Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Abstract Others

2  

Rajalaxmi Tripathy

Abstract Others

ପ୍ରତ୍ୟୁତ୍ତର

ପ୍ରତ୍ୟୁତ୍ତର

1 min
6.8K


ପ୍ରତ୍ୟୁତ୍ତର

ଶୁଣିବୁ ସେ ଅନ୍ତଃପ୍ରବାହର ସ୍ଵର

ଅତଳରୁ ଉଠିଛି ସେ

ପ୍ରତିରୋଧ କରିବାକୁ

ହୃଦୟର ମୂଢ଼ତା ଓ ଅବିଦ୍ୟାର

ନିର୍ବାକ ପ୍ରାଚୀର ।

କାମନାର ପ୍ରବଳ ନିଶ୍ଵାସ ମାନେ

କରନ୍ତି ଆତ୍ମପ୍ରକାଶ

ପ୍ରଜ୍ଜ୍ୱଳିତ କରି ଅଶୁଦ୍ଧିର

ଜ୍ଵଳନ୍ତ ଅଗ୍ନିକୁ,

ସେହିଁ ପ୍ରତିଶ୍ରୁତିବଦ୍ଧ

ସକଳ ଦୁର୍ଭାରକୁ ଫିଙ୍ଗିଦେଇ

ମିଶିବାକୁ ଆମସହ ଗୋଟିଏ ସ୍ଵରରେ ।

ସର୍ବଶକ୍ତିମତ୍ତାର ଚାବି ଧରି

ସେ କେବଳ ଅଧିପତି

ନୁହେଁ ଆମ ଅନ୍ତରର,

ପୂର୍ଣ୍ଣ ଅଧିପତି ,

ଏକ ଅବ୍ୟୟ ଶାନ୍ତିର ।

।।।ରାଜଲକ୍ଷ୍ମୀ।।।


Rate this content
Log in

Similar oriya poem from Abstract