Sadananda Sahoo

Tragedy

5.0  

Sadananda Sahoo

Tragedy

କରୁଣ ଚିତ୍କାର

କରୁଣ ଚିତ୍କାର

4 mins
8.3K


ଏତେ ବଡ଼ ପୃଥିବୀରେ ଅଗଣିତ ମାନବ ଦୁଃଖ ଆଉ ସୁଖର ସହୋଦର ! କେତେବେଳେ ଏ ମାନବଟା ସୁଖର ଗନ୍ତାଘରେ ମସଗୁଲ ରହେତ , ଆଉ କେତେବେଳେ ଦୁଃଖର ପାହାଡ ତଳେ ନିଶ୍ଚିହ୍ନ ହୋଇଯାଏ ! କହିବାର ବାହୁଲ୍ୟ ଏହିକିଯେ , ଜଗତର ଏହି ମାନବ ତା'ର କର୍ମ ଆଧାରରେ ଉଭୟ ସୁଖ ଆଉ ଦୁଃଖ ର ଅଂଶୀଦାର ସାଜେ ! କାମନା ଲାଳସା ରେ ବଶବର୍ତ୍ତୀ ହୋଇ ବେଳେବେଳେ ଏଇ ମଣିଷ କମାନ୍ଧ ପାଲିଟି ଯାଏ ! କୁକର୍ମ ସୁକର୍ମ ଭିତରେ ଫରକ ଦେଖେ ନାହିଁ ! ଯୌନ ଲାଳସାକୁ ଚରିତାର୍ଥ କରିବାକୁ ଯାଇ ହୀନ ମାନସିକତାର ପରିଚୟ ଦିଏ ! ନିରିମାଖି ଫୁଲ କଢିକୁ ସ୍ଵହସ୍ତରେ ଦଳିଦେଇ ତାର ପୁରୁଷତ୍ଵ ଯାହିର କରେ ! କଅଁଳ ଫୁଲ କଢିର ଅସହାୟତା ଖାଲି କରୁଣ ଚିତ୍କାର କରେ , ଆଉ ସେଇ ଚିତ୍କାରର ଧ୍ଵନି ପ୍ରତିଧ୍ଵନି ସୃଷ୍ଟି କରେ , ଏଇ ତଥାକଥିତ ସମାଜରେ !

