Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sadananda Sahoo

Abstract

2.3  

Sadananda Sahoo

Abstract

ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ

ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ

2 mins
728



ଅଳ୍ପ ଦିନ ତଳର ଘଟଣା ଅାମ ଗ୍ରାମର ହରି ଭାଇନା  ସବୁଦିନ ଭାଗବତ ଟୁଙ୍ଗିକୁ ଭାଗବତ ପଢିବାକୁ ଆସନ୍ତି ! ଦିନେ ତାଙ୍କର ଆସିବାରେ ବିଳମ୍ବ ହେଲା , ବୃଦ୍ଧ ବୃଦ୍ଧା ଲୋକ ଭାଗବତ ଶୁଣିବା ଅପେକ୍ଷାରେ ଥା'ନ୍ତି , ଏହି ସମୟରେ ଖବର ଆସିଲା ଯେ - ହରି ଭାଇନାଙ୍କର ଦେହ ଅସୁସ୍ଥ ଅଛି ॥ ସେଥି ପାଇଁ ସେ କଟକ ବଡ଼ ଡାକ୍ତରଖାନାକୁ  ଯାଇଛନ୍ତି ! ଆଜି ଆଉ ଭାଗବତ ପଢିବାକୁ ଆସି ପାରିବେ ନାହିଁ ! ଏ' ପର୍ଯନ୍ତ ଘରକୁ ଫେରି ନହାଁନ୍ତି ! ଏହି ସମୟରେ ଭାଳେଣି ପଡ଼ିଲା , ଆଜି କିଏ ଭାଗବତ ପଢିବ ରାମ ଜେନା ମନ୍ତବ୍ୟ ଦେଲା ଅାମ ଗାଆଁରେ ଏ ତେ ଶିକ୍ଷିତ ପିଲା ଥାଉ ଥାଉ ଆଜି କଣ ଭାଗବତ ପଢା ବନ୍ଦ ହେଵ ! ତାହାଲେ କାହାକୁ ଡାକିବା କୁହ ? ବୀର ରାଉତ ପୁଅ ସନିଆକୁ  ଡ଼ାକ , ବୋଲି ସମସ୍ତେ ପ୍ରସ୍ତାବ ଦେଲେ , ସନିଆକୁ ଡକରାଗଲା ! ବହୁତ ବାଧ୍ୟବାଧକତାରେ ସନିଆ ଆସିଲା ! ଯେତେ ପାଠ ପଢିଲେ କଣ ହବ ସନିଆ ଟିକେ ସଙ୍କୋଚ ମନେ କଲା ! ସେଥି ପାଇଁ ଥଙ୍ଗେଇ ମଙ୍ଗେଇ ହେଲା ! କାହିଁକିନା ସନିଆର ଓଡ଼ିଆ ପଢିବା ଅଭ୍ୟାସ ନଥିଲା , ସେ ଯାହା ହଉ କୌଣସି ମତେ କର୍ମ ଚଳିଗଲା ! ରାମ ଜେନା ପୁଣି ମନ୍ତବ୍ୟ ଦେଲା ଯାହା ହଉ କାମ ସିନା ଚଳିଗଲା , କିନ୍ତୁ ହରି ଭାଇନା ଯେମିତି ସୁନ୍ଦର କଣ୍ଠ ସ୍ଵରରେ ଅାବୃତି କରନ୍ତି , ସେମିତି କଣ ସନିଆ ବୋଲି ପାରିଲା । ଏହି ପରି ପ୍ରେକ୍ଷିରେ ରାମ ଜେନା ପୁଣି ସୁନ୍ଦର ଓଡ଼ିଆ ରୂଢ଼ି ଟିଏ ପରି ପ୍ରକାଶ କରି କହିଲେ , ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ , କେହି ନଥିଲେ ମଧ୍ୟ ଯଦି କଣା ମାମୁଁ ଟିଏ ଅଛି , ତାହେଲେ ଭଣଜା କହି ପାରିବେ ମୋର ମାମୁଁ ଟିଏ ଅଛି ବୋଲି !ସେଇ ମାମୁଁ ଦରକାର ସମୟରେ ଯଥା ସାଧ୍ୟ ସହଯୋଗ କରି ପାରିବ ! ଭଉଣୀ ର ଭାଇ , ଭଣଜା ଭାଣେଜି ଙ୍କରସର୍ବୋତ୍ତମ ମାମୁଁ ପଦବାଚ୍ୟ ବହନ କରିବ ! କାହିଁକି ନା କଣା ମାମୁଁ ହେଲେ ମଧ୍ୟ ସେ ମାମୁଁ ଏ' କଥା ସତ ॥ ଜମା ନଥିବା ଅପେକ୍ଷା ଯାହା ଅଛି ତାକୁ ସର୍ବୋତ୍ତମ ଭାବିବା ଉଚିତ ॥ କାହିଁକିନା' ' something is better than nothing ' ' ଅଳ୍ପକେ ସନ୍ତୁଷ୍ଟି ଲାଭ କଲେ ଈଶ୍ଵର ସନ୍ତୋଷ ପ୍ରକଟ କରି ସୁଖ ସମୃଦ୍ଧିରେ ସମସ୍ତଙ୍କୁ ରଖିବେ ଏ କଥା ଚିର ନିଶ୍ଚିନ୍ତ


Rate this content
Log in

More oriya story from Sadananda Sahoo

Similar oriya story from Abstract