Sadananda Sahoo

Others

2.4  

Sadananda Sahoo

Others

ଭିନ୍ନ ଏକ କବିତା

ଭିନ୍ନ ଏକ କବିତା

1 min
348




 କଵି ହୃଦୟରେ ଅସରନ୍ତି କୋହ

  ଲେଖନୀ ପରଶେ ଭାସେ ;;

 କବିର ପ୍ରେମିକା ସପନ ନାୟୀକା

  ଛଳନା ରେ ଖାଲି ହସେ !!!


କଵିସିନା ରଚେ ସରାଗରେ କେତେ

    ପ୍ରେମ କବିତାର ପଂକ୍ତି ;; 

ପ୍ରେମର ସ୍ୱୀକୃତି କଵିକୁ ମିଳେନି

   ଆହାକି ବିଚିତ୍ର ନୀତି !!!!


 କବିର ପ୍ରେମିକା ସାଜେ ମରୀଚିକା 

    ଶୁଷ୍କ ମରୁବାଲି କଣ୍ଟା ;

ତଥାପି ଏ'କଵି ପାରେ ନାହିଁ ଭୁଲି

   ଦୃଢମନେ ରଖେ ଆସ୍ଥା !!!


ପ୍ରେମ କବିତାରେ ଦିନସରି ଯାଏ

    ପ୍ରିୟାକଥା ଭାବିଭାବି ;;

ହୃଦୟର ରାଣୀ ଯାଏ ଅପସରି 

   ଆଖିବୁଜି ଦେଲେ କଵି !!!


ରୂପ ବର୍ଣ୍ଣନାରେ କବିତ' ଆଗରେ

    ଦୁନିଆଁ ଜାଣିଛି ସତ୍ୟ ;;

ପ୍ରେମ ଉପଭୋଗ କବିର ଦୁଃଭାଗ୍ୟ 

   କବି କୃତି ଗଢେ ନିତ୍ୟ !!!!


ଜୀବନ ଦର୍ପଣେ ପ୍ରେମ ସମର୍ପଣେ 

   କଵିର ହୃଦୟ ମନ ;

ପ୍ରେମ ଚିରନ୍ତନ ସତ୍ୟ ଓ ସୁନ୍ଦର

   କବିର କଲମ ଧନ୍ୟ !!


ପ୍ରୀତି ଛନ୍ଦା ରାଣୀ କବିର ମାନିନୀ

    ପ୍ରେମ ସ୍ଵପ୍ନେ ଆସେ ଚାଲି ;

 ପ୍ରେମ ପରଶରେ କଵି ଶେଯ ଭିଜେ 

    କଵିପାରେ ନାହିଁଭୁଲି !!!


ସପନର କଥା କଵି ମନେଆଶା

    ଥାଏ କିଛି ବାସ୍ତବତା ;;

ସେଥି ପାଇଁ କଵି ଝୁରି ହୁଏ ବେଶି

    ଆହାକି ଏ' ସରଳତା !!!!


 ପ୍ରେମର ପ୍ରେମିକା ଦିଅନାହିଁ ଧୋକା

    କଵି ତୁମ ସ୍ୱପ୍ନ ସାଥୀ ;;

ପ୍ରେମ ଫଗୁଖେଳ କରନାହିଁ ଗୋଳ

    ସାର୍ଥକ ହୋଇବ ପ୍ରୀତି !!!


ଦୁନିଆଁରେ ବୋଧେ କଵି ପ୍ରେମକରେ

   ପ୍ରକୃତ ପ୍ରେମିକ ସାଜି ;;

କଵି ପ୍ରେମେ ଥାଏ ଅସରନ୍ତି ସ୍ନେହଁ 

  କିଏବା ନ'ହେବ ରାଜି !!!


ସଦାନନ୍ଦ ସାହୁ , କାରା କର୍ମଚାରୀ 

ଚୌଦ୍ଵାର , କଟକ ! !


Rate this content
Log in