କିଛି ଦିନ ତଳର ଘଟଣା ମୁଁ ବସ ଯୋଗେ କଟକରୁ ସମ୍ବଲପୁର ଯାଉ ଥାଏ ,ମୋ ପାଖ ସିଟରେ ବସିଥିବା ଜଣେ ଯୁବତୀ ଗୋଟିଏ ଓଡିଆ ଖବର କାଗଜଟିକୁ ମନ ଧାନ୍ୟ ଦେଇ ପଠନରେ ବ୍ୟସ୍ତ ଥା'ନ୍ତି ! ଖବର କାଗଜ ଉପରେ ମୁଁ ଦୃଷ୍ଟି ନିକ୍ଷେପ କଲି ! ଖବର କାଗଜ ର ସମ୍ମୁଖ ପୃଷ୍ଠାରେ ଦୁଷ୍କର୍ମ ସମ୍ବନ୍ଧୀୟ ଏକ ଖବର ପ୍ରକାଶ ପାଇଛି, ଆଉ ଖବରର ଶିରୋନାମାରେ ଲେଖା ଯାଇଛି ଅସହାୟ ନିରିମାଖି ଫୁଲର କରୁଣଚିତ୍କାର ଚିତ୍କାର ! ! ଖବରଟି ଖୁବ ବେଦନା ପୁର୍ଣ୍ଣ ଥିବା ଭଳି ମନେ ହେଉଥିଲା କାରଣ ଯୁବତୀଜଣକ ଖବର କାଗଜ ପଢିବା ସମୟରେ ସ୍ଵତଃ ଭିଜା ଆଖିକୁ ରୁମାଲରେ ପୋଛି ବାକୁ ପ୍ରୟାସ କରୁଥିଲେ ! ସେତେ ବେଳକୁ ଯୁବତୀଙ୍କ ଆଖିର ଲୁହରେ ଖବର କାଗଜର କେତେକ ଅକ୍ଷର ଭିଜି ସାରିଥିଲେ ! ! ମୁଁ ଆଉ କୋହ ସମ୍ବରଣ କରି ନପାରି ପଚାରିଲି କାହିଁକି କାନ୍ଦୁଛ ଭଉଣି , କଣ ହୋଇଛି ତୁମର , ତା ଛଡା ତୁମେ ତ ଖବର କାଗଜ ପଢୁଚ କାନ୍ଦିବାର କାରଣ କଣ ? ! ! ଯେହେତୁ ମୁଁ ଅ ପରିଚିତ ବ୍ୟକ୍ତି ସେ ମୋତେ ବେଶିକିଛି ନକହି ଖବର କାଗଜଟି ମୋ ହାତକୁ ବଢାଇ ଦେଇ କହିଲେ ପଢ଼ , ପଢିଲେ ସବୁ ଜାଣି ପାରିବେ ! ! ଖବର କାଗଜଟିକୁ ପାଇ ମୁଁ ଉତ୍କଣ୍ଠାର ସହ ପଢ଼ିବାକୁ ଲାଗିଲି ! ! ଖବରଟି ମୋତେ ମଧ୍ୟ ମିୟମ୍ରାଣ କଲା ! ଯେଉଁ କଅଁଳ ବୟସରେ ନିରିମାଖି ଶିଶୁ କନ୍ୟା ଧୁଳି ଖେଳ ଖେଳି ମାଆ କୋଳରେ ଅସରନ୍ତି ଗେଲ ହବା କଥା , ସେଇ କଅଁଳ ବୟସରେ ନରରୂପୀ ରାକ୍ଷସ କବଳରେ ପଡି, ଦୁଷ୍କର୍ମରେ ଶିକାର ହୋଇ କରୁଣ ଚିତ୍କାର କରି ଏ ସୁନ୍ଦର ସୃଷ୍ଟିକୁ ଛାଡି ସରଗ ପୁର କୁ ଚାଲିଯାଇଛି ! ! କିଛି ସମୟ ନୀରବତା ପରେ ପଚାଲି ଭଉଣି ସତରେ ଏ ହୃଦୟ ବିଦାରକ ଖବର ଆଖିରେ ଲୁହ ଆଣି ଦେଲା ! ନିଷ୍ପାପ ନିରିମାଖି କଅଁଳ ଶିଶୁ କନ୍ୟାଟି କାମାନ୍ଧ ରାକ୍ଷସ କବଳେ ପଡି କେତେ ଛଟ ପଟ ହୋଇ , କରୁଣ ଚିତ୍କାର କରି ମାଅା ମାଅା ଡାକି ଶେଷରେ ଜୀବନ ସଂଗ୍ରାମ ରେ ହାରିଗଲା ! ! ଦୁନିଆଁ କଣ ଜଣିବା ଆଗରୁ ତା ଜୀବନ ପ୍ରଦୀପ ଅକାଳରେ ଲିଭିଗଲା ! ! କେତେ ଅସହାୟ ଏଇ କୋମଳ ଫୁଲ କଢିଟି ! ? ! ଯୁବତୀ ଜଣକ କୋହ ଭରା କଣ୍ଠରେ କହିଲେ ଭାଇ ଆଜକୁ ଠିକ ବର୍ଷେ ତଳେ ଏଇ ସମାନ ଘଟଣା ମୋ ସାନ ଭଉଣି ସହିତ ଘଟିଥିଲା ! ସେଥି ପାଇଁ ଏହି ଭଳି ଘଟଣା ଗୁଡିକ ମୋତେ ବ୍ୟଥିତ କରେ ! ମୋ ଆଖିରେ ଲୁହ ଚାଲିଆସେ !ମୁଁ ଭାଙ୍ଗି ପଡ଼େ ! ଏ ଦୁନିଆଁଟା ମୋତେ ମିଛ ଲାଗେ ! ଏବେ ବିମୋ ' ସ୍ମୃତି ପଟରେ ମୋ ସୁନା ନାକି ଗେହ୍ଲୀ ଭଉଣି ମନୋରମାର ଚେହେରା ନାଚି ଉଠୁଛି ! ସେ ଜହ୍ଲାଦ ଟିକେବି ବୁଝିଲାନି ନିଷ୍ପାପ କଅଁଳଫୁଲ ଟିକୁ କହିଁକି ଦଳିବି , କ'ଣବା ଲାଭ ପାଇବି !? ! କେତେ କଲବଲ ହୋଇ ତା' ଜୀବନ ଯାଇ ଥିବ ଭାଇ ! ମୋ ମାଅା ଏବେ ବି ଝୁରୁଛି , ବାହୁନି କାନ୍ଦୁଚି , ମୋ ବାପା ସବୁଦିନ ନିରବରେ ଗୁମୁରି କାନ୍ଦୁଛନ୍ତି ! ଆମ ତଥାକଥିତ ସମାଜର ନ୍ୟାୟ ବ୍ୟବସ୍ଥା ବିଷୟରେ ଆପଣତ ଜାଣି ଥିବେ ? , ଆଉ ଅଧିକ କଣ କହିବି ! ଏଇ ଅପରିଚିତ ଯୁବତୀଙ୍କ ହୃଦୟର କୋହ ମୋତେ ବହୁ ଭାଵରେ ବ୍ୟଥିତ କଲା ! ଏହିପରି ଆଲୋଚନାରେ ବସ ପହଞ୍ଚି ଗଲା ଅନଗୁଳ ବସଷ୍ଟାଣ୍ଡ ରେ ୲ ଯୁବତୀ ଜଣକ ଶୁଭେଚ୍ଛା ଜଣାଇ ବସରୁ ଓହ୍ଲେଇ ଗଲେ , ମୁଁ ଶେଷ ଥର ପାଇଁ ପଚାରିଲି ତୁମ ନାଁଆ କଣ ଭଉଣି ସେ ଅତି କ୍ଷୀଣ ସ୍ଵରରେ କହିଲେ ଶକ୍ତିରୁପା ! ! ମୁଁ ପ୍ରତି ଉତ୍ତରରେ କହିଥିଲି ଜୀବନ ରେ କେବେ ହାରି ଯିବନି , ତୁମ ନାଁଆର ସାର୍ଥକତା ରକ୍ଷାକରିବ ! ସେ ଯୁବତୀ ଜଣକ ଗଲାପରେ , ମୁଁ ମୋ' ଭ୍ରାମ୍ୟଭାଷ ଯନ୍ତ୍ର ସାହାର୍ଯ୍ୟରେ ଉକ୍ତ ବିଷୟ ବସ୍ତୁକୁ ଆଧାର କରି ଏକ ସୁନ୍ଦର ହୃଦୟ ଶ୍ପର୍ଶୀ କବିତା ଲେଖିବାକୁ ପ୍ରୟାସ କଲି ସେଇ ଭାବ ମୟ ମୁହୂର୍ତ୍ତ ଏଥିପାଇ ବିଶେଷ ସହାୟକ ହେଲା ! କାରଣ ମୁଁ ଜଣେ କବି ଭାବେ ନିଜକୁ ପ୍ରତିପାଦନ କରିବାକୁ ସବୁବେଳେ ପ୍ରଚେଷ୍ଠାଜାରି ରଖି ଥାଏ , ଗପ ଲେଖାରେ ମୋର ସେତେଟା ପାରଦର୍ଶିତା ନାହିଁ ! ! ଉକ୍ତ କବିତାର ଶୀର୍ଷକ ଥିଲା ' ' କିଏ ସତେ କାନ୍ଦୁଚି ' ' ଏହି କବିତାଟିରେ ଅସହାୟ କୋମଳମତି ଶିଶୁ କନ୍ୟା କିପରି ଜହ୍ଲାଦ କବଳ ରୁ ମୁକ୍ତି ଚାହୁଁଚି ତହା ମୁଁ ନିଖୁଣ ଭାଵରେ ବର୍ଣ୍ଣନା କରିବାକୁ ଯଥା ସାଧ୍ୟ ଚେଷ୍ଟା କରିଛି ! ! ସେହି ସମୟରେ' ଜୁନ ' ମାସରେ ଷ୍ଟୋରି ମିରର web ପେଜରେ ଲିକଟନ ପ୍ରତିଯୋଗିତା ଚାଲିଥାଏ ! ଉକ୍ତ କବିତାଟିକୁ ଅତି ଆଗ୍ରହର ସହ sm ରେ ମୁଁ ପୋଷ୍ଟ କରି ତୃତୀୟ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଥିଲି ! ! ନିଷ୍ପାପ ଶିଶୁ କରୁଣ ଚିତ୍କାର ଏବେବି ମୋର କର୍ଣ୍ଣରେ ପ୍ରତିଧ୍ଵନିତ ହେଉ ଅଛି ! ! ସତରେ ଆମେ କେତେ ଅସହାୟ ! !

! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ?


ସଦାନନ୍ଦ ସାହୁ

କାରା କର୍ମଚାରୀ , କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର ,


Rate this content
Log in

Similar oriya story from Tragedy