ଅବଶୋଷ
ଅବଶୋଷ
ଦେଖ, ଏ ଜନ୍ମର ସବୁ ଅବଶୋଷ ନେଇ
ମୁଁ ଚାଲିଯିବି ଆଗ,
କିନ୍ତୁ, ମନେରଖ ସେଠି ମୋ ପାଖରେ ଜାଗାଟିଏ
ରଖିଥିବି ନିଶ୍ଚୟ ତୁମ ପାଇଁ ରୁମାଲଟେ ବିଛାଇ,
କାଳେ ଆଊ କିଏ ଅକ୍ତିଆର କରିନବା ଆଶଙ୍କାରେ !
ଜଗିଥିବି ତୁମ ଯିବା ଯାଏ...
କହିବି, ଯାହା ସବୁ କହି ପାରିନଥିଲି ଏଠି
ହୃଦୟର ଯେତେ ସବୁ ସଞ୍ଚିତ ବେଦନା...
ଆଉ ଲହୁ, ଲୁହ, କୋହ ଯେତେ ସାଇତା ମନରେ...!!!