ହେଉ ପଛେ ମିଛିମିଛି ଖେଳ ଏ
ହେଉ ପଛେ ମିଛିମିଛି ଖେଳ ଏ
ହେଉ ପଛେ ମିଛିମିଛି ଖେଳ ଏ
ଆଭାକାନ୍ତ ମହାନ୍ତି
ହେଉ ପଛେ ମିଛିମିଛି ଖେଳ ଏ
ମିଛରେ ପ୍ରେମିକା ମୋର ହେବ କି
ପଡ଼ି ପଡ଼ି ନିରୁତ୍ସାହ କଲମେ
ଉତ୍ତରେ ଉତ୍ତାଳ ଭରିଦେବ କି ? । ୦ ।
ମାପିପାର ଏଠି ତୁମ ଲାଭ-କ୍ଷତି
ଗପିପାର ତୁମେ ସମୟର ସ୍ଥିତି
ଅବା ତେଲଲୁଣେ ମଜ୍ଜିବାର ଦ୍ୱାହି
ମିଛ କହିପାର, ସମୟ ତ ନାହିଁ
ତେବେ ବି କି ମୋର ହୃଦ ଚହଲାଇ
ଟିକି ଅନୁରୋଧ ମୋର ନେବ କି ? । ୧ ।
ଏକା ଏକା ଚାଲୁ ମରମର କଥା
ସାଥୀହରା କାହା କାନେ କହିବ ତା
କେତେଦିନ ଲୁହ ପିଇ ଚାଲିବି ଗୋ
ଜୀବନେ ଜିଅନ୍ତା ଆଶା ଜାଳିବି ଗୋ
କେଉଁ ଦୋଷେ ଭୋଗିବି ମୁଁ ଏଇ ଦଣ୍ଡ
ପ୍ରଶ୍ନ ଧରି ଚାଲେ, ସାଥେ ଯିବ କି ? । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****