ଅବୁଝା
ଅବୁଝା
ତୁମକୁ ଚିଠିରେ ଲେଖିଥିଲି
ମୁଁ ଯଦି ତୁମ ପ୍ରେମ ପାଇଯାଏ
ତେବେ ସେ ରାସ୍ତାରେ କେବେ
ଦ୍ଵିଧା ନାହିଁ ମରିବାକୁ ବି ମୁଁ ପ୍ରସ୍ତୁତ...।
ଉଦବିଗ୍ନତାରେ ଅପେକ୍ଷିତ ଥିଲି
ତୁମ ଉତ୍ତର ଆଜି ଚିଠିରେ ପହଁଞ୍ଚିଛି
ଇଏକି ଅବୁଝାପଣର ସ୍ଵାକ୍ଷର ନେଇ
ସେ ଚିଠି ମୋତେ ପ୍ରଶ୍ନ ପଚାରିଛି...
---କି ଠିକଅଛି ତୁମେ ମୋ ପ୍ରେମରେ
ଆବଶ୍ୟକ ହେଲେ ମରିବାକୁ ପ୍ରସ୍ତୁତ,
ହେଲେ ସତ କହିବ ଥରୁଟିଏ
ତେବେ ବଞ୍ଚିବାକୁ ଚାହୁଁଛ କାହା ସହିତ..??