Sadananda Sahoo

Tragedy

4.8  

Sadananda Sahoo

Tragedy

ନିରର୍ଥକ ସମ୍ପର୍କ

ନିରର୍ଥକ ସମ୍ପର୍କ

4 mins
503


ସମ୍ପର୍କର ନିବିଡ଼ତା ନିରୂପଣ କରେ ସ୍ନେହଁ ପ୍ରେମ ଆଉ ଭାବ ବନ୍ଧନର ଆତ୍ମୀୟତାକୁ ! ସମ୍ପର୍କ ହେଉଛି ସମାଜିକ ଜୀବନର ହୃତପିଣ୍ଡ , ଆଉ ଏଇ ସମ୍ପର୍କରେ ଯେତେବେଳେ ଫାଟ ସୃଷ୍ଟି ହୁଏ ତାହା ଆବିଳତା ପୂର୍ଣ୍ଣ ହୋଇଯାଏ ! ପ୍ରିୟ ପରିଜନ ସାତପର ପରି ହୃଦବୋଧ ହୁଅନ୍ତି ! ! କହିବାର ବାହୁଲ୍ୟ ଏହିକି ଯଦି ପତି ପତ୍ନୀଙ୍କର ସମ୍ପର୍କ ରେ ଥରେ ଫାଟ ସୃଷ୍ଟି ହୁଏ , ତାହାଲେ ମାମଲା ସଙ୍ଗିନି ହୋଇ ଯାଏ ! ! କିଛି ଦିନ ତଳର ଘଟଣା ଆମ ଘରର ଅନତି ଦୂର ରେ ଏକ ଦମ୍ପତି ଭଡ଼ା ସୁତ୍ରରେ ରାମ ବାବୁଙ୍କ କଲୋନୀରେ ସହବସ୍ଥାନ କରୁଥିଲେ ! ମୋ ଦେଖିବାରେ ଉଭୟ ପତି ପତ୍ନୀ କର୍ମ ଜିବୀ ଥିଲେ ! ତାଙ୍କର ଦୁଇ ଗୋଟି ସନ୍ତାନ ମଧ୍ୟ ଥିଲା ! ହସ ଖୁସିର ସୁଖୀ ପରିବାର ବୋଲି ମୋର ହୃଦବୋଧ ହେଉଥିଲା ! ! ସେମାନେ ପ୍ରେମ ବିବାହ କରିଛନ୍ତି ବୋଲି ମୁଁ ଅନୁମାନ କରିସାରି ଥିଲି ! ସେଇ ଦମ୍ପତି କଲୋନୀରେ ପ୍ରାୟତଃ ପରିଚିତ ଥିଲେ ! କାହିଁକି ନା ସେମାନେ ପୋଲିସ ଚାକିରୀ କରୁଥିଲେ ! ! ତାଙ୍କ ନାମ ମଧ୍ୟ ଖୂବ ଶୃତି ମଧୁର ଥିଲା ! ପତି ଦେବଙ୍କ ନାମ ଥିଲା ଚନ୍ଦ୍ର ଶେଖର ଆଉ ପତ୍ନୀଙ୍କ ନାମ ଥିଲା ଜ୍ୟୋତ୍ସ୍ନାମୟୀ ! ତାଙ୍କ ହସ ଖୁସିର ସଂସାର ଦେଖି ପାଖ ପଡ଼ୋଶୀ ମାନେ ବିମୋହିତ ହୁଅନ୍ତି ! ଆଉ ପ୍ରସଂଶା ମଧ୍ୟ କରନ୍ତି ! ! ସେମାନେ ପ୍ରାୟ ଏକବର୍ଷ ରହିଲା ପରେ ତାଙ୍କ ମଧ୍ୟରେ ସବୁଦିନ କଳି ଝଗଡା ଲାଗିରହିଲା !ଏ ହାର କାରଣ କଣ ହୋଇ ପାରେ ବୋଲି ସମସ୍ତେ ଜାଣିବାକୁ ଚାହିଁଲେ ଆଉ ମୁଁ ମଧ୍ୟ ଏ ବିଷୟରେ ଜାଣିବାକୁ ଉତ୍କଣ୍ଠା ପ୍ରକାଶ କଲି ! ସତ କେବେ ଲୁଚି ରହେନା , କିଛି ଦିନ ପରେ ଜାଣିବାକୁ ପାଇଲି ଯେ , ଏ ମାନଙ୍କ ସମ୍ପର୍କରେ ଆଉ ମଧୁରତା ନାହିଁ , କାରଣ ଜଣେ ତୃତୀୟ ପୁରୁଷ ଏ ମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି ! ଏହି ତୃତୀୟ ପୁରୁଷ ଜଣକ ତାଙ୍କର ସହକର୍ମୀ ! ସେ ଜଣେ ଅବିବାହିତ ଯୁବକ ! ! ତାଙ୍କ ନାମ ହେଉଛି ପ୍ରଣୟ ! ସେ ଜଣେ କାମନ୍ଧ ବୋଲି ବିଭାଗୀୟ କର୍ମଚାରୀ ମାନେ ସମସ୍ତେ ଅବଗତ ! ସେ କୌଣସି ମତେ ଚନ୍ଦ୍ରଶେଖର ବାବୁ ଙ୍କ ସହଧର୍ମିଣୀ ଜ୍ୟୋତ୍ସ୍ନା ମୟୀଙ୍କୁ ପ୍ରେମ ନିବେଦନ କରି ସଫଳ ହୋଇଛି ବୋଲି କଥାଟି ପ୍ରଘଟ ହୋଇଥିଲା ! ବାଟ ଘାଟ ରେ ଏକଥାଟି ଚର୍ଚା ବେଶ ହୋଇଥିଲା !

