ଧୂଆଁଳିଆ ସକାଳ ଆଉ ଗରମ ଚାଆ
ଧୂଆଁଳିଆ ସକାଳ ଆଉ ଗରମ ଚାଆ
ହାଇ......ଏ ଶୁଣୁଛ କୁଆଡେ ଗଲ କିଛି କଥା ଶୁଭୁଛି ନା ଗାଲୁ ମାରି ଶୋଇବା କୁ ଇଛା ହେଉଛି !!!! ଆହୁରି ତୁମ କୁ ।ଆସିକି ଦିନ ନଅଟା ବାଜିଲାଣି।ମୁଁ ଯଦି ଶୋଇ ଯାନ୍ତି ଏମିତି ସକାଳୁ ସକାଳୁ କିଏ ଉଠିବ କହି ତୁମର ଘର ର ସବୁ କାମ ଠପ ଆଉ ସେ କଥା କହିଲେ ।ତୁମେ ଗାଲୁ ଠେଲିବ କହିବ ହଁ ଯୋଉ ତ କାମ କରୁଛ ଖାଲି ଭାଙ୍ଗିପକାଉଛନ୍ତି କାମ କରିକି। ଆଉଏବେ ବାବୁ ଙ୍କର ରେଜେଇ ଭିତରୁ ବାହାରକୁ ବାହାରିବା ତ ଦୂର କଥା ଗରମ ଚାଆ ଟିକିଏ ମୁହଁ ରେ ନ ବାଜିଲେ ନିଦ ଭାଙ୍ଗିବ ନାହିଁ ।ହଉ ରୁହ ମୁଁ ଆଣୁଛି କହି ସୁଭଦ୍ରା
ନିଜ ଝରକା ଦେଇ ବାହାରକୁ ଦେଖିଲେ ଚାରି ଆଡ଼େ ଧୂଆଁମୟ ।ସତେ ଏତେ ବର୍ଷ ରେ ଟିକେ ଭଲ ଥଣ୍ଡା ପଡିଛି ।ଓଃ!!ଆଉ ଏ ଥଣ୍ଡା ରେ ଗରମ ଚାଆ ର ମଜ଼ା ନିଆରା ହେଲେ ତାଙ୍କୁ କିଏ ଦେବ ।ସମସ୍ତିଙ୍କୁ ସେ ହିଁ ଦିଅନ୍ତି ଆଜି କୁ ପ୍ରାୟ ତିରିଶି ବର୍ଷ ହେବ ବାହାଘର ।
କେବେ ବି ନିଜ ଦାଇତ୍ଵ ପ୍ରତି ମୁହଁମୋଡି ନାହାନ୍ତି ସେ। ଆଲୋକ ବାବୁ ଙ୍କୁ ବାହା ହେଇଆସିବା ଦିନ ଠାରୁ ରୀତିମତ କାମ କରିଚାଲିଛନ୍ତି ଗୋଟେ ଦିନ ବି କାହାକୁ ଅବହେଳା କରି ନାହିଁନ୍ତି ।ହେଲେ ଏବେ ଆଉ ପାରୁନି ଦେହ ବାର୍ଦ୍ଧକ୍ୟ ଗ୍ରାସିଲାଣି ଶରୀର କୁ ତଥାପି ସମସ୍ତଙ୍କର ଅଭ୍ୟାସ ଛାଡ଼ୁନି ।ଶୀତ ଦିନେ ବେଶି କଷ୍ଟ ହେଉଛି ଆଣ୍ଠୁଗଣ୍ଠି ଯେମିତି ଯେମିତି ଯାମ ଧରି ଦେଲାନି ଝିଅ ଟିଏ ଥିଲେ ଅବା ଯାହା ଟିକେ ସାହାଯ୍ୟ କରିଥାନ୍ତା ସମସ୍ତେ ଅଛନ୍ତି ହେଲେ ତାଙ୍କ ଜୀବନ ନେଇ ବ୍ୟସ୍ତ ।