STORYMIRROR

SOUDAGAR BISWAL

Classics Others

3  

SOUDAGAR BISWAL

Classics Others

କାଳିଆ କଳ୍କୀ ନାୟକ

କାଳିଆ କଳ୍କୀ ନାୟକ

1 min
170

ଷଢ଼ ଋତୁ ଚକ୍ର ସୃଜିଛ ଠାକୁରେ

ଦେଇ ତବ ଚିତ୍ତ ଲୟ

ଅବନୀ ଦେହରେ ଖଞ୍ଜି ଅଛ ତୁମେ

ଭଣ୍ଡାର ଗୋଟି ଅକ୍ଷୟ।।


ସେହି ଭଣ୍ଡାରରୁ ଊଣା କରନାହିଁ

ଶସ୍ୟ ସମ୍ପଦର କେବେ

ନେପଥ୍ୟରେ ରହି ସବୁ ଭିଆଇଛ

କାଳିଆ ତୁମରି ଭବେ।।


ଉତ୍କଳ ମାଟିର ଶ୍ରେଷ୍ଠ କଳାକାର 

ଷୋଳ କଳା ବିଭୂଷିତ

କଳା ରଚିବାକୁ ଜାତ ତୁମେ ଈଶ

ଦେଖି ଜଗତ ଚକିତ।।


ପ୍ରାଚୀ ଦିଗ୍ ଭାଗେ ତୁମ ତୀର୍ଥ ଧାମ

ବଙ୍ଗୋପସାଗର ତୀରେ

ଚତୁର୍ଦ୍ଧାମ ମଧ୍ୟେ ଶଙ୍ଖକ୍ଷେତ୍ର ପୁରୀ

ଦରଶନେ ନେତ୍ର ଭରେ।।


ବିଷ୍ଣୁପଦ ତଳେ ଶ୍ରୀକ୍ଷେତ୍ର ପୁରୀରେ

ତୁମେ ହିଁ ଭାବ ରସିକ

ତୁମ ସାଥେ ଭାବ ଯୋଡ଼ି ଦିଏ ଯିଏ

ରଖ ତୁମେ ତା'ର ଟେକ।।


ଦେଖା କରିବାକୁ ତୁମ ଭକ୍ତ ଗଣେ

ପର୍ବ ପର୍ବାଣୀ ରଚନ  

ବାର ମାସେ ତେର ପରବ ପାଳୁଛ

ଆହେ ଗଜ ଉଦ୍ଧାରଣ।।


କେତେ ବେଳେ ହୁଅ ଗଜାନନ ବେଶ

କେତେ ବେଳେ ସୁନାବେଶ

ଗୁଣ୍ଡିଚା ବାହୁଡା଼ କେତେ ପର୍ବ ପାଳି

ହରି ନିଅ ମନୁ ଦ୍ୱେଷ।।


ନାବ କେଳି କର ମହା ନାଉରୀଆ 

ପାରି କରିବାକୁ ଭବେ 

ଆହୁଲା ନଥାଏ କାତ ବି ନଥାଏ

କିପରି କର ହେ ତେବେ?


ନେତ୍ରୋତ୍ସବ ପୁଣି ହେ ମଉଡ଼ମଣି 

ପାଳି ଥାଅ ଆନନ୍ଦର

ବର୍ଣ୍ଣୁଥିଲେ ମୋ'ର ବର୍ଣ୍ଣନା ସରେନା

ହରି କଥା, କଥା ସାର।।


ସ୍ନାନ ଯାତ୍ରା କର ଚିତା ଲାଗି କର

ପରବ ଗରବ ମନେ

ତୁମ ଦୟାବଳେ ଉଡ୍ରୀୟ ସଂସ୍କୃତି

ଗାରିମା ତା'ର ବଖାଣେ।।

 

ପ୍ରଶାନ୍ତି ପ୍ରଦାନକାରୀ ଏଠି ପର୍ବ

ଶାନ୍ତି ମୈତ୍ରୀ ପ୍ରଦାୟକ

ବିଶ୍ବକୁ ବାନ୍ଧିଛି ଭାବର ଡୋରିରେ

କାଳିଆ କଳ୍କୀ ନାୟକ।।


Rate this content
Log in

Similar oriya poem from Classics