ଜ୍ୟୋତ୍ସ୍ନା ମୟୀ ଦେଖିବାକୁ ବହୁତ ସୁନ୍ଦର ଥିଲେ ! ଆଉ କାମାଗ୍ନି ନାରୀ ବୋଲି ପ୍ରଣୟ ଅବଗତ ହୋଇ ଯାଇଥିଲା କୌଣସି ମତେ ! ଚନ୍ଦ୍ର ଶେଖର ବାବୁ ଘରେ ନଥିଲା ସମୟରେ ପ୍ରଣୟ ଅବାଧରେ ଯାଆ ଆସ କରୁଥିଲା ! ଏହି ପରି କିଛି ଦିନ ଚାଲିଲା ପରେ ସେମାନଙ୍କ ପ୍ରେମ ସମ୍ପର୍କ ବଢିବାକୁ ଲାଗିଲା ! ଦୁହେଁ ଦୁହିଁକ ପାଇଁ ପାଗଳ ପ୍ରାୟେ ହେଲେ ! କାମନା ଲାଳସା କୁ ଚରିତାର୍ଥ କରିବା ପାଇଁ ଦୈହିକ ସମ୍ପର୍କ ସ୍ଥାପନ କଲେ ! ଚନ୍ଦ୍ର ଶେଖର ବାବୁ ଖୂବ ସରଳ ପ୍ରକୃତିର ଲୋକ ଥିଲେ ! ! ପତ୍ନୀକୁ ବହୁତ ବିଶ୍ଵାସ କରୁଥିଲେ ! ପତ୍ନୀ ତାଙ୍କୁ ବିଶ୍ଵାସରେ ବିଷ ଦେବ ବୋଲି ସେ ସ୍ଵପ୍ନ ରେ ସୁଧା ଭାବିନଥିଲେ ! କାହିଁକି ନା ସେ ଜ୍ୟୋତ୍ସ୍ନା ମୟୀଙ୍କୁ ପ୍ରେମ ବିବାହ କରିଥିଲେ ଆଉ ନିଜ ଜୀବନଠୁ ଢେରେ ଅଧିକ ଭଲ ପାଉଥିଲେ ! ଭଲ ପାଇବାର କମି କିଛି ନଥିଲା ! ତା' ଛଡା ଜ୍ୟୋତ୍ସ୍ନା ମୟୀ ଦୁଇଟି ସନ୍ତାନର ଜନନୀ ! ସେ କଣ ଆଉ କାହାକୁ ପ୍ରେମ କରିବ , ଏହା ଅସମ୍ଭବ , ଏହି ପରି ଭାବରେ ଚନ୍ଦ୍ର ଶେଖର ଭାବନା ରାଜ୍ୟରେ ନିମଗ୍ନରହି ମାନସିକସ୍ଥର ରେ ଅସହାୟତା ବୋଧ କଲେ ! ! ପ୍ରେମିକ ପ୍ରଣୟର ପ୍ରେମ କିନ୍ତୁ କମିବା ବଦଳରେ ବଢ଼ି ବାରେ ଲାଗିଲା ! ଜ୍ୟୋତ୍ସ୍ନା ମୟୀ ଭୁଲିଗଲେ ଯେ ସେ ବିବାହିତା ଆଉ ଦୁଇଟି ସନ୍ତାନ ଜନନୀ ବୋଲି ! ନିଜ ବୟସଠୁ ପାଞ୍ଚ ବର୍ଷ ସାନ ସହକର୍ମୀକୁ ହୃଦୟ ର ରାଜା ବୋଲି ବିନା ଭୟ ସଂକୋଚରେ ରୋକ ଠୋକ ଶୁଣାଇ ଦେଲେ ହତ ଭାଗ୍ୟ ପତିଦେବ ଚନ୍ଦ୍ର ଶେଖର ବାବୁଙ୍କୁ ! ଏ କଥା ଶୁଣି , ଚନ୍ଦ୍ର ଶେଖର ବାବୁଙ୍କ ପାଦ ତଳୁ ମାଟି ଖସିଗଲା ! ସେ ପାଗଳ ପରାୟେ ହୋଇ ପ୍ରାଣ ପ୍ରିୟା ପତ୍ନୀଙ୍କୁ ବହୁତ କାକୁତି ମିନତୀ ହୋଇ କହିଲେ ସତରେ ତମେ ମୋତେ ଏତେ ବଡ଼ ଧୋକା ଦେଇ ପାରିଲ ,! ମୁଁ କଣ ତୁମକୁ କିଛି ଅବହେଳା କରିଛି , ମୋ ଭଲ ପାଇବାର କଣ କୌଣସି ମୂଲ୍ୟ ନାହିଁ ! ମୁଁ ପରା ତୁମକୁ ପ୍ରେମ ବିବାହ କରିଥିଲି ! ଏଇ କଣ ପତି ପତ୍ନିର ସମ୍ପର୍କ ! ମୁଁ ପରା ତୁମ ସାତ ଜନମର ସାଥୀ ! ମୁଁ ପରା ତୁମ ମଥାର ସିନ୍ଦୂର , ଇହ କାଳ ପରକାଳର ଦେବତା ! ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ବେଦୀ ମୂଳେ ବିବାହ କରିଥିଲି ! ତା ' ଛଡା ଆମ ଦୀପୁ ପପୁଙ୍କପ୍ରତି ତୁମର କଣ ଟିକିଏ ହେଲେ ଲୋଭ ମାୟା ନାହିଁ ! ଯେତେ ବୁଝାଇଲେବି ଜ୍ୟୋତ୍ସ୍ନା ମୟୀ ବୁଝିବା ପରିସ୍ଥିତିରେ ନ ଥିଲେ ! ସେ କାମନା ବାସନରେ ବଶବର୍ତ୍ତୀ ହୋଇ ସୁନାର ସଂସାରକୁ ଭାଙ୍ଗି ଦେଇ , କୋମଳମତି ଦୁଇଟି ଅମୂଲ୍ୟ ରତ୍ନ ଶିଶୁ ପୁତ୍ର ତଥା ପ୍ରାଣପ୍ରିୟ ପତି ଚନ୍ଦ୍ର ଶେଖରଙ୍କୁ , ଛାଡି ସେଇ କାମାନ୍ଧ ପ୍ରଣୟ ସାଥିରେ ଫେରାର ହୋଇଗଲେ ! ଏମିତି ନାରୀ ମାନଙ୍କ ସଂଖ୍ୟା ସମାଜରେ ଖୁବ ନଗଣ୍ୟ ଆଉ ବିରଳ ! ଏମାନେ ସମ୍ପର୍କର ମୂଲ୍ୟ କିଛି ବୁଝନ୍ତିନି ! ! ବହୁ ପୁରୁଷର ସାଥୀ ସାଜି ସମାଜିକ ସମ୍ପର୍କକୁ କଳୁଷିତ କରିଥାନ୍ତି ! ଏମାନେଙ୍କ ନିକଟରେ ପତି ପତ୍ନିର ସମ୍ପର୍କ ପିଲା ଖେଳ ! ମୂଲ୍ୟ ହୀନ ଆଉ ନିରର୍ଥକ !

ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ଼ , କଟକ ,


Rate this content
Log in

Similar oriya story from Tragedy