ଝିଅ ଡାକ୍ତର ଜୋଇଁବି ମଝିରେ ମଝିରେ ଫୋନ କରି ବୁଝି ନିଅନ୍ତି ଖବର ପୁଅ ବି ପାଖ ରେ ନାହିଁ ବୋହୁ କୁ ଧରି ସେ ବି ତା କର୍ମ କ୍ଷତ୍ର ରେ ଘରେ ଖାଲି ବୁଢ଼ୀ ଶାଶୂ ବୟସ ପାଖାପାଖି ନବେ ଆଉ ସ୍ୱାମୀ ଚିତ୍ତରଞ୍ଜନ ବ୍ୟାଙ୍କ ର ମ୍ୟାନେଜର ହିସାବ ରେ ରିଟାୟର
କରିବେ ଆଉ ତିନି ଚାରି ମାସ ଗଲେ ।
ବୋହୂ ହେଇ ଆସିଲା ଠାରୁ ସମସ୍ତଙ୍କର ସକାଳୁ ଚାଆ ପିଇବା ଟା ନୀତି ଦିନିଆ ଅଭ୍ୟାସ ସୁଭଦ୍ରାଦେବୀ ଚାଆ ପିଅନ୍ତି ନାହିଁ ତାଙ୍କ ବାପ ଘରେ ମଧ୍ୟେ ଚାଆ ର ଡବା ବି ନ ଥିଲା ।ହେଲେ ଶାଶୂଘରେ ଚାଆ ର ସବୁସାଜ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା ଶାଶୂ କହୁଥିଲେ ଆଲୋ ଶୁଭ ଟିକେ ଅଦାଗୋଲମରିଚ
ଚାଆ ଟିକିଏ କରିକି ଆଣିଲୁ ଚାରି କପ ସତ ମଙ୍ଗଳା ଯାଇ ନ ଥାଏ ।କେମିତି ହେବ ଚାଆ ସେତେବେଳେ ଜାଣିନଥିଲେ ସେ । ବୟସ ବା କେତେ ମାତ୍ର ଷୋହଳ ବର୍ଷ ଘରେ କୁଟା ଖଣ୍ଡକ ଦୁଇ ଖଣ୍ଡ କରିବାକୁ କିଏ ଦିଅନ୍ତି ନି ।ବୋଉ ଯଦି କାମ ବତାଏ ତା "ହେଲେ ଜେଜେମାଆ ପାଟି କରେ କୁହେ ,ଝିଅ କୁ କାହିଁକି??ଏତେ କାମ ବତଉଛୁ ।ବାହା ହେଲେ ଆପେ ଆପେ ଶିଖିଯିବନି।ସେ ସିନା ଅତି ସେହ୍ନ କରି କହିଦେଲେ ହେଲେ ଏବେ କଣ ସେଆସି ପିଠି ରେ ପଡୁଛନ୍ତି ।ଶାଶୂଘର ଲୋକ କିଛି ଶୁଣିବାକୁ ନାରାଜ ବୋହୂ କୁ ଚାଆ ଅସୁନି ଆହା କି କାମ କରିବ।ଆଉ ବୋଉ ର ନାଁ ଟା ପଡିବା ସାର ।ସବୁ କଥା ରେ ବୋଉ କିଛି ଶିଖେଇନି ।ହଁ ଆମ ବେଳେ ତ ଦଶ ଏଗାର ବର୍ଷ ରେ ବାହା ହେଉଥିଲୁ ଆଉ ଏବେ ଅଠର ନ ଡେ଼ଇଁଲେ ଝିଅ ମାନକୁ ଘର ଲୋକ ପିଲାଭାବି କାମ ବତେଇବା ତ ଦୂର କଥା ବିବାହ କରୁ ନାହାନ୍ତି।ହେଲେ ସୁଭଦ୍ରା ଙ୍କର ଶାଶୂ ବହୁତ ଭଲ ଥିଲେ ସେ ସବୁ କଥା କୁ ଆଡ଼ଜେଷ୍ଟ କରି ନେଉ ଥିଲେ ।ଦିନ କୁ କୋଡିଏ ଥର ଚାଆ କରୁଥିଲେ ଶାଶୂର ଖାଲି ଦଶ ଥର ଚାଆ ର ଅର୍ଡର
