ଅରକ୍ଷିତକୁ ଦଇଵ ସାହା
ଅରକ୍ଷିତକୁ ଦଇଵ ସାହା


ଓଡ଼ିଆ ସାହିତ୍ୟର ବଳିଷ୍ଠ ଭାବ ଧାରା ହେଉଛି ରୂଢ଼ି , ଆଉ ଢଗ ଢମାଳି ! ଲୋକ କଥା , ଲୋକ ଗୀତ ଆଉ ଲୋକାଚାରରେ ଏହାପ୍ରତି ଫଳିତହୁଏ । ସାମାଜିକ ଜୀବନର ନିଚ୍ଛକ ପ୍ରତିଛବି ଅତି ନିଖୁଣ ଭାଵରେ ପରିପ୍ରକାଶ କରିବାରେ ରୂଢ଼ି ଓ ଢଗ ଢମାଳି ବିଶେଷ ସହାୟ ହୁଏ । ଆମେ ଦୈନଦିନ ଜୀବନରେ ଜନ ମୁଖରୁ ନିସୃତ ଅନେକ ରୂଢ଼ି ଆଉ ଢଗ ଢମାଳି ଶୁଣି ବାକୁ ପାଇ ଥାଉ ! ଏହା ଅନେକ ସମୟରେ ସାମାଜିକଜୀବନଯାତ୍ରାରେ ମନୁଷ୍ୟର ସ୍ଥିତି ପରିସ୍ଥିତି ଆଉ ଘଟଣା ପ୍ରବାହ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ ହୋଇ ଥାଏ ।
ଅରକ୍ଷିତକୁ ଦଇଵ ସାହା ଏକ ସୁନ୍ଦର ରୂଢ଼ି -ଏହାର ଭାବାର୍ଥ ଅତ୍ୟନ୍ତ ଉପାଦେୟ ! ଅତି ନିଃସହାୟ ବ୍ୟକ୍ତିର ଦୟନୀୟ ଅବସ୍ଥାକୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଏହାଲୋକ ମୁଖରେ ଉଦ୍ଭାସିତ ହୋଇଥାଏ । ଏହି ପରିପ୍ରେକ୍ଷିରେ ଏକ ସୁନ୍ଦର ଗପକୁ ଉପସ୍ଥାପନା କରୁଛି !
କୁସୁମପୁର'ଗାଆଁର ହରି ଭାଇ ଖୁବ ହସ ଖୁସିରେ ଜୀବନ ବିତାଉଥିଲେ ଥିଲେ । ହଠାତ ତାଙ୍କ ଜୀବନରେ ଦୁଃଖର କଳା ବାଦଲ ଘୋଟି ଆସିଲା ! ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ମାନସିକ ସନ୍ତୁଳ ହରାଇ ପାଗଳ ହୋଇଗଲେ । ସେ ତାଙ୍କ ସ୍ତ୍ରୀ ଓ ଅନ୍ୟାନ ପରିବାର ସଦସ୍ୟ ମାନଙ୍କୁ ଛାଡି ରାଜ ରାସ୍ତାରେ ବିଚରଣ କଲେ ! ସଡ଼କ ଦୁର୍ଘଟଣାରେ ହରାଇ ଥିବା ପୁଅ କାର୍ତ୍ତିକ ନାଆଁ କୁ ସବୁବେଳେ ଭଜି ହେଲେ । ପାଗଳ ସାଜି ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ଅନବରତ ଲୁହ ଝରାଇ ମସାଣୀରେ ବିଚରଣ କରିବାକୁ ଲାଗିଲେ । ଖାଦ୍ୟପେୟ ପରିହାର କରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କଲେ । ଛିଣ୍ଡା ମଇଳା ବସ୍ତ୍ର ପରିଧାନ କରି ସମସ୍ତଙ୍କ ନଜରରେ ହୀନମନ୍ୟତା ଶିକାର ହେଲେ । ସମସ୍ତେ ପାଗଳ ବୋଲି ବିବେଚନା କଲେ । ଯେଉଁ ହରି ଭାଇ ଦିନେ ସୁଖର ସଂସାର ଗଢି ପିଲା ପରିବାର ସହିତ ଅତି ଖୁସିବାସିରେ ଜୀବନ ଅତିବାହିତ କରୁଥିଲେ , ଆଜି ତାଙ୍କର ଏଇ ଶୋଚନୀୟ ଅବସ୍ଥା !
ଏହା ଭଗବାନଙ୍କର ଅବିଚାର ବୋଲି ବିବେଚନା କରାଯାଏ ମାତ୍ର ।
ଏଭଳି ସାମାଜିକ ଜୀବନର ଦୁଃଖଦ ଚିତ୍ର ଆମକୁ ବହୁଭାବରେ ମିୟମ୍ରାଣ କରେ । ଏହି ପରି ପ୍ରେକ୍ଷିରେ ଏତିକି କୁହା ଯାଇପାରେ ଅରକ୍ଷିତକୁ ଦଇଵ ସାହା । ସଂସାରର ସବୁଦୁଃଖକୁ କେବଳ ଭଗବାନ ଲାଘବ କରି ପାରିବେ ଆଉ କେହି ନୁହେଁ । ଯଦି ଦଇବ କୃପା କରିବେ ହରିଭାଇ ପୁଣି ପାଗଳରୁ ଭଲ ମଣିଷ ହୋଇ ସୁସ୍ଥ ନିରାମୟ ଜୀବନ ଯାପନ କରି ପାରିବେ । ହସ ଖୁସିର ସଂସାର ପୁଣି ଝଲସି ଉଠିବ । ମନୁଷ୍ୟର ସମସ୍ତ ଅଶା ଭରସା ତୁଟିଗଲେ , ଭଗବାନ ହିଁ ଶେଷ ବିକଳ୍ପ ବୋଲି ଧରି ନିଆଯା ଏ ! ସେଇଥିପାଇଁ ଓଡ଼ିଆ ଭାଷା ସାହିତ୍ୟର ରୁଢିରେ କୁହା ଯାଇଛି ଅରକ୍ଷିତକୁ ଦଇବ ସାହା ' ।
.