କଟୁକଥା
କଟୁକଥା
ସାଗର ପରି ତୁ ହୋଇକି ପାରିବୁ
ନାଳ, ନର୍ଦମାରେ ପୁରେ ତୋ ମନ
ନୀଳ ଆକାଶ ତୁ ଛୁଇଁ କି ପାରିବୁ
ପର ଦୁଃଖେ ଶାନ୍ତି ପାଏ ତୋ ମନ
ବରଷା ହୋଇ କି ମେଣ୍ଟାଇ ପାରିବୁ
କୋଟି ଜୀବଙ୍କର ଶୁଖିଲା ଶୋଷ
ଝରଣା ହୋଇକି ଭିଜେଇ ପାରିବୁ
ଭାଙ୍ଗିଥିବା ଯେତେ ସୁନା ସପନ
ସୁରୁଜ ହୋଇକି ଆଲୋକ ଦେବୁତୁ
ସଭିଙ୍କୁ ଆଦରି ନିଜର କରି
ପାପୀ, ହତ୍ୟାକାରୀ, ବଲାତ୍କାରୀ ହେଲେ
ଅକାଳେ ମରିବୁ କୁକୁର ପରି
