Sadananda Sahoo

Inspirational

3  

Sadananda Sahoo

Inspirational

ହାର ମାନିବାର ପ୍ରଶ୍ନ ନାହିଁ

ହାର ମାନିବାର ପ୍ରଶ୍ନ ନାହିଁ

3 mins
416


ଗୌତମ ବାବୁଙ୍କର ଏକ ମାତ୍ର ପୁଅ ରମେଶ ପାଞ୍ଚଥର ମାଟ୍ରିକ ପରୀକ୍ଷା ଦେଲାଣି , ହେଲେ ପାସ କରି ପାରୁନାହିଁ । ଏଥି ପାଇଁ ଗୌତମ ବାବୁ ସବୁବେଳେ ମନସ୍ତାପ କରୁଥିଲେ । କିନ୍ତୁ ତାଙ୍କ ପୁଅର ଅଦ୍ୟମ ଆତ୍ମ ବିଶ୍ଵାସ ଆଗରେ ଗୌତମ ବାବୁ ସବୁବେଳେ ତର୍ଜ୍ଜମା କରିବାକୁ ବାଧ୍ୟ ହେଉ ଥିଲେ । କାହିଁକି ନା ପୁଅ ରମେଶ ପ୍ରତିଥର ପରୀକ୍ଷା ସମୟରେ କହେ ବାପା ତମେ ଆଉ ଚିନ୍ତା କର ନାହିଁ , ମୁଁ ଏଇ ଥର ନିଶ୍ଚୟ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବି । ପ୍ରତି ଥର କହେ ହେଲେ ଅସଫଳ ହୁ ଏ । ତା କହିବାର କୌଣସି ମୂଲ୍ୟ ରହେନାହିଁ ।


ଗୌତମ ବାବୁ ସମାଜର ଜଣେ ପ୍ରତିଷ୍ଠିତ ଲୋକ , ଉଚ୍ଚ ଶିକ୍ଷିତ ମଧ୍ୟ , ବୃତ୍ତିରେ ଶିକ୍ଷକତା କରନ୍ତି । ଜ୍ଞାନୀ ଗୁଣୀ ବୋଲି ପାଞ୍ଚ ଖଣ୍ଡ ମୌଜାର ଲୋକ ତାଙ୍କୁ ଜାଣନ୍ତି , ହେଲେ କଣ ହେଵ ପୁଅଟା ଜନମ ହୋଇଥିଲା ଯେ ଗୋବର ଗଣେଶ ପାଞ୍ଚଥର ମାଟ୍ରିକ ଫେଲ ହେଲାଣି । ତଥାପି ତାର ଦମ୍ଭ ଛାଡୁନି ,କହୁଛି ବାପା ଏଇଥରଟା ମୋତେ ସୁଯୋଗ ଦିଅ । ମୁଁ ତୁମକୁ ଦେଖେଇଦେବି ମୋର ପରାକାଷ୍ଠା । ସମସ୍ତଙ୍କ ମୁହଁ ବନ୍ଦ ହୋଉଯିବ । ଆଉ କେହି କହିବେନି ମୋତେ ଗୋବର ଗଣେଶ ବୋଲି । ମୋର ଦୃଢ ବିଶ୍ଵାସ ମୋତେ ନିଶ୍ଚୟ ସଫଳତା ପ୍ରଦାନ କରିବ । କାରଣ ଅସଫଳତାରୁ ମୁଁ ଯେଉଁ ଶିକ୍ଷା ଲାଭ କରିଛି , ମୁଁ ତାକୁ ଏଥର ଉପଯୋଗ କରିବି । କାହିଁକିନା ସଫଳତାର ମାଇଲ ଖୁଣ୍ଟକୁ ଛୁଇଁବାକୁ ହେଲେ ଅସଫଳତାର ଖମ୍ବଗୁଡିକୁ ପାଥେୟ କରି ଆଗକୁ ଯିବାକୁ ପଡେ । ସେ ସବୁତ ମୁଁ ନିର୍ମାଣ କରି ସାରିଛି ।


ଗୌତମ ବାବୁ ସବୁବେଳେ ପୁଅ ରମେଶ କଥା ଭାବନ୍ତି । ଆଉ ମନେ ମନେ ସ୍ମିତ ହାସ୍ୟ ପ୍ରକଟକରି ନିରୋଳରେ କହନ୍ତି ମୋ ' ପୁଅର ଗଭୀର ଆତ୍ମ ବିଶ୍ଵାସକୁ ଶହେ ସଲାମ ।


