ମୋ ମନର ଶବ୍ଦ ସବୁ
ମୋ ମନର ଶବ୍ଦ ସବୁ


ନା ପ୍ରତିଫଳନ , ନା ପ୍ରତିସରଣ ,
ନା ବିକିରଣ ,
ବାସ୍ କିଛି ଧ୍ଵନି ,
କିଛି ପ୍ରତିଧ୍ଵନି ,
କିଛି ଶବ୍ଦ ,
କିଛି ପ୍ରତିଶବ୍ଦ ,
ଆଉ ସେ ସବୁ ଭିତରେ ଚାଲିଥାଏ ଖାଲି ,
ଘର୍ଷଣ ....,
ପ୍ରତି ଘର୍ଷଣ ଦିଏ କିଛି ଫଳାଫଳ ,
କେବେ ଆକର୍ଷଣ ,
କେବେ ବିକର୍ଶଣ ....।
ଶବ୍ଦ ସବୁ ନିଜ ନିଜ ଭିତରେ
ଖୁବ୍ ବାଡେଇ ହୁଏ ,
ଭାରି ଜୋର୍ ରେ ଶବ୍ଦ ହୁଏ ,
କିନ୍ତୁ ଶବ୍ଦ କେବେ ବି
ଘଡଘଡି ପରି
ପୁରା ଦୁନିଆ ଦୂଲ୍କେଇ ପାରେନି ,
ବନ୍ଦ ରହି ଯାଏ ସେଇ କାଚ ଘର ଭିତରେ ,
ପୁଣି ଥରେ ଫେରି ଆସେ
ଉତ୍ପତ୍ତି ସ୍ଥଳ କୁ ....।
କେବେ ଶବ୍ଦ ସବୁ ର ଘର୍ଷଣ
ଦେଇ ପାରେନି ବିଜୁଳି ପରି ଆଲୋକ ,
ହଁ ବରଂ ବହିଯାଏ
ମହାସାଗର ....।
କେବେ ଶବ୍ଦ ପୁଣି ଗୋଡେଇ ହୋଇ ରହିଯାଏ ,
ଅକ୍ଟୋପସ ର ସେଇ ଗୋଡ଼ ରେ ଗୋଡେଇ ହେଲା ପରି ,
କିଛି କ୍ଷଣ ସ୍ଥାଣୁ ପାଲଟି ଯାଏ ,,
ସବୁ ଭାବନା ,
କିନ୍ତୁ ପୁଣି ଅନେକ ବୁଦ୍ଧି କୁ ଲଗେଇ
ମୁକ୍ତ ହୋଇ ଯାଏ ସେ ଜାଲକ ରୁ ....।
କେବେ ଶବ୍ଦ ସବୁ
ଥାକ ଥାକ ହୋଇ ରହିଯାଏ ,
ବାଦଲ ଫଟା ବର୍ଷା ର ଠିକ୍ ରୂପ ନେବା ସମୟରେ ,
ଦାୟିତ୍ଵ ରୂପକ ବାୟୁ ଟି ଚାପ ପକେଇ ଦିଏ ,
ଆଉ ଚାପି ହୋଇ ରହିଯାଏ
ଭାବନା ଆଉ ମନ ରେ ଭୂତ୍ୱକ ଭିତରେ ....,
ପାଲଟି ଯାଏ
ମୃତ ଆଗ୍ନେୟ ଗିରି ଟିଏ ,
ଖାଲି ମନ ରେ ଭୟ ,
କେବେ ସେ ଜୀବନ୍ତ ନ ହେଉ ,
କେବେ ତା ଭାବନା ର ଶବ୍ଦ
ଲାଭା ପରି ଉଦ୍ଗିରଣ ନ ହେଉ ,
କେବେ ତା ଶବ୍ଦ ର
ପ୍ରଚଣ୍ଡ ଉଷ୍ମତା ,
ପୋଡ଼ି ନ ଦେଉ କିଛି
ମିଛ ଚେହେରା କୁ ।