ଏଣୁତେଣୁ
ଏଣୁତେଣୁ
କାହିଁକି ଭଲ ଲାଗ ଏତେ "ତୁମେ" ? କହି ପାରିବିନି ।
କହିପାରିବି ଏତିକି କିନ୍ତୁ ମୁଁ
ତୁମ ପାଇଁ ଛାତି ତଳେ ଅଙ୍କୁରୁଥିବା ଅନୁଭବମାନଙ୍କୁ
ଚାହିଁଲା ପରେ ବି ରୋକିପାରୁନି
Keyboard ନିରବିଲା ପରି ମୁଁ ବି ଦିନେ
ତୁମ ଅଜାଣତରେ ନିରବି ଯିବି
ମୁଦା ଆଖିରେ, ବନ୍ଦ୍ ଶ୍ଵାସରେ, ଶୀତଳ ଦେହରେ
ତଥାପି ତୁମକୁ ହିଁ ଖୋଜୁଥିବି ।