ପରୀକ୍ଷା ବେଳ ପାଖେଇ ଆସିଲା , ରମେଶ ବିଦ୍ୟାଳୟକୁ ଯାଇ ଯଥା ବିଧି ଫର୍ମ ପୁରଣ କରି ଆସିଲା । ଗାଆଁରେ ସମସ୍ତେ ଥଟା ପରିହାସ କରି କହିଲେ ' ଦେଖରେ ବୁଢା ଗୋବର ଗଣେଶ ପୁଣି ମାଟ୍ରିକ ପରୀକ୍ଷା ଦବ ବୋଲି ଆଜି ଫର୍ମ ପୁରଣ କରିକି ଆସିଛି । ଅଲାଜୁକକୁ ଲାଜ ନାହିଁ ଏଥର ମିଶିଲେ ପରୀକ୍ଷା ଦବା ଛଅଥର ହବ । ରମେଶ ସବୁ ଅପମାନକୁ ସହ୍ୟ କରି ଦୃଢତାର ସହ ପରୀକ୍ଷା ଦେଲା । ବାପାଙ୍କୁ ଦେଇଥିବା କଥା ଯେମିତି ଫିକା ନପଡିଯାଏ  ସେଥି ପ୍ରତି ଧ୍ୟାନ ଦେଇ ସବୁ ବିଷୟର ପ୍ରଶ୍ନପତ୍ରକୁ ତର୍ଜ୍ଜମା କରି ସମସ୍ତ ଉତ୍ତରକୁ ପ୍ରାଞ୍ଜଳ ଭାଵରେ ଉପସ୍ଥାପନା କଲା । କିନ୍ତୁ ଗୌତମ ବାବୁ ଆଶା ଛାଡିଦେଇଥିଲେ ଯେ ପୁଅ ରମେଶ ସବୁଥର ଭଳି ଫେଲ ହବ , ଆଉ ମୋର ସମ୍ମାନ ହାନି ଘଟିବ । ସମସ୍ତେ ବ୍ୟଙ୍ଗ ବିଦୃପ କରି କହିବେ ଗଧ ଛୁଆ ଜନମ କରିଛି ।


କିଛିଦିନ ଅତିବାହିତ ହେଲାପରେ , ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେଲା । ରମେଶ ମାଆ ସରସ୍ଵତୀଙ୍କୁ ସୁମାରଣା କରି ପରୀକ୍ଷା ଫଳ ବିଷୟରେ ପାଖ ସହରକୁ ବାହାରି ପଡ଼ିଲା । ସମସ୍ତେ କହିଲେ ରମେଶ ଏଥରବି ତୁ ଫେଲ ହବୁ । ସମସ୍ତଙ୍କ ଠୁ ନେଗେଟିଭ କଥା ଶୁଣି ଶୁଣି ରମେଶ ମନେ ମନେ ରାଗି ଯାଇ ଥିଲା , କିନ୍ତୁ ମନର କୋହକୁ ହୃଦୟରେ ଚାପି ରଖି ନୀରବ ରହି ସମୟ ସୁଯୋଗକୁ ଅପେକ୍ଷା କରି ରହିଲା । ନିଜ ଆଖିରେ ପରୀକ୍ଷା ଫଳ ଦେଖି ରମେଶ ବହୁତ ଖୁସି ଜାହିର କଲା । ରମେଶର ଏଇ ଷଷ୍ଠ ଥର ପରୀକ୍ଷା ଶୁଭ ଫଳ ପ୍ରତିପାଦନ କଲା । ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କଲେ , ଗୌତମ ବାବୁ ବିଶ୍ଵାସର ବସାଘରକୁ ସମ୍ମାନ ଜଣାଇ , ପୁଅ ରମେଶକୁ କହିଲେ ରମେଶ ସତରେ ତୁ ମୋ ସୁଯୋଗ୍ୟ ସନ୍ତାନ । ତୁ ମୋ ଇଜ୍ଜତ ରକ୍ଷା କରିଦେଲୁ । ତୁ କେବଳ ମାଟ୍ରିକ ପାସ କରି ନାହୁଁ ତୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛୁ । ଯଦି ଆଜି ତୋ ' ମାଆ ଥାନ୍ତା ସେ ଖୁସିରେ ଆତ୍ମ ହରା ହୋଇଥାନ୍ତା । ସେ ତୋତେ ମୋ ଠାରୁ ଅଧିକ ଭଲପାଏ । ଯା ହଉ ତୁ ମୋ ପୁଅ ନୁହଁ ସୁନା ଚାନ୍ଦ । ତୋର ଅଗାଢ ଆତ୍ମ ବିଶ୍ଵାସକୁ କୋଟି ପ୍ରଣାମ ଧନମଣି ।



Rate this content
Log in

Similar oriya story from Inspirational