ଆଉ ଶୀତ ଦିନ ରେ ସକାଳୁ ତିନି ରୁ ଚାରି କପ ଚାଆ ନ ପିଇଲେ ମନ ତାଙ୍କର ଶାନ୍ତି ହୁଏନି ।ଶାଶୂ ଙ୍କର ଠାରୁ ଆସ୍ତେ ଆସ୍ତେ ସବୁ ଶିଖି ନେଲେ ସୁଭଦ୍ରା ।
ଇତି ମଧ୍ୟ ରେ ବିବାହ ତିରିଶି ବର୍ଷ ବିତିଗଲାଣି ।ଆଉ ଶାଶୂର ଙ୍କର ଜାଗା ଟିକୁ ଏବେ ତାଙ୍କ ପୁଅ ମନେ ଆଲୋକ ମାଡି ବସିଛନ୍ତି ।ସେତେବେଳେ ବାପା ଙ୍କୁ କହିଥିବା ପୁଅ ବାପା ଏତେ ସକାଳୁ ବୋଉ କୁ କାହିଁକି ??ଚାଆ ପାଇଁ କଲବଲ କରୁଚ କହିଲ ସକାଳୁ ସକାଳୁ ଏତେ କାମ ଭିତରେ ଚାରି କପ ଚାଆ ତୁମ କୁ ଥର ଥର ଦେଉଥିବ ।ଆଉ ଶୀତ ଦିନ ରେ ପ୍ରତି ଘଣ୍ଟେ ଦେଢ଼ ଘଂଟା ରେ ଥରେ ।ବିଚାରି ସକାଳୁ ଉଠି ଅନ୍ୟ କାମ ଭିତରେ ଚୁଲୀ ରେ ହାଣ୍ଡିଏ ଚାଆ ମସଲା ଚାଆ ବସେଇ ଥିବ ଖାଲି ତୁମ ପାଇଁ ।ବାପା ସେତେବେଳେ କହିଲେ ଆରେ ତୁ ମୋ ବୟସ ହେଲେ ଜାଣିବୁ ଚାଆ ର ମଜ଼ା ।ରେଜେଇ ଭିତରୁ ବାହାରିବୁନି ଗରମ ଚାଆ ଟିକେ ନପିଇଲେ ।ମୋ ବୋହୁଟି ତୋ ମାଆ ପରି କଲବଲ ହେବ ।ସେତେବେଳେ ମୋ କଥା ମନେ ପକେଇବୁ।ଇତି ମଧ୍ୟ ରେ ବାପା ଦଶ ବର୍ଷ ହେବ ସ୍ୱର୍ଗବାସୀ ଆଉ ସୁଭଦ୍ରାଙ୍କର ଜୀବନ ଏବେ ତାଙ୍କ ଶାଶୁଙ୍କ ଜୀବନ ସହିତ ସମାନ ।ଆଲୋକ ବାବୁ ସକାଳ ନଅଟା ବାଜିଲାଣି ଚାଆ ପିଇ ନାହିଁନ୍ତି କି ଉଠିନାହାନ୍ତି ।ସୁଭଦ୍ରା ଶାଶୂ ଙ୍କର କାମ ସରିଲା ବେଳ କୁ ଡାକ୍ତର ଝିଅ ତାଙ୍କର ଫୋନ କରୁଛି ନୁଉଜିଲାଣ୍ଡ ରୁ ପୁଣି ଭିଡିଓ କଲ ।ଆର ବର୍ଷ ଅନିଭସରି ରେ ପୁଅ ତାଙ୍କର ଏକ ସ୍ମର୍ଟ ଫୋନ ଦେଇଥିଲା ।ବହୁତ କଷ୍ଟ ରେ ତାକୁ ଚାଲେବା ଶିଖିଥିଲେ ସୁଭଦ୍ରା ଦେବୀ ।ଆଜି ଟିକେ କାମ ରେ ଆସୁଛି ।ଦୂର ରେ ଥିବା ତାଙ୍କ ପିଲାମାନଙ୍କୁ ସେ ଦେଖିପାରୁଛନ୍ତି ।ଆଉ କଥା ବି ଝିଅ ଦେଖାଉଛି ବୋଉକୁ ଦେଖେ ବରଫ ପଡୁଛି ଏଠି ସତେ ତ ଚାରିଆଡ଼ ଧୂଆଁ ବାଲକୋନି ମନ ହେଉଛି ଖାଲି ଗରମ ଗରମ ଚାଆ ଆଉ ବୋଉ କରୁଥିବା ପିଆଜ ପକୋଡ଼ି ର ମଜ଼ା ନେବା କୁ ।ହେଲେ ପାଖ ରେ ତ କେହି ନାହାନ୍ତି ନିଜ ପାଇଁ କିଏ କରିବ ।ପିଲାମାନେ ଥିଲେ ଅଲଗା କଥା କାମ କରିବାର ଇଛା ଟା ବେସି ହୁଏ ।କେତେ ରକମର ଶାଶୂ ଶିଖେଇ ଥିବା ରାନ୍ଧଣା ରାନ୍ଧିବାକୁ ।ହେଲେ ଆଜିକାଲି ତାକୁ କିଏ ପସନ୍ଦ କରୁଛି ବର୍ଗର ,ପିଜ଼ା ଆଉ ଫାଷ୍ଟ ଫୂଡ଼ ଛଡା ।
ଝିଅ ଫୋନ କାଟି ସାରିଲାଣି ସୁଭଦ୍ରା ଦେବୀ ତିନି କପ ମସଲା ଚା ଛାଣି ନେଇ ଯାଉଛନ୍ତି ଶାଶୁଙ୍କର ରୁମ ଆଡ଼କୁ ତାଙ୍କୁ ଗୋଟେ କପ ଦେଇ ଶାଶୂ ଙ୍କୁ ଆଲୋ ଶୁଭ ଏତେ ଡେରି ତୋର !!!ହଁ ବୋଉ ଏବେ ଟିକେ ଝିଅ ଫୋନ କରି ଥିଲା ବରଫ ଦେଖାଉ ଥିଲା ମତେ ଫୋନ ରେ ।ହଉ ହଉ ଯା ଆଲୋକକୁ ଚାଆ ଦେବୁ ତା ନିଦ ଭାଙ୍ଗିବଣି।ବାପ ର ଦ୍ୱିତୀୟ ରୂପ ସିଏ ଚାଆ ସକାଳୁ ନ ପିଇଲେ ଉଠିବନି ଶୋଇ ଥିବ ଆଉ ଡେରି ହେଲେ ଗାଳି କରିବ।ହଁ.... ହଁ ବୋଉ ଯାଉଛି ସେ ଉଠିନାହିଁନ୍ତି ଆଉ ଉଠିଲେ ଗାଳି କରିବେ ସକାଳୁ ସକାଳୁ ଚାଆ ଟିକେ ଦେବାକୁ ବେଳ ହେଉନି ପୁଣି ଶୀତ ଦିନ ଥଣ୍ଡା ଦିନ ରେ ।କହି ସୁଭଦ୍ର ତରତର ହୋଇ ବାହାରି ଗଲେ ଆଲୋକ ବାବୁ ଙ୍କର ରୁମ ଆଡ଼କୁ।
ଗରମ ଗରମ ଚାଆ ନେଇ।