ସଂସାରୁ କାଟିଲି ମୋହ
ସଂସାରୁ କାଟିଲି ମୋହ
ତୋ ରାସ୍ତାରେ କେବେ ହେବିନି ମୁଁ କାଣ୍ଟା
ଯାଉଛି ବିଦାୟ ନେଇ
ଦେଖିବିନି ବୋଲି ତୋ ବିଧବା ବେଶ
ଆଗରୁ ଯାଉଛି ଶୋଇ
ମରିଗଲା ପରେ ମୋ ଶବ ଉପରେ
କାନ୍ଦିବୁନି ରଖି ମଥା
ଦୂରେ ଥାଇ ଟିକେ ଦେଖିଦେଇ ଯିବୁ
ମନରୁ ଲିଭିବ ବ୍ଯଥା
ଛଅଖଣ୍ତ ବାଉଁଶ ପାଳ ଦଉଡିରେ
ବନ୍ଧା ଏ କୋକେଇ ମୋର
ସ୍ବାମୀ ସୁଖ ସାଥେ ବନ୍ଧା ତୋ ଜୀବନ
ସୁଖରେ କରେ ତୁ ଘର
ଗାଆଁ ସେ ମୁଣ୍ତରେ ମଶାଣୀ ଭୂଇଁରେ
ଜଳିବ ଯୁଇଟା ମୋର
ପର କରି ଦେବେ ବନ୍ଧୁ ପରିଜନ
କାଟିଲି ମୋହ ସଂସାର
ଯୁଇର ନାଆଁରେ ଡହ ଡହ ହୋଇ
ଯେବେ ମୋ ଜଳିବ ଯୁଇ
ମଶାଣୀ ଭୂଇଁରେ ଯୁଇ ନିଆଁ ତଳେ
ରହିବି ପାଉଁଶ ହୋଇ
[ ପ୍ରେମ୍ କବି ଜଗବନ୍ଧୁ ସାହୁ ]
[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]