଁ ନିଜକୁ ନିଜ ଅପମାନ ବୋଧକଲି ! ଭାବିଲି ମୁଁ ବୋଧେ ଭୁଲ୍ କଥା କହୁ କହୁ କହିଦେଲି !! ମୋ କଥା ଶୁଣି ସଉରି ମଉସାଙ୍କ ଆଖିରୁ ଦୁଇଟୋପା ଲୁହ ଝରି ପଡିଲା !! ଭଗବାନ ସଉରି ମାଉସାଙ୍କ ଗୋଟିଏ ବୋଲି ପୁଅ !! ମାଉସା ତାକୁ ବହୁତ ଭଲ ପାଆନ୍ତି !! ତା' ଅପେକ୍ଷା ମାଉସା କେଵେ ହେଲେ ମୋତେ ଅବହେଳା କରନ୍ତିନି; ମୁଁ ମଧ୍ୟ ତାଙ୍କ ସ୍ନେହଁ ଶ୍ରଦ୍ଧା ପାଇଛି ; ସେ ଅନ୍ଧବୋଲି ମୁଁ କେଵେ ଅନୁଭବ କରି ନାହିଁ ; ସେ ସବୁବେଳେ କଳା ଚଷମା ଲଗାନ୍ତି !! ସାଧରଣ ଜୀବନ ଯାତ୍ରାରେ ସକ୍ରିୟ ଥାନ୍ତି !! ଏହି ପରି କିଛି କଥା ଅନୁଶୋଚନା କଲାପରେ ମୁଁ ଅପମାନ ବୋଧ କରି ଆଉ କିଛି ନକହି ଭଗିଆ ଘର ପରିତ୍ୟାଗ କଲି !!
ମନ ଦୁଃଖରେ ଆସି ଘରେ ପହଞ୍ଚିଲି ସତ ; ସେଇ ଭଗିଆର ପଦେ କଥା ମୋ କାନରେ ବାର ମ୍ବାର ପ୍ରତିଧ୍ୱନିତ୍ୱ ହେଉଥିଲା !!ଏ ବିଷୟରେ କାହାକୁ କିଛି ନ କହି ମୋ ଜେଜମାଆକୁ ଯାଇ ଏ ବିଷୟରେ ପଚାରିଲି ; ଜେଜ ମାଆ ମୋଠାରୁ ସବୁ ଶୁଣି କହିଲା ;ଆରେ ଚାଣ୍ଡାଳ ତୁ ଏମିତି କାହିଁକି କହିଲୁ !!
ଆରେ ଚଗଲା ତୁ ଛୋଟ ପିଲା ସବୁ କହିବୁ ଲୋକର ମରମ କେଵେ ହେଲେ କହିବୁନି ; କେହିତୋତେ ଭଲ ପାଇବେନି !! ତା'ଛଡା ସଉରି ଜନ୍ମରୁ ଅନ୍ଧନୁହେଁ ; ସେ ଏକ ସଡ଼କ ଦୁଃର୍ଘଟଣାରେ ତା'ର ଦୃଷ୍ଟିଶକ୍ତି ହରାଇଛି !! ସେ ବହୁତ ଭଲଲୋକ ; ତା'ଆଖି ସିନା ନାହିଁ ; ଭଗବାନଙ୍କ କୃପାରୁ ସେ ସବୁ କାର୍ଯ୍ୟ ଅତି ସହଜରେ କରିପାରେ ; କଣ୍ଠସ୍ୱର ଶୁଣି ଲୋକ ଚିହ୍ନି ବାରେ କେଵେ ଭୁଲ୍ କରେନି !! ଆଖି ହରେଇବା ଦିନ ଠୁ ସେ ଦିବ୍ୟ ଚକ୍ଷୁ ପାଇସାରିଛି ! କାହିଁକିନା ଆଖି ଥିବାଲୋକ ଯେଉଁ କାମ କରିପାରେନା ସଉରି ସେ ସବୁ କରିପାରେ ! ଦେଖିନୁକି ସଉରି କେମିତି ସିଲେଇ ମେସିନି ତା' ଘରେ ପକେଇଛି ! ସବୁ ଜମା ପଟା ସେ ନିଜେ ତିଅାରି କରୁଛି !! ଗଣେଶ ପୂଜାକୁ ତୋର ଜମା କୁର୍ତ୍ତା ସେଇ ପରା ତିଆରି କରିଥିଲା !! ପାଇସା ଦେଲାରୁ ନେଲାନି; କହିଲା ମାଆ ଚଗଲା ପା ମୋ ଭଗିଆର ସାଙ୍ଗ ଆଉ ମୋର ଆଉ ଗୋଟାଏ ଗେହ୍ଲା ପୁଅ ; ତା'ପାଇଁ ସବୁ ଫ୍ରୀ ! ଦେଖୁଛୁ କେତେ ବଡ ତା'ର ହୃଦୟ !! ଜେଜ ମାଆ ଠାରୁ ଏ ସବୁ ଶୁଣିଲାପରେ ମନେ ମନେ ସ୍ଥିର କଲି ; କାଲି ସକାଳୁ ଯାଇକି ଭଗିଆକୁ ଆଉ ତା'ବାପାଙ୍କୁ ଭୁଲ୍ ମାଗି କ୍ଷମା ମାଗିନେବି !! ଜେଜ ମାଆଙ୍କୁ ମଧ୍ୟ ପଚାରିଲି କଣ କଲେ ଭଗିଆ ଏ କଥା ଭୁଲି ମୋର ସାଙ୍ଗ ହେବ ପୂର୍ବ ଭଳି ; ଜେଜମାଆ ବି କହିଲେ ତୁ କାଲି ଯାଇ ଉଭୟଙ୍କୁ କ୍ଷମା ଭିକ୍ଷା କରିବୁ !! ଆଉ ଏମିତି କଷ୍ଟ ଦେଲା ଭଳି କଥା କହିବୁ ନାହିଁ !!
ତା'ପର ଦିନ ସକାଳୁ ସକାଳୁ ଭଗିଆ ଘରକୁ ଅଗ୍ରସର ହେଲି !! ଗଲା ବେଳକୁ ମାଉସା କପଡା କାଟୁଥିଲେ ! ସିଧା ଲମ୍ବ ହୋଇ ତାଙ୍କ ଗୋଡ ତଳେ ପଡ଼ିଗଲି ; ମାଉସା ସବୁ ଜାଣି ପାରି କହିଲେ ତୁ ପିଲାଲୋକ ମୁଁ ତୋ ଉପରେ ଜମାରୁ ରାଗିନି ; କାହିଁକି ବ୍ୟସ୍ତ ହେଉଛୁ ମୁଁ ଭଗିଆକୁ ବୁଝେଇ ଦେଇଛି ! ସେ ପୂର୍ବ ଭଳି ତୋ ସାଥିରେ ସାଙ୍ଗ ହେବ !!
ତା'ପରେ ମୁଁ ଭଗିଆ ପାଖକୁ ଆସିଲି ଆଉ କ୍ଷୀଣ ସ୍ୱରରେ କହିଲି କାଲିର କଥାପାଇଁ ମୁଁ ଭୁଲ୍ ମାଗିବାକୁ ଅସିଚିରେ ସାଙ୍ଗ ! ତୁ କଣ ମୋର ଆଉ ସାଙ୍ଗ ହବୁନି ? ଭଗିଆ ମୋତେ କୋଳେଇ ନେଲା ; ଆଉ ମୁଁ କହିଲି ତୋ ସହିତ ମୁଁ ସ୍ୱର ମିଳାଇ କହିବି ତୋ' ବପା ଅନ୍ଧନୁହେଁ !! ସେ ଦିବ୍ୟ ଚକ୍ଷୁ ପାଇଥିବା ଈଶ୍ୱରଙ୍କ ବରପୁତ୍ର !!
ସଦାନନ୍ଦ ସାହୁ ;
ଧୁରୁଷିଆ ; ଆଠଗଡ଼ ; କଟକ