Sadananda Sahoo

Romance

5.0  

Sadananda Sahoo

Romance

ଭଲପାଏ ବୋଲି

ଭଲପାଏ ବୋଲି

2 mins
809



 ପ୍ରେମ ଗଳ୍ପ ହୃଦୟକୁ ଛୁଁଏ ! ଏ କଥା ସମସ୍ତେ ଜାଣନ୍ତି ! ପ୍ରେମ ଚିରନ୍ତନ ସତ୍ୟ , ପ୍ରେମ ଶାଶ୍ଵତ , ପ୍ରେମ ନୂତନ ଦିଗନ୍ତର ପରିଭାଷା , ପ୍ରେମ ସୁଦୂର ପ୍ରସାରୀ ! ପ୍ରେମର ସଂଜ୍ଞା ପରିବ୍ୟାପ୍ତ ! କିନ୍ତୁ ପ୍ରେମରେ ଭଲ ପାଇବାର ଅଭିଳାଷ ଭରପୁର ଭାଵରେ ଥାଏ ! କହିବାର ବାହୁଲ୍ୟ ଏହିକିଯେ - ପ୍ରେମ ଭଲ ପାଇବାର ଅଭିଳାଷକୁ ଚରିତାର୍ଥ କରିଥାଏ ! ! 

ଗାଳ୍ପିକ ଆଜି ଏମିତି ଏକ ' ' ଭଲ ପାଏ ବୋଲି ' ' ଗଳ୍ପର ଅବତାରଣା କରିବେ ପାଠକେ ନିଶ୍ଚୟ ବିମୋହିତ ହେବେ ! ! 

   ଏଇ କିଛି ଦିନ ତଳର କଥା - ମୁଁ ' ଏକ ଜରୁରୀ କାମରେ  କଟକରୁ ଭୁବନେଶ୍ଵର ଯାଉଥାଏ ! ଉକ୍ତ ସମୟରେ ଏକ ଫୋନ କଲ ଆସିଲା ! ଜଣେ ଅପରିଚିତ ମହିଳାଙ୍କର କଣ୍ଠସ୍ଵର ମୋତେ ଶୁଣା ଗଲା ! 

ତତକ୍ଷଣାତ ମୁଁ ' ମଟର ସାଇକେଲକୁ ରାସ୍ତା ପାର୍ଶ୍ଵରେ ରଖି ତାଙ୍କ ସହିତ ବାର୍ତ୍ତାଳପ କଲି !  ପ୍ରଥମେ ତାଙ୍କର ପରିଚୟ ମାଗିଲି ! କିନ୍ତୁ ସେ ' ମୋତେ ଓଲଟା ପ୍ରଶ୍ନ କରି କହିଲେ ଆପଣ ଆଗେ ଆପଣଙ୍କର ନାମ ଠିକଣା କୁହନ୍ତୁ ! ମୁଁ ଆଶ୍ଚର୍ଯ୍ୟ ହେଲି ! ଆରେ ଇଏତ ବଡ଼ ଅଜବ ଲୋକ ! ମୋତେ ଫୋନ କରିଛି ଅଥଚ ପୁଣି ନାଁଆ ଗାଁଆ ପଚାରୁଛି ! ତାପରେ ମୁଁ' ଫୋନ କାଟିଦେଲି ! ଭାବିଲି କିଏ ଫସାଇବା ପାଇଁ ରଙ୍ଗ ନମ୍ଵରେ ଚେଷ୍ଟା କରୁଛି ! କିଛି ସମୟ ପରେ ପୁନର୍ବାର ପୁଣି ଫୋନ ବାଜି ଉଠିଲା ! ପୁଣି ଉଠେଇଲି ' ସେ କିଛି କହିବା ପୂର୍ବରୁ ମୁଁ ' କହିଲି କାହିଁକି ବାରମ୍ବାର କଲ କରୁଛ ! ଏଇଟା ରଙ୍ଗ ନମ୍ବର ! ତା ଛଡା ମୁଁ ' ଗାଡିଚଲୋଚି ,ଆଉ ଏକ ଜରୁରୀ କାର୍ଯ୍ୟରେ ଯାଉଛି ! ସିଧା ସିଧା କୁହ କିଏ ତୁମେ ! ମୋର ସମୟ ନାହିଁ ଥଟା ମଜା ଖେଳିବାକୁ ! ଏ ' କଥା ସବୁ ମୋ ' ଠାରୁ ଶୁଣି ସାରିବାପରେ ଭଦ୍ର ମହିଳା ଜଣକ କହିଲେ ଆଚ୍ଛାହଉ , ଆପଣ ଜରୁରୀ କାମରେ ଯାଆନ୍ତୁ , ଫ୍ରି ହେଲେ ମୋତେ କଲ କରିବେ ମୁଁ' କଥା ହେବି , ଆଉ ପରିଚୟ ଦେବି !  

   ଏ'ଥର ମୁଁ ଦୃଢ ନିଶ୍ଚିନ୍ତ ହେଲି ଯେ ' ଏ' ଭଦ୍ର ମହିଳା ଜଣକ ମୋତେ ଭଲ ଭାବରେ ଚିହ୍ନିଛନ୍ତି !  ମନରେ ଉତ୍କଣ୍ଠା ପ୍ରକାଶ ପାଇଲା , କିଛି ବାଟ ଅତିକ୍ରମ କଲାପରେ  ଗାଡି ସାଇଟ କରି , ମୋ' ତରଫରୁ ଫୋନ ଲଗେଇଲି !

ସେ ' ଫୋନ ରିସିଭ କରି କହିଲେ ଏତିକି ଜାଣ ଭଲପାଏ ବୋଲି ନମ୍ବର ସଂଗ୍ରହ କରି ଫୋନ କରିଥିଲି ! ମୋର ଆଉ କିଛି କହିବାର ନାହିଁ ! ଏଥର ନିଷ୍ପତ୍ତି ତୁମ ହାତରେ ! ପରିଚୟ ମାଗିବାର ଆବଶ୍ୟକ ନାହିଁ ! ତୁମକୁ ମୁଁ ' ବହୁତ ଭଲ ପାଏ , ପିଲାଦିନୁ ! ଏ ସବୁ ଶୁଣି ମୁଁ ଆଜିପର୍ଯ୍ୟନ୍ତ ହତ ବାକ ! ଇ ଏ କିଏ ? 


Rate this content
Log in

Similar oriya